ସ୍ୱାସ୍ଥ୍ୟ

ପ୍ରତିଦିନ ସକାଳୁ ପିଅନ୍ତୁ ବ୍ରୋକଲି ଜୁସ୍‌, ପାଖ ମାଡିବନି ଏହି ଚାରିଟି ରୋଗ

ଆପଣ ଘରେ ହୁଏତ ଅନେକ ପ୍ରକାରର ଜୁସ୍‌ ନିଶ୍ଚିତ ପିଇଥିବେ। ଏହା ଆପଣଙ୍କ ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଯୋଗାଇ ଥାଏ। କିନ୍ତୁ କ’ଣ ଆପଣ କେବେ ବ୍ରୋକଲି ଜୁସ୍‌ ପିଇଛନ୍ତି କି ? ହୁଏତ ନା’। କିନ୍ତୁ ଏହି ଜୁସ୍‌ ପିଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ମିଳିବା ସହିତ ଉର୍ଜା ମଧ୍ୟ ମିଳିଥାଏ। ଏହାଛଡା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ ବ୍ରୋକଲି ଜୁସ୍‌।

– ଏହି ଜୁସ୍‌ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା ବୃଦ୍ଧି ପାଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ରୋଗ ପ୍ରତିରୋଧନ ଶକ୍ତି ବୃଦ୍ଧି ପାଇଥାଏ।

cc

– ଏହି ଜୁସ୍‌ ପିଇବା ଦ୍ୱାରା ତ୍ୱଚା ମଧ୍ୟ ଉଜ୍ୱଳ ରହିଥାଏ। ଏଥିରେ ଥିବା ଭିଟାମିନ ସି ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ। ତେଣୁ ତ୍ୱଚାର ସଠିକ ଯତ୍ନ ନେବା ପାଇଁ ପ୍ରତିଦିନ ସକାଳେ ବ୍ରୋକଲି ଜୁସ୍‌ ପିଇବା ଉଚିତ।

– ବ୍ରୋକଲି ଜୁସ୍‌ ପିଇବା ଦ୍ୱାରା କ୍ୟାନସର ଭଳି ରୋଗକୁ ମାତ୍‌ ଦେଇପାରିବେ। ବ୍ରୋକଲି ଶରୀରରେ କ୍ୟାନସର ସେଲସ ସୃଷ୍ଟି କରୁଥିବା ଭୂତାଣୁକୁ ନଷ୍ଟ କରିବାର ବିଶେଷ ଗୁଣ ରହିଛି। ସପ୍ତାହକୁ ଦୁଇରୁ ତିନି ଥର ବ୍ରୋକଲି ଜୁସ୍‌ ପିଇଲେ ଏଥିରୁ ରକ୍ଷା ପାଇପାରିବେ।

– ହାଡକୁ ମଜବୁତ ରଖିବାରେ ମଧ୍ୟ ବ୍ରୋକଲି ଜୁସ୍‌ ବେଶ ଉପକାରୀ ହୋଇଥାଏ। ବ୍ରୋକଲିରେ ଥିବା କ୍ୟାଲସିୟମ ପୋଷକ ତ୍ତ୍ୱ ରହିଛି, ଯାହା ହାଡକୁ ମଜବୁତ କରିଥାଏ। ବୃଦ୍ଧ ଏବଂ ପିଲା ଏହି ଜୁସ୍‌ ପିଇବା ନିତାନ୍ତ ଆବଶ୍ୟକ।

କିପରି ପ୍ରସ୍ତୁତ କରିବେ ଜୁସ୍‌

juice

ଆବଶ୍ୟକ ସାମଗ୍ରୀ :

ଏକ କପ୍‌ କଟା ହୋଇଥିବା ବ୍ରୋକଲି

ଏକ କପ ପାଣି

ଅଳ୍ପ ଲୁଣ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ବ୍ରୋକଲି ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ତା’ ପରେ ଗ୍ରାଇଣ୍ଡରରେ ପକାଇ ସେଥିରେ ପାଣି ଦିଅନ୍ତୁ। ଏବେ ଗ୍ରାଇଣ୍ଡରରେ ଏହାକୁ ପେଷ୍ଟ କରି ଭଲଭାବେ ଜୁସ୍‌ ପ୍ରସ୍ତୁତ କରି ଦିଅନ୍ତୁ। ଏବେ ଏକ ଗ୍ଲାସରେ ଜୁସ୍‌କୁ ଢାଳି ସେଥିରେ ଲୁଣ ପକାଇ ପିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button