ମନୋରଞ୍ଜନ

ଚୁଟକିରେ ପ୍ରସ୍ତୁତ କରନ୍ତୁ ଆପଲ୍ ମିଲ୍କ ସେକ୍, ପିଲା ଠାରୁ ବୟସ୍କ ପର୍ଯ୍ଯନ୍ତ ସମସ୍ତେ କରିବେ ପସନ୍ଦ

ଅଧିକାଂଶ ପିଲାମାନେ କ୍ଷୀର ଏବଂ ଫଳର ନାଁ ଶୁଣିବା ମାତ୍ରେ ହିଁ ନାପସନ୍ଦ କରିଥାନ୍ତି। ଏହିକାରଣରୁ ଏହି ଜିନିଷକୁ ନେଇ ଏଭଳି କେଉଁ ଜିନିଷ ପ୍ରସ୍ତୁତ କରାଯାଇ ପାରିବ, ଯାହାକୁ ପିଲାମାନେ ଖାଇବାକୁ ମନା କରିବେ ନାହିଁ। ସେଓର ଲାଭକାରୀତା ବିଷୟରେ ତ ଆପଣମାନେ ଜାଣିଥିବେ। ଏହିକାରଣରୁ ଆଜି ଆମେ ଆପଣଙ୍କୁ ଆପଲ୍ ମିଲ୍କ ସେକ୍ ବିଷୟରେ ଜଣାଇବୁ। ଯାହାକୁ କେବଳ ପିଲାମାନେ ନୁହଁନ୍ତି ବରଂ ଘରର ସମସ୍ତ ସଦସ୍ଯ ଖୁସିରେ ପିଇପାରିବେ। ତେବେ ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତ।

ଆବଶ୍ଯକ ସାମଗ୍ରୀ

Apple-Milkshakeସେଓ – ୧

କ୍ଷୀର – ୨ ଗ୍ଲାସ

ମହୁ – ୧ ଟେବଲ ସ୍ପୁନ

ଡାଲଚିନି ପାଉଡର – ୧ ଟି ସ୍ପୁନ୍

ଅଳେଇଚ ପାଉଡର – ୧ ଟି ସ୍ପୁନ୍

ବାଦାମ – ୩ ରୁ ୪ଟି

କିସମିସ୍ – ୧୦

ପିସ୍ତା – ୧୦

ପ୍ରସ୍ତୁତି ପ୍ରଣାଳୀ

appleସର୍ବପ୍ରଥମେ ସେଓକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ କଟା ଯାଇଥିବା ସେଓ ସହ କ୍ଷୀର ମିଶାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ପୁଣି ସେଥିରେ ମହୁ, ଚିନି, ଡାଲଚିନି ଏବଂ ଅଳେଇଚ ପାଉଡର ମିଶାଇ ଭଲଭାବେ ଗ୍ରାଇଣ୍ଡି କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଆପଲ୍ ମିଲ୍କ ସେକ୍। ଏହାକୁ ଏବେ ଗ୍ଲାସରେ ବାହାର କରି ସେଥିରେ ଅଳ୍ପ ବରଫ ଖଣ୍ଡ ଏବଂ ଉପରେ କିଛି ଡ୍ରାଇ-ଫ୍ରୁଟ୍ସ ସଜାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button