ସ୍ୱାସ୍ଥ୍ୟ

କେବଳ ଶରୀରକୁ ଶକ୍ତି ନୁହେଁ ଦନ୍ତକ୍ଷୟରୁ ରକ୍ଷାକରେ କ୍ଷୀର

କ୍ଷୀର ଆମ ଶରୀରକୁ ଶକ୍ତି ଯୋଗାଇଥାଏ, ତାହା ଆମେ ସମସ୍ତେ ଜାଣିଛେ। ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଭିଟାମିନ ବିଭିନ୍ନ ରୋଗ ହେବାରୁ ଆମ ଶରୀରକୁ ବଞ୍ଚାଇଥାଏ। ଏହାଛଡା କ୍ଷୀରରେ ଅନେକ ସ୍ୱାସ୍ଥ୍ୟୋପକାରୀ ଗୁଣ ଭରି ରହିଛି । ଆଜିକାଲି ଦନ୍ତକ୍ଷୟ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହାକୁ ରୋକିବାକୁ ଆପଣ କ୍ଷୀର ପିଇପାରନ୍ତି ।

 

ଜଣେ ବ୍ୟକ୍ତି ଯଦି ସକାଳ ଜଳଖିଆ ଖାଇସାରିବା ପରେ ଏକ ଗ୍ଲାସ କ୍ଷୀର ପିଇବା ଦ୍ୱାରା ଦାନ୍ତକୁ ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଏହାଦ୍ୱାରା ଦନ୍ତକ୍ଷୟ ପରି ସମସ୍ୟାଠାରୁ ନିଜକୁ ଜଣେ ଦୂରେଇ ରଖିପାରିବ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ।

ଏହାଛଡା କ୍ଷୀର ହାଡ ମଜୁବତ କରିବା ସହ ତ୍ୱଚାକୁ ଉଜ୍ୱଳ କରିଥାଏ। ଏହା ସହଥଣ୍ଡା କ୍ଷୀର ଏସିଡିଟି ସମସ୍ୟାରୁ ମୁକ୍ତି ଦେଇଥାଏ।

କ୍ଷୀର ପିିଇବା ଏବଂ ଦନ୍ତକ୍ଷୟ ବିଷୟ ଉପରେ ଆଟଲାଣ୍ଟ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଗବେଷଣା କରି ଏପରି ତଥ୍ୟ ବିଷୟରେ ସୂଚନା ଦେଇଛନ୍ତି ।

decay

ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ତତ୍ତ୍ୱ ଦାନ୍ତ ସନ୍ଧିରେ ଲୁଚି ରହିଥିବା ଜୀବାଣୁଗୁଡ଼ିକୁ ମାରିଦିଏ । ଯଦି ଛୋଟ ପିଲାଙ୍କୁ କ୍ଷୀରରେ ସେରେଲାକ ମିଶାଇ ପିଇବାକୁ ଦିଅନ୍ତି, ତେବେ ତାହା ସେମାନଙ୍କ ପାଇଁ ଆହୁରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button