ମନୋରଞ୍ଜନ

ଖାଲି ଲେମ୍ବୁ ପାଣି ସର୍ବତ ଭଲ ଲାଗୁନି ତାହେଲେ ବନାନ୍ତୁ ‘ମିକ୍ସ ଲେମନ ଟି’, ଗରମରେ ମିଳିବ ଆରାମ

ଗରମ ଆରମ୍ଭ ହୋଇଗଲାଣି ଏବଂ ଖାଲି ଗରମ ତ ନୁହେଁ ତା ସହିତ ଗୁଳୁଗୁଳି। ଏହି ସମୟରେ ପାଣିର ଦେହରେ ପାଣିର ଅଭାବ ରହିବ ଅନୁଚିତ। ଏଥିପାଇଁ ଶରୀରରେ ଜଳୀୟଅଂଶକୁ ବଢାଇବା ପାଇଁ ପିଅନ୍ତୁ ସମର ଡ୍ରିଙ୍କସ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମିକ୍ସ ଲେମନ ଟି, ଯାହା ପ୍ଲେନ ଲେମ୍ବୁ ସର୍ବତ ଠାରୁ ବଢିଆ ସ୍ୱାଦ ଦେଇଥାଏ। ଆଉ ଏହା ମାତ୍ର କେଇ ମିନିଟରେ ପ୍ରସ୍ତୁତ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପାଣି – ୩ କପ
ଚିନି – ୬ ଚାମଚ
କମଳା ରସ – ୧/୨ କପ
ଲେମ୍ବୁ ରସ – ୨ ସ୍ପୁନ
ଚା ପତି – ୧ ଟେବୁଲ ଚାମଚ
ପୋଦିନା ପତ୍ର – ୮ଟି

lemonପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଏକ ପ୍ୟାନରେ ପାଣି ଦେଇ ସେଥିରେ ଚା ପତି ପକାଇ ଫୁଟାଇ ଦିଅନ୍ତୁ। ଏହାପରେ ତାକୁ ଛାଣି ଅଲଗା ରଖିଦିଅନ୍ତୁ।
  • ଏକ ବଡ ପାତ୍ରରେ ପୋଦିନା ପତ୍ର ପକାଇ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚାକୁ ପକାଇ ପ୍ରାୟ ପାଞ୍ଚ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ।
  • ଏବେ ଏଥିରେ ଚିନି ପକାଇ ଭଲ ଭାବରେ ମିକ୍ସ କରନ୍ତୁ। ଏହାପରେ ଲେମ୍ବୁ ଏବଂ କମଳା ରସକୁ ସେଥିରେ ମିକ୍ସ କରନ୍ତୁ।
  • ପ୍ରସ୍ତୁତ ହୋଇଥିବା ଏହି ମିଶ୍ରଣକୁ ଏକ ଗ୍ଲାସରେ ରଖି ସେଥିରେ ବରଫ ପକାନ୍ତୁ। ଏଥିରେ ଆପଣ ଲେମ୍ବୁ ଏବଂ କମାଲକୁ କାଟି ସଜାଇ ପାରିବେ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଥଣ୍ଡା ଥଣ୍ଡା ମିକ୍ସ ଲେମନ ଟି। ଏବେ ଆପଣ ଏହାର ଭରପୂର ମଜା ଉଠାନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button