ମନୋରଞ୍ଜନ

‘କେସର ପିସ୍ତା ଆଇସକ୍ରିମ’ ବନାଇ ଖାଆନ୍ତୁ ଘରେ, ସ୍ଵାଦରେ ଏକଦମ ଜବରଦସ୍ତ

ଆଜି ଆମେ ଆପଣଙ୍କ ପାଇଁ ‘କେସର ପିସ୍ତା ଆଇସକ୍ରିମ’ ରେସିପି ନେଇ ଆସିଛୁ। ଯାହା ଏହି ଗରମରେ ଆପଣଙ୍କୁ ଥଣ୍ଡା ଥଣ୍ଡା ଅନୁଭବ କରାଇବ। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କଣ୍ଡେସଡ଼ ମିଳ୍କ – ୧ କପ
କ୍ଷୀର – ଅଧା କପ
ଫ୍ରେଶ ଲହୁଣୀ – ୧ ବଡ ଚାମଚ
କେସର – ଅଧା ଚାମଚ
ପିସ୍ତା – ୧ ଟେବୁଲ ଚାମଚ କଟ4ହୋଇଥିବା
ବାଦାମ – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ସର୍ବ ପ୍ରଥମେ ଏକ ପାତ୍ରରେ କ୍ରିମ ଏବଂ କଣ୍ଡେସଡ଼ ମିଳ୍କକୁ ଭଲଭାବେ ଫେଣ୍ଟି ଦିଅନ୍ତୁ ଏହାକୁ ଏକ ଗାଢ଼ ପେଷ୍ଟ ବନାଇ ଦିଅନ୍ତୁ।

-ଧୀମା ଆଞ୍ଚରେ କ୍ଷୀର ଫୁଟାଇବା ପାଇଁ ରଖିଦିଅନ୍ତୁ। ଏଥିରେ କେସର, ବାଦାମ ଏବଂ ପିସ୍ତା ପକାଇ ଦିଅନ୍ତୁ।

-ଯେତେବେଳେ କେସର ଖୀରରେ ମିକ୍ସ ହୋଇଯିବ ଏବଂ କ୍ଷୀରର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯିବ। ସେତେବେଳେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ।

-ଏବେ କେସର କ୍ଷୀରରେ କ୍ରିମ ଏବଂ କଣ୍ଡେସଡ଼ ମିଳ୍କ ଘୋଳରେ ପକାଇ ଭଲ ଭାବେ ମିକ୍ସ କରନ୍ତୁ।

-ଏବେ ଏହି ମିଶ୍ରଣକୁ କୁଲଫି ଡିସରେ ଭରି ସେଟ ହେବା ପାଇଁ ଫ୍ରିଜରରେ ରଖିଦିଅନ୍ତୁ।

-ଯଦି ଆପଣଙ୍କ ପାଖରେ କୁଲଫି ଡିସ ନାହିଁ ତାହେଲେ ଏହାକୁ ଛୋଟ ପାତ୍ରରେ ରଖିଦିଅନ୍ତୁ।

-ଏହାକୁ ଫ୍ରିଜରରୁ କାଢି ପିସ୍ତା ଏବଂ କେସରରେ ସଜାଇ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button