ମନୋରଞ୍ଜନ

ସନ୍ଧ୍ୟାରେ ବନାଇ ଖାଆନ୍ତୁ କିଛି ନୂଆ, ପ୍ରସ୍ତୁତ କରନ୍ତୁ ଟେଷ୍ଟି ଲାଜବାବ ‘ପନିର ବ୍ରେଡ଼ ରୋଲ’

ଲକଡାଉନ ସମୟରେ ଅନେକ ଲୋକ ଅନେକ ପ୍ରକାର ନୂଆ ନୂଆ ବ୍ୟଞ୍ଜନ ତିଆରି କରୁଛନ୍ତି। ଜମା ରୋଷେଇ ଜାଣି ନଥିବା ଲୋକ ବି ଏହି କରୋନା ଲକଡାଉନ ବେଳେ ରୋଷେଇ ଶିଖିଗଲେଣି। ଘରେ ଖାଲି ବସିବା ଅପେକ୍ଷା କିଛି ନୂଆ ରେସିପି ଟ୍ରାଏ କରିବା ବୁଦ୍ଧିମାନର କାମ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏମିତି ରେସିପି ଯାହା ବିଷୟରେ ଆପଣ ହୁଏତ କେବେ ଶୁଣି ନଥିବେ କି ଖାଇ ନଥିବେ। ଆମେ ଆପଣଙ୍କୁ କହୁଛୁ ‘ପନିର ବ୍ରେଡ଼ ରୋଲ’ ବିଷୟରେ ଯାହା ନିଜର ସ୍ଵାଦରେ ଆପଣଙ୍କ ମନ କିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ସାମଗ୍ରୀ

– ଏକ କପ ପାନୀର (କଦଦୁକସ ହୋଇଥିବା)
– ଅଧା ଟେବୁଲ ଚାମଚ ଅଦା ରସୁଣ ପେଷ୍ଟ
– ଅଧା ଚାମଚ ଲାଲ ଲଙ୍କା ପାଉଡର
– ୧/୪ ଚାମଚ ଜିରା ପାଉଡର
– ୧/୪ ଚାମଚ ଟମାଟୋ ସସ୍
– ୧/୪ ଚାମଚ ଆମଚୁର ପାଉଡର
– ୨ ଟେବୁଲ ଚାମଚ କଟା ଧନିଆ ପତ୍ର
– ଲୁଣ ସ୍ଵାଦନୁସାରେ

ଅନ୍ୟ ସାମଗ୍ରୀ

– ୬ଟି ବ୍ରେଡ଼ ସ୍ଲାଇସ
– ୩ ଚାମଚ ପୋଦିନା କିମ୍ବା ଧନିଆ ଚଟଣି
– ସେକିବା ପାଇଁ ବଟର

ପ୍ରସ୍ତୁତି ପ୍ରଣାଳୀ

  • ଷ୍ଟାଫିଙ୍ଗ କରିବା ପାଇଁ ରଖିଥିବା ସବୁ ସାମଗ୍ରୀକୁ ମିଶାଇ ଦିଅନ୍ତୁ।
  • ଏବେ ବ୍ରେଡ଼ର ଚାରି ପଟକୁ କାଟି ବେଲଣାରେ ପତଳା କରି ବେଲି ଦିଅନ୍ତୁ।
  • ଏବେ ଏହି ବେଲିଥିବା ବ୍ରେଡ଼ ଉପରେ ଅଳ୍ପ ସବୁଜ ଚଟଣି ଲଗାଇ ଷ୍ଟାଫିଙ୍ଗ ପାଇଁ ରଖିଥିବା ମିଶ୍ରଣକୁ ରଖି ରୋଲ କରିଦିଅନ୍ତୁ।
  • ଏହାପରେ ଏହାର ଚାରିପାଟକୁ ପାଣି ଲଗାଇ ଚିପକାଇ ଦିଅନ୍ତୁ।
  • ଏବେ ଏକ ପ୍ୟାନ ବସାଇ ତେଲ କିମ୍ବା ବଟର ଲଗାଇ ଧିମା ଆଞ୍ଚରେ ଏହି ବ୍ରେଡ଼ ରୋଲକୁ ସୁନେଲି ରଙ୍ଗ ହେବା ଯାଏ ଭାଜନ୍ତୁ।
  • ା ହୋଇଗଲା ପରେ ଟମାଟୋ ସସରେ ଏହାକୁ ସର୍ଭ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button