ସ୍ୱାସ୍ଥ୍ୟ

ମହୁରେ ମିଶାନ୍ତୁ ଏହି ଗୋଟିଏ ଜିନିଷ, ଦୂର ହୋଇଯିବ ରକ୍ତଚାପ ସମସ୍ୟା

ଅନେକ ଲୋକ ଉଚ୍ଚ ରକ୍ତଚାପ ଯୋଗୁଁ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। କିଛି ଲୋକ ଏପରି ରହିଛନ୍ତି, ଯିଏକି ଭାବୁଛନ୍ତି ହାଇ ବ୍ଲଡପ୍ରେସର ଆଲକୋହଲ, ସ୍ମୋକିଂ ଏବଂ ଲୁଣ ଅଧିକ ଖାଇବା ଯୋଗୁଁ ହେଉଛି। କିନ୍ତୁ ନିମ୍ନ ରକ୍ତଚାପ ସମସ୍ୟା ଆମ ଖାଦ୍ୟପେୟ ଯୋଗୁଁ ହୋଇଥାଏ। ଲୋ ବ୍ଲଡ ପ୍ରେସର ଯୋଗୁଁ କେବେ କେବେ ରୋଗୀ ଚେତାଶୂନ୍ୟ ମଧ୍ୟ ହୋଇଯାଏ। ଏପରି ହେଲେ ଘରୋଇ ଉପଚାର ଜରିଆରେ ମଧ୍ୟ ଅନେକାଂଶରେ କଣ୍ଟ୍ରୋଲ କରାଯାଇପାରିବ।

amal

– ସାଧାରଣତଃ ଲୋ ବ୍ଲଡପ୍ରେସର ସମସ୍ୟା ଥିବା ବ୍ୟକ୍ତି ନିଜ ପାଖରେ ସବୁବେଳେ କଫି କିମ୍ବା ଚକୋଲେଟ ରଖିବା ଜରୁରୀ। ଚକୋଲେଟ ଏବଂ କଫିରେ ଥିବା କଫିନ ମାତ୍ରାରେ ଲୋ ବ୍ଲଡ ପ୍ରେସର ସମସ୍ୟରୁ ମୁକ୍ତି ମିଳିଥାଏ।

– ଲୁଣ ଅଧିକ ଖାଇଲେ ହାଇ ବ୍ଲଡ ପ୍ରେସର ସମସ୍ୟା ଦେଖିବାକୁ ମିଳିଥାଏ। କିନ୍ତୁ ଲୋ ବ୍ଲଡପ୍ରେସରକୁ ଠିକ୍‌ କରିବା ପାଇଁ ଲୁଣ ହିଁ ବେଶ୍‌ ଫାଇଦା ଦେଇଥାଏ। ତେଣୁ ଏକ ଗ୍ଲାସ ପାଣିରେ ଲେମ୍ବୁ ରସ ଏବଂ ଚୁଟକି ଲୁଣ ମିଶାଇ ଦିନକୁ ଥରେ କିମ୍ବା ଦୁଇଥର ପିଅନ୍ତି। ଏହି ସମସ୍ୟାରୁ ମୁକ୍ତି ମିଳିବ।

tulsi 1

– ୨ରୁ ୩ଟି ଅଁଳା ରସରେ ମହୁ ମିଶାଇ ସକାଳ ଏବଂ ସନ୍ଧ୍ୟାରେ ପିଅନ୍ତୁ। ଏମିତି କରିବା ଦ୍ୱାରା ମହୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଏବଂ ଅଁଳାରେ ଥିବା ପୋଷକ ତତ୍ତ୍ୱ ଲୋ ବ୍ଲଡପ୍ରେସର ସମସ୍ୟାକୁ ଠିକ୍‌ କରିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ୧୫ରୁ ୨୦ଟି ତୁଳସୀ ପତ୍ର ରସରେ ଏକ ଚାମଚ ମହୁ ମିଶାଇ ଏହାକୁ ଖାଆନ୍ତୁ। ଏହାଛଡା ଆପଣ ଏକ ଛୋଟ ପାତ୍ରରେ ଦହି, ତୁଳସୀ ପତ୍ରରସ ମିଶାଇ ଏହାକୁ ଖାଆନ୍ତୁ। ଏହା ମଧ୍ୟ ବ୍ଲଡପ୍ରେସର ଉପରେ ବେଶ ପ୍ରଭାବ ପକାଇଥାଏ। ଦହିରେ ଥିବା ମ୍ୟାଗ୍ନେସିଅମର ମାତ୍ରା ବ୍ଲଡପ୍ରେସରକୁ ସନ୍ତୁଳିତ ରଖିବା ସହ ବ୍ଲଡପ୍ରେସରକୁ ନିୟନ୍ତ୍ରିତ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button