ସ୍ୱାସ୍ଥ୍ୟ

କୋଲେଷ୍ଟ୍ରଲ ଠାରୁ ବ୍ଲଡ ପ୍ରେସର ଭଳି ବଡ ବଡ ସମସ୍ଯାକୁ ମାତ୍ ଦିଏ କାକୁଡି

ସାଧାରଣତଃ ଅଧିକାଂଶ ଲୋକମାନେ ଗରମ ଦିନେ କାକୁଡି ଖାଇବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି। କାରଣ ଏଥିରେ ପ୍ରଚୁର ମାତ୍ରାରେ ପାଣି ରହିଥାଏ, ଯାହାଦ୍ବାରା ଶରୀରରେ ପାଣିର ଅଭାବ ଦେଖାଯାଇନଥାଏ। କେବଳ ଏତିକି ନୁହେଁ କାକୁଡି ଅନେକ ସ୍ବାସ୍ଥ୍ଯ ସମସ୍ଯାରୁ ମଧ୍ଯ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ କାକୁଡି ଖାଇବା ଦ୍ବାରା କଣ ଲାଭ ମିଳିଥାଏ ସେ ସମ୍ପର୍କରେ ଜଣାଇବୁ, ଯାହା ପରେ ଆପଣ ମଧ୍ଯ ଆଜିଠାରୁ କାକୁଡି ଖାଇବା ଆରମ୍ଭ କରିଦେବେ।

cucumber_-କାକୁଡିରେ ୯୫% ପାଣି ରହିଥାଏ, ଯାହା ଶରୀରରେ ପାଣିର ଅଭାବକୁ ପୁରା କରିବା ସହ ଶରୀରକୁ ଡିଟକ୍ସ କରିବାରେ ସାହାଯ୍ଯ କରିଥାଏ।

-ଭିଟାମିନ ଯୁକ୍ତ କାକୁଡି ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏଥିସହ କାକୁଡି ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ। ଏହାଦ୍ବାରା ହ୍୍ଦୟ ସମ୍ବନ୍ଧୀୟ ରୋଗ ମଧ୍ଯ ଦୂର ହୋଇଥାଏ।

 cucumbers -କାକୁଡି ଖାଇବା ଦ୍ବାରା କୋଲେଷ୍ଟ୍ରଲ ସମ୍ବନ୍ଧୀୟ ରୋଗ ବିଲକୁଲ୍ ହୁଏ ନାହିଁ। ଏଥିରେ ଥିବା ଷ୍ଟେରୋଲ ତତ୍ତ୍ବ କୋଲେଷ୍ଟ୍ରଲ କମ କରିବାରେ ସାହାଯ୍ଯ କରିଥାଏ। ଏଥିସହ ଯେଉଁ ଲୋକମାନଙ୍କର ହ୍୍ଦୟ ସମ୍ବନ୍ଧୀୟ ରୋଗ ରହିଛି ସେମାନେ କାକୁଡି ଖାଇବା ଉଚିତ।

-ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଯାହା କବଜ ସମସ୍ଯାରୁ ମୁକ୍ତି ଦେବା ସହ ପେଟ ସମ୍ବନ୍ଧୀୟ ସମସ୍ଯାରୁ ମୁକ୍ତି ଦେବାରେ ସାହାଯ୍ଯ କରିଥାଏ।

-ପ୍ରତ୍ଯେକ ଦିନ ଖାଦ୍ଯରେ କାକୁଡି ସାମିଲ କରିବା ଦ୍ବାରା ପଥରୀ ସମସ୍ଯା ମଧ୍ଯ ଦୂର କରାଯାଇପାରିବ। ଏହା ପିତ୍ତ ଏବଂ କିଡିନୀରେ ହେଉଥିବା ପଥୁରୀ ସମସ୍ଯାରୁ ରକ୍ଷା କରିଥାଏ। ଦିନରେ ୨ ରୁ ୩ ଥର କାକୁଡି ରସ ପିଇବା ଦ୍ବାରା ଲାଭ ମିଳିଥାଏ।

cucumber juice-ଏସବୁ ବ୍ଯତୀତ ଉଚ୍ଚ ରକ୍ତଚାପ ଥିବା ବ୍ଯକ୍ତିମାନଙ୍କ ପାଇଁ ମଧ୍ଯ କାକୁଡି ଖାଇବା ଲାଭକାରୀ ହୋଇଥାଏ। କାରଣ ଏଥିରେ ପାଣିର ପରିମାଶ ଅଧିକା ଥିବାରୁ ଏହା ଶରୀରକୁ ଥଣ୍ଡା ରଖିଥାଏ।

-ଯେଉଁ ମହିଳାମାନଙ୍କର ମାସିକ ଧର୍ମ ସମୟରେ କଷ୍ଟ ହୋଇଥାଏ ସେହି ମହିଳାମାନେ ଦହିରେ କାକୁଡି ମିଶାଇ ସେଥିରେ ପୋଦିନା, କଳା ଲୁଣ, ଗୋଲମରିଚ, ଜୀରା ଏବଂ ହେଙ୍ଗୁ ପକାଇ ସେବନ କରନ୍ତୁ। ଦେଖିବେ ନିଶ୍ଚୟ ଆରାମ ମିଳିବ।

cucumber salad-ପ୍ରତ୍ଯେକ ଦିନ ଦାନ୍ତ ସଫା କରିବା ପରେ ମଧ୍ଯ ମୁହଁରୁ ଦୁର୍ଗନ୍ଧ ଆସୁଥିଲେ ପାଟିରେ ଏକ କାକୁଡି ଖଣ୍ଡ ରକିଦିଅନ୍ତୁ। ଏହାଦ୍ବାରା ସମସ୍ତ ଜୀବାଣୁ ମରିଯିବେ।

-କାକୁଡି ଖାଇବା ବ୍ଯତୀତ ଏହାର ରସକୁ ମୁହଁରେ ଲଗାଇବା ଦ୍ବାରା ଟ୍ଯାନିଂ, ସନବର୍ଣ୍ଣ, ରାସେଜ୍ ଭଳି ତ୍ବଚା ଜନିତ ସମସ୍ଯା ମଧ୍ଯ ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button