ମନୋରଞ୍ଜନ

ଘରେ ବନାଇ ଖାଆନ୍ତୁ ଦୋକାନ ଭଳି ‘ଆଳୁ ଟିକ୍କା ବର୍ଗର’

ଅନେକ ଲୋକ ଅନେକ ପ୍ରକାର ନୂଆ ନୂଆ ବ୍ୟଞ୍ଜନ ତିଆରି କରୁଛନ୍ତି। ଜମା ରୋଷେଇ ଜାଣି ନଥିବା ଲୋକ ବି ଏହି କରୋନା ଲକଡାଉନ ବେଳେ ରୋଷେଇ ଶିଖିଗଲେଣି। ଘରେ ଖାଲି ବସିବା ଅପେକ୍ଷା କିଛି ନୂଆ ରେସିପି ଟ୍ରାଏ କରିବା ବୁଦ୍ଧିମାନର କାମ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏମିତି ରେସିପି ଯାହା ବିଷୟରେ ଆପଣ ହୁଏତ କେବେ ଶୁଣି ନଥିବେ କି ଖାଇ ନଥିବେ। ଆମେ ଆପଣଙ୍କୁ କହୁଛୁ ‘ଆଳୁ ଟିକ୍କା ବର୍ଗର’ ବିଷୟରେ ଯାହା ନିଜର ସ୍ଵାଦରେ ଆପଣଙ୍କ ମନ କିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ବର୍ଗର ବନାଇବା ପାଇଁ ସାମଗ୍ରୀ

୨ ବର୍ଗର ବେସ୍‌, ଗୋଟେ ପିଆଜ (ଗୋଲ ଆକାରରେ କଟା ହୋଇଥିବ)

ଟିକ୍କା ପ୍ରସ୍ତୁତ ପାଇଁ ସାମଗ୍ରୀ

୨ ବଡ ସିଝା ଆଳୁ, ୧ ଚାମଚ ଲାଲ ଲଙ୍କା ପାଉଡର, ଲୁଣ ସ୍ୱାଦାନୁସାରେ, ୧ ପାତ୍ରରେ ମଇଦା, ଏକ ଚାମଚ କର୍ଣ୍ଣଫ୍ଲୋର, ୧ ପାତ୍ର ବ୍ରେଡ କ୍ରମ୍ବସ୍‌, ପାଣି ଅଳ୍ପ ଏବଂ ତେଲ ଛାଣିବା ପାଇଁ।

ବର୍ଗର ସସ୍‌ ବନାଇବା ପାଇଁ ସାମଗ୍ରୀ

୨ ଚାମଚ ମେୟୋନିଜ, ୧ ଚାମଚ ଟମାଟୋ ସସ୍‌, ୧ ଚାମଚ ରେଡ ଚିଲି ସସ୍‌।

burgerଟିକ୍କା ବନାଇବା ବିଧି

-ଟିକ୍କା ବନାଇବା ପାଇଁ ସର୍ବପ୍ରଥମେ ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ।

-ପରେ ଏଥିରେ ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାଇ ମିଶାଇ ଦିଅନ୍ତୁ।

-ଏବେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର ଏବଂ ପାଣି ଘୋଳ ବନାଇ ଦିଅନ୍ତୁ।

-ଏବେ ଆଳୁ ମିକ୍ସଚରକୁ ଟିକ୍କା ବନାଇ ଦିଅନ୍ତୁ। ଏବେ ଏକ ପ୍ୟାନକୁ ଗ୍ୟାସ ଉପରେ ରଖନ୍ତୁ।

-ଯେତେବେଳେ ତେଲ ଗରମ ହେବ ତେବେ ମଇଦା ଘୋଳରେ ଟିକ୍କାକୁ ବୁଡାଇ ଦିଅନ୍ତୁ। ଏହାପରେ ଏହାକୁ ଆଣି ବ୍ରେଡ୍‌ କ୍ରମ୍ବସରେ ପକାଇ ତେଲରେ ଛାଣନ୍ତୁ।

ବର୍ଗର ବନାଇବା ପ୍ରଣାଳୀ

  • ବର୍ଗର ସସ୍‌ ଜିନିଷକୁ ମିଶାଇ ଏକ ସସ୍‌ ବନାଇ ଦିଅନ୍ତୁ। ଏବେ ବର୍ଗରକୁ ଦୁଇ ଭାଗରେ କାଟି ଦିଅନ୍ତୁ।
  • ତଳ ଭାଗ ବର୍ଗରରେ ସସ୍‌ ଲଗାଇ ପରେ ଏହାକୁ ଟିକ୍କା ଉପରେ ରଖନ୍ତୁ।
  • ଟିକ୍କା ଉପରେ ବି ଅଳ୍ପ ସସ୍‌ ପକାଇ ତାହା ଉପରେ ପିଆଜ ସ୍ଲାଇସ୍‌ ରଖନ୍ତୁ। ଏବେ ଏହାଉପରେ ଆଉ ଗୋଟେ ଭାଗକୁ ଘୋଡାଇ ଦିଅନ୍ତୁ।
  • ଏବେ ଆପଣଙ୍କର ବଜାର ଭଳି କ୍ରିସପି ଆଳୁ ଟିକ୍କା ବର୍ଗର ପ୍ରସ୍ତୁତ ହୋଇଯାଇଛି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button