ସ୍ୱାସ୍ଥ୍ୟ

ଇମ୍ୟୁନିଟି ବଢାଇବା ସହିତ ଡିପ୍ରେସନକୁ ଦୂରେଇ ରଖିବା ପାଇଁ ନିୟମିତ ପିଅନ୍ତୁ ‘ତୁଳସୀ କ୍ଷୀର’, ଜାଣନ୍ତୁ କେମିତି ଆଉ କେତେବେଳେ ପିଇବା ଉଚିତ

ତୁଳସୀ ପତ୍ରରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି। ତୁଳସୀ ପତ୍ର ଖାଇବା ଦ୍ୱାରା କେବଳ ଇମ୍ୟୁନିଟି ନୁହେଁ ବରଂ ଅନେକ ପ୍ରକାର ରୋଗରୁ ମୁକ୍ତି ପାଇପାରିବେ। କରୋନା ମହାମାରୀ ସମୟରେ ଲୋକେ ତୁଳସୀ ପତ୍ରରେ କାଢା ପ୍ରସ୍ତୁତ କରି ପିଇଥିଲେ। ଯେଉଁଥିପାଇଁ ସେମାନଙ୍କ ଇମ୍ୟୁନିଟ୍‌ ଷ୍ଟ୍ରଙ୍ଗ ମଧ୍ୟ ହୋଇଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ତୁଳସୀ ପତ୍ରକୁ କ୍ଷୀରରେ ଫୁଟାଇ ପିଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ଆପଣଙ୍କ ଶରୀର ଅନେକ ରୋଗକୁ ଦୂର କରିଥାଏ। ଆସନ୍ତୁ ଜାଣିବା ତୁଳସୀ କ୍ଷୀର ପିଇବା ଦ୍ୱାରା କେଉଁ କେଉଁ ରୋଗରୁ ମୁକ୍ତି ମିଳିବ…

22

କେମିତି ପ୍ରସ୍ତୁତ କରିବେ :

ତୁଳସୀ କ୍ଷୀର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦେଢ ଗ୍ଲାସ କ୍ଷୀରକୁ ଭଲ ଭାବେ ଫୁଟାଇ ଦିଅନ୍ତି। କ୍ଷୀର ଫୁଟିବା ପରେ ଏଥିରେ ୮ରୁ ୧୦ଟି ତୁଳସୀ ପତ୍ର ପକାଇ ଫୁଟାଇ ଦିଅନ୍ତୁ। କ୍ଷୀର ଅଳ୍ପ ଫୁଟିଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଅଳ୍ପ ଉଷୁମ ରଖି ଏହାକୁ ପିଅନ୍ତୁ। ଏହି କ୍ଷୀରକୁ ପ୍ରତିଦିନ ପିଇଲେ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଶକ୍ତିଶାଳୀ ହୋଇଥାଏ। ଏହା ମଧ୍ୟ ଆପଣଙ୍କୁ ଅନେକ ରୋଗରୁ ଦୂର ରଖିଥାଏ।

– ତୁଳସୀ କ୍ଷୀର ପିଇବା ଦ୍ୱାରା ମାଇଗ୍ରେନ କିମ୍ବା ମୁଣ୍ଡ ବିନ୍ଧା ରୋଗରୁ ଆରାମ ମିଳିଥାଏ। ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଏହି ସମସ୍ୟାକୁ ଚିନ୍ତିତ ଥାନ୍ତି, ତେବେ ଆପଣ ପ୍ରତିଦିନ କ୍ଷୀରରେ ତୁଳସୀ ପତ୍ର ପକାଇ ପିଇପାରିବେ।

milk

– ତୁଳସୀ ପତ୍ର ଏପରି ଔଷଧୀୟ ଗୁଣ ରହିଛି, ଯାହା ଆପରଙ୍କ ଅଫିସ ଟେନସନ ସଂ ଡିପ୍ରେସନକୁ ମଧ୍ୟ ଦୂର କରିଥାଏ।

– ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ମଧ୍ୟ ବଢାଇଥାଏ ତୁଳସୀ କ୍ଷୀର। ଆପଣଙ୍କ ଇମ୍ୟୁନିଟି୍‌ ସିଷ୍ଟମ ଦୁର୍ବଳ ହେଲେ ହିଁ କୌଣସି ରୋଗ ଆପଣଙ୍କୁ ଆକ୍ରାନ୍ତ କରିପାରେ। ତୁଳସୀ ପତ୍ରରେ ଆଣ୍ଟି ଆକ୍ସିଡାଣ୍ଟ ଗୁଣ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ। ଏହାଛଡା ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟିଭାଇରାଲ ଗୁଣ ଥଣ୍ଡା, କାଶ ଏବଂ ଜ୍ୱରକୁ ମଧ୍ୟ ଦୂରେଇ ରଖିଥାଏ।

millk-and-tulsi

– କ୍ଷୀରରେ ତୁଳସୀ ପତ୍ର ଫୁଟାଇ ପିଇବା ଦ୍ୱାରା ହୃଦ ସମସ୍ୟା ଦୂର ହୋଇଥାଏ। ପ୍ରତିଦିନ ଖାଲି ପେଟରେ ତୁଳସୀ କ୍ଷୀର ପିଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗୀକୁ ଫାଇଦା ମିଳିଥାଏ।

– କାଶ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ ତୁଳସୀ କ୍ଷୀର। ବଦଳୁଥିବା ପାଣିପାଗ ମଧ୍ୟରେ ଏହି ଉପାୟ ଆପଣଙ୍କ କାଶକୁ ଭଲ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button