ସ୍ୱାସ୍ଥ୍ୟ

ଛୁଆଙ୍କ ତଣ୍ଟିରେ କିଛି ଜିନିଷ ଅଟକିଥିଲେ ଏହି ଉପାୟରେ ଘରେ କରନ୍ତୁ ପ୍ରାଥମିକ ଉପଚାର

ପିଲାମାନେ ସବୁବେଳେ କିଛି ନା କିଛି ଖାଇବା ପାଇଁ ଉତ୍ସାହିତ ରହିଥା’ନ୍ତି। ସେମାନେ ନିଜ ପସନ୍ଦର ଜିନିଷ ଖାଇବା ବେଳେ ତାହା ବଡ଼ କି ସାନ ଭୁଲିଯାଆନ୍ତି। ଫଳରେ ପ୍ରାୟତଃ ଖାଇବା ବେଳେ ଛୁଆଙ୍କ ତଣ୍ଟିରେ ଖାଦ୍ୟ ଅଟକି ଯାଇଥାଏ। ଛୁଆଙ୍କ ତଣ୍ଟିରେ ଖାଦ୍ୟ କିମ୍ବା କିଛି ଜିନିଷ ଅଟକିଗଲେ ବାପା ମା’ ବ୍ୟସ୍ତ ହୋଇ ପାଣି କିମ୍ବା କିଛି ଅନ୍ୟ ଜିନିଷ ପିଆଇ ଦେଇଥାନ୍ତି, ଫଳରେ ସମସ୍ୟା ଆହୁରି ବଢ଼ିଯାଏ। ତେବେ ଆଜି ଆସନ୍ତୁ ଜାଣିବା ଯଦି ଛୁଆର ତଣ୍ଟିରେ କିଛି ଅଟକିଯାଉଛି ତେବେ କ’ଣ କରିବେ…

 

ବର୍ଷକରୁ କମ୍‌ ବୟସର ଛୁଆ କିମ୍ବା ନବଜାତ ଶିଶୁର ଗଳାରେ ଖାଦ୍ୟ କିମ୍ବା କୌଣସି ବସ୍ତୁ ଅଟକି ଯାଇଥିଲେ ଏହି ଉପାୟରେ କରନ୍ତୁ ପ୍ରାଥମିକ ଉପଚାର:

-ସର୍ବପ୍ରଥମେ ପାଟିତୁଣ୍ଡ, ଚିଲ୍ଲାଚିଲ୍ଲି କରନ୍ତୁ ନାହିଁ। ଏହା ଦ୍ୱାରା ଛୁଆ ଭୟ କରିଯିବ ଓ କାଢ଼ିବାକୁ ଦେଖାଇବ ନାହିଁ।

-ଛୁଆକୁ କୋଳରେ ବସାନ୍ତୁ ଓ ପରେ ମୁହଁକୁ ତଳକୁ କରନ୍ତୁ, ଏହା ଦ୍ୱାରା ତଣ୍ଟିରେ ଅଟକି ଥିବା ଜିନିଷ ବାହାରି ଆସିବ।

-ହାତରେ ଛୁଆର ପିଠି ଓ କାନ୍ଧ ମଝି ସ୍ଥାନକୁ ହାଲ୍‌କାରେ ଥାପୁଡ଼ାନ୍ତୁ। ଏହା ଦ୍ୱାରା ଅଟକିଥିବା ବାହାରିଯିବ।

 

-ତଥାପି ଯଦି ଜିନିଷ ବାହାରୁ ନାହିଁ ତେବେ ଛୁଆକୁ ସିଧା କରି ବସାନ୍ତୁ। ନିଜ ଦୁଇ ଆଙ୍ଗୁଳିରେ ଛୁଆର ଛାତିକୁ ହାଲ୍‌କାରେ ଦବାନ୍ତୁ। କିନ୍ତୁ ଧ୍ୟାନ ଦେବେ ଜୋର୍‌ରେ ଯେମିତି ନ ଦବାନ୍ତି।

-ତଥାପି ଯଦି ବାହାରୁ ନାହିଁ ତେବେ ଏହି ପ୍ରକ୍ରିୟାକୁ ୫-୬ ଥର କରନ୍ତୁ।

-ଯଦି ଅସଫଳ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button