ସ୍ୱାସ୍ଥ୍ୟ

ମଧୁମେହ ରୋଗୀ ବିନା ଦ୍ୱିଧାରେ ଖାଇପାରିବେ ଏହିସବୁ ଫଳ, ଜାଣନ୍ତୁ କ’ଣ

ଆଜିକାଲି ଦେଶର ଅଧିକାଂଶ ଲୋକ ଡାଇବେଟିଜ ରୋଗର ଶିକାର ହେଉଛନ୍ତି। ଏହି ରୋଗ ହେବା ପରେ ଲୋକ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। କିନ୍ତୁ ଅନେକ ମଧୁମେହ ରୋଗୀ ଫଳ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଭାବନ୍ତି କି, ଫଳ ଖାଇବା ଦ୍ୱାରା ଡାଇବେଟିଜ ବଢିବାର ଆଶଙ୍କା ରହିଥାଏ। କିନ୍ତୁ ଏପରି କେତେକ ଫଳ ରହିଛି, ଯାହା ଡାଇବେଟିଜ ରୋଗୀଙ୍କ ପାଇଁ ବିଲକୁଲ ବି ହାନିକାରକ ନୁହେଁ। ଆସନ୍ତୁ ଜାଣିବା, ମଧୁମେହ ରୋଗୀ କେଉଁ କେଉଁ ଫଳ ଖାଇପାରିବେ।

apple

ସେଓ : ଡାଇବେଟିଜ ରୋଗୀ ସେଓ ଖାଇପାରିବେ। ଡାକ୍ତର ସେମାନଙ୍କୁ ପ୍ରତିଦିନ ଫଳ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି। ପ୍ରତିଦିନ ଗୋଟେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଭିଟାମିନ ସିର ଭରପୂର ମାତ୍ରା ରହିଥାଏ। ଯାହା ବ୍ଲଡସୁଗାରକୁ ବଢିବାକୁ ଦିଏନାହିଁ।

kiwi

କିଓ୍ଵି : ଡାଇବେଟିଜ ରୋଗୀ କିଓ୍ଵି ଖାଇପାରିବେ। କିଓ୍ଵି ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବର ନିୟନ୍ତ୍ରଣରେ ରହିଥାଏ।

କମଳା : ମଧୁମେହ ରୋଗୀ କମଳା ପ୍ରତିଦିନ ଖାଇପାରିବେ। କମଳା ଖାଇବା ଯୋଗୁଁ ଡାଇବେଟିଜ୍‌ ରୋଗୀକୁ କୌଣସି ଅସୁବିଧା ହୋଇନଥାଏ। କମଳାରେ ପ୍ରଚୁର ମାତ୍ରାରେ ପୋଟାସିୟମ ମାତ୍ରା ରହିଥାଏ।

peach

ପିଚ୍‌ : ଡାଇବେଟିଜ ରୋଗୀ ପିଚ୍‌ ଖାଇପାରିବେ। ପିଚ୍‌ ଖାଇଲେ କୌଣସି କ୍ଷତି ହୁଏ ନାହିଁ। ଯଦି ଆପଣ ଡାଇବେଟିଜ ରୋଗୀ ହୋଇଥାନ୍ତି, ଆଉ ଆପଣଙ୍କୁ ପିଚ୍‌ ବହୁତ ପସନ୍ଦ। ତେବେ ବିନା କୌଣସି ଟେନସନରେ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button