ନୀତି

କେବେବି ଘରେ ରହେନାହିଁ ଏମିତି ଭାବରେ କମାଇଥିବା ଟଙ୍କା, ଆପଣଙ୍କୁ କରିଦିଏ ଦରିଦ୍ର ! ଜାଣନ୍ତୁ ବିଦୁର ନୀତି

ମହାଭାରତ କାଳରେ ମହାତ୍ମା ବିଦୁର ଯିଏ କୌରବ ଏବଂ ପାଣ୍ଡବଙ୍କ ରାଜନୀତି ସହିତ ଯୁଦ୍ଧକାଳର ଜ୍ଞାନ ଦେଇଥିଲେ ତାଙ୍କୁ ମହାତ୍ମାଙ୍କ ଅବତାର କୁହାଯାଏ। ଏମାନେ କହିଯାଇଥିବା ବାକ୍ୟକୁ ବି ଜୀବନର ସାରା ମଧ୍ୟ କୁହାଯାଏ। ମହାତ୍ମା ବିଦୁରଙ୍କ ଦ୍ୱାରା ଜୀବନ ସହିତ ଜଡିତ ଅନେକ ନୀତି କୁହାଯାଇଥିଲା ଯାହାର ପ୍ରଭାବ ବ୍ୟକ୍ତିଙ୍କ ସାଧାରଣ ଜୀବନ ଉପରେ ପଡିଥାଏ। ଆଜି ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କୁ ବିଦୁର ଧନକୁ ନେଇ କହିଥିବା ନୀତି ବିଷୟରେ ଜଣାଇବୁ। ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଧନ କମାଇଲେ ବ୍ୟକ୍ତି ଦରିଦ୍ର ହୋଇଥାନ୍ତି।

ମହାତ୍ମା ବିଦୁରଙ୍କ କହିବାନୁଯାୟୀ ଯେଉଁ ବ୍ୟକ୍ତି ଗଣ୍ଡଗୋଳ ଝଗଡା କିମ୍ବା ଅନ୍ୟକୁ ଦୁଃଖ ପହଁଚାଇ ରୋଜଗାର କରିଥିବା ଟଙ୍କାକୁ ଘରକୁ ଆଣିଲେ ସେହି ଟଙ୍କା କେବେବି ଘରେ ରହିନଥାଏ। ଏହାସହିତ ଏମିତି ଉପାର୍ଜନ ଟଙ୍କା ସବୁବେଳେ ଘରେ ବିବାଦକୁ ବଢ଼ାଇଥାଏ। କେବଳ ଏତିକି ନୁହେଁ ଏହି କାରଣରୁ ଘରେ କେବେବି ସୁଖ-ଶାନ୍ତି ବି ରହିନଥାଏ।

moneyଯେଉଁ ବ୍ୟକ୍ତି ଧର୍ମର ରାସ୍ତା ଛାଡି ଅଧର୍ମ ଉପାୟରେ ଟଙ୍କା କମାଇଥାନ୍ତି କିମ୍ବା ଭୁଲ ଉପାୟରେ ଟଙ୍କା କମାଇଥାନ୍ତି ସେମାନଙ୍କ ପାଖରେ ସବୁବେଳେ ଦୁଃଖ ଲାଗିକି ରହିଥାଏ। ଏହାଦ୍ୱାରା କେବେବି ଜୀବନରେ ଉନ୍ନତି ହୋଇନଥାଏ ଏବଂ ସନ୍ତାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏମିତି ଟଙ୍କା କେବେବି ଘରେ ଶୁଭ ଫଳ ଦେଇନଥାଏ।

ଶତୃଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବା କିମ୍ବା କୌଣସି ଏମିତି ବ୍ୟକ୍ତିଙ୍କ ଠାରୁ ଟଙ୍କା ନେବା, ଯାହା ସହିତ କେବେ ପଡିନଥାଏ, ଯାହା ବିଷୟରେ କେବେ ଭାବିନଥିବେ କିମ୍ବା ଯିଏ ଆପଣଙ୍କୁ ସବୁବେଳେ ଖରାପ ବ୍ୟବହାର କରିଥାନ୍ତି ତାଙ୍କ ଠାରୁ କେବେବି ଟଙ୍କା ନିଅନ୍ତୁ ନାହିଁ। ଏହି ଟଙ୍କାରେ ଆପଣଙ୍କର କେବେବି ବିକାଶ ହୋଇନଥାଏ। ଏମିତି ଧନ ଆପଣଙ୍କୁ ଧୀରେ ଧୀରେ ଦରିଦ୍ର କରିଦେଇଥାଏ। ଏହାସହିତ ଏମିତି ଧନ ଆପଣଙ୍କ ମାନସିକ ଚିନ୍ତାକୁ ବଢ଼ାଇଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button