ମନୋରଞ୍ଜନ

ଏବେ ଘରେ ବନାନ୍ତୁ ବଜାର ଭଳି ସ୍ପ୍ରିଙ୍ଗ୍‌ ରୋଲ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଏବେର କରୋନା କାଳରେ ଲୋକମାନେ ବଜାରୁ କିଛିବି ଜିନିଷ ଖାଇବା ମଧ୍ୟ ବିପଦଜନକ ହୋଇପାରେ। ଏଥିପାଇଁ ଘରେ ହିଁ କିଛି ସ୍ପେଶାଲ ଖାଦ୍ୟ ବନାଇ ପୂରା ବଜାର ଭଳି ସ୍ୱାଦ ନେଇପାରିବେ। ଏମିତିରେ ଅନେକ ଲୋକଙ୍କ ମନରେ ବଜାର ଭଳି ସ୍ପ୍ରିଙ୍ଗ୍‌ ରୋଲ ଖାଇବାକୁ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆପଣଙ୍କ ପାଇଁ ସ୍ପ୍ରିଙ୍ଗ୍‌ ରୋଲ ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୧ ସିଝା ଆଳୁ (ଚକଟା ହୋଇଥିବା)
-ଗୋଟିଏ ଅଣ୍ଡା ଫେଣ୍ଟା ହୋଇଥିବା
-୧/୩ କପ୍‌ ଧନିଆ ପତ୍ର (କଟା ହୋଇଥିବା)
-୧/୩ କପ୍‌ ଲାଲ ପିଆଜ (କଟା ହୋଇଥିବା)
-ଲୁଣ (ସ୍ୱାଦାନୁସାରେ)
-ଚାଟ ମସଲା (ସ୍ୱାଦ ଅନୁସାରେ)
-୪ କପ୍‌ ତେଲ
-ରାଇସ୍‌ ରାପିଙ୍ଗ୍‌ ପେପର (ରୋଲ କରିବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

-ସ୍ପ୍ରିଙ୍ଗ୍‌ ରୋଲ ବନାଇବା ପାଇଁ ପ୍ରଥମେ ୧ ଚାମଚ ମଇଦାରେ ୩ ଚାମଚ ପାଣି ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏବେ ସର୍ବପ୍ରଥମେ ପୂର ଭରିବା ପାଇଁ ସବୁ ସାମଗ୍ରୀକୁ ମିକ୍ଦ କରିଦିଅନ୍ତୁ।

-ଏବେ ଏକ ଥାଳିରେ ସ୍ପି୍ରଙ୍ଗ ରୋଲ ରାପିଙ୍ଗ୍‌ ପେପର ରଖନ୍ତୁ।

-ରାପିଙ୍ଗ୍‌ ପେପରେ ଏକ ଛୋଟ ଚାମଚ ମିଶ୍ରଣ ରଖନ୍ତୁ। ଏବେ ଏହାକୁ ରୋଲ କରିବା ପାଇଁ ମଇଦା ଏବଂ ପାଣିରେ ପ୍ରସ୍ତୁତ ପେଷ୍ଟକୁ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାର ଚାରିପାଖକୁ ଚାପି ବନ୍ଦ କରିଦିଅନ୍ତୁ।

-ଏହିପରି ଭାବେ ସମସ୍ତ ରୋଲକୁ ପ୍ରସ୍ତୁତ କରନ୍ତୁ। ଏବେ ଗରମ ତେଲରେ ଗୋଲଡେନ ବ୍ରାଉନ ହେବା ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ।

-ଏହା ଭଲଭାବେ ହୋଇଗଲା ପରେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।

-ଏବେ ଆପଣ ସ୍ପି୍ରଙ୍ଗ ରୋଲକୁ ଆପଣଙ୍କ ପସନ୍ଦର ଚଟଣୀ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button