ସ୍ୱାସ୍ଥ୍ୟ

କେବଳ ଫୁସଫୁସ୍‌ ନୁହେଁ ଶରୀରର ଏହିସବୁ ଅଙ୍ଗକୁ ପ୍ରଭାବିତ କରିପାରେ

କେବଳ ମଣିଷର ଫୁସଫୁସ୍‌ ନୁହେଁ ବରଂ କିଡନୀ, ଲିଭର, ହାର୍ଟ, ମୁଣ୍ଡ, ଶିରାପ୍ରସୀରା, ତ୍ୱଚା ଏବଂ Gastrointestinal Tract କୁ ମଧ୍ୟ କ୍ଷତି ପହଞ୍ଚାଉଛି। ନ୍ୟୁୟର୍କ ଡାକ୍ତର ବ୍ୟକ୍ତିଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ସୂଚନା ମୁତାବକ କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସହର ମଧ୍ୟରେ ନ୍ୟୁୟର୍କ ସାମିଲ ରହିଛି।

merlinନ୍ୟୁୟର୍କ ସହରର କୋଲମ୍ବିଆ ୟୁନିଭରସିଟି ଇରଓ୍ଵିଂଗ ମେଡିକାଲ ସେଣ୍ଟରର ଡାକ୍ତରୀ ଟିମ୍‌ ନିଜ ମେଡିକାଲ ସେଣ୍ଟରର ବ୍ୟକ୍ତିମାନଙ୍କ ସହ ବିଶ୍ୱର ଅନ୍ୟ ମେଡିକାଲ ଟିମର ରିପୋର୍ଟକୁ ମଧ୍ୟ ସମୀକ୍ଷା କରିଥିଲେ। ସିଏନଏନ ରିପୋର୍ଟ ଅନୁଯାୟୀ, ଡାକ୍ତର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରିପୋଂର୍ଟ ସମୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଏହି ଭାଇରସ ମଣିଷର ପ୍ରତ୍ୟେକ ମହତ୍ୱପୂର୍ଣ୍ଣ ଅଙ୍ଗକୁ କ୍ଷତିଗ୍ରସ୍ତ କରିଥାଏ। ଏଥିସହ ହାର୍ଟ ପ୍ରଭାବିତ ହେବା ସହ କିଡନୀରୁ ରକ୍ତ ବାହାରିଥାଏ ଏବଂ ତ୍ୱଚାରେ ରାସେସ୍‌ ଦେଖାଯାଇଥାଏ।

covid_19_attackଶରୀରର ବିଭିନ୍ନ ଅଙ୍ଗରେ କରୋନା ଭାଇରସର ଆକ୍ରମଣ କାରଣରୁ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ମାଂସପେଶୀରେ ଯନ୍ତ୍ରଣା ହେବା, ପେଟରେ ଯନ୍ତ୍ରଣା ଏବଂ ଅନ୍ୟ କେତେକ ସମସ୍ୟା ଦେଖାଯାଇଥାଏ। ଏଥିସହ ଫୁସଫୁସ୍‌ ରେ ସଂକ୍ରମଣ କାରଣରୁ କଫ ଏବଂ ଜ୍ୱର ମଧ୍ୟ ହୋଇଥାଏ।
ରିସର୍ଚ୍ଚ ଟିମ୍‌ ରେ ସାମିଲ ହୋଇଥିବା କୋଲମ୍ବିଆ ୟୁନିଭରସିଟିର କାର୍ଡିୟୋଲଜିଷ୍ଟ ଡା.ଆକୃତି ଗୁପ୍ତାଙ୍କ କହିବାନୁଯାୟୀ, କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଏହା ଧ୍ୟାନ ରଖିବାକୁ ପଡିବ ଯେ, ଏହା ଏକ ମଲ୍ଟିସିଷ୍ଟମ ରୋଗ। ଏଥିପାଇଁ ଡାକ୍ତରଙ୍କୁ ଫୁସଫୁସ୍‌ ସଂକ୍ରମଣ ସହ ଭିନ୍ନ ଭିନ୍ନ ସମସ୍ୟା ପାଇଁ ଚିକିତ୍ସା କରିବା ଉଚିତ।

sourceଏହି ମାରାତ୍ମକ ଭାଇରସ ବ୍ୟକ୍ତିଙ୍କ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏନେଇ ଡାକ୍ତରଙ୍କ କହିବାନୁଯାୟୀ, ଭେଣ୍ଟିଲେଟରରେ ଅଧିକ ସମୟ ରଖିବା ପରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସିତ ଔଷଧରୁ ମଧ୍ୟ କ୍ଷତି ହୋଇପାରେ ଏବଂ ସେଥିରେ ନ୍ୟୁରୋଲଜିକାଲ ପ୍ରଭାବ ଦେଖିବାକୁ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button