ମନୋରଞ୍ଜନ

ଘରେ ବନାନ୍ତୁ କଶ୍ମୀର ଚିକେନ, ବୁଧବାରକୁ କରନ୍ତୁ ସ୍ପେଶାଲ

ଆପଣ ଅନେକ ପ୍ରକାର ଚିକେନ ତରକାରୀ ଖାଇଥିବେ । କିନ୍ତୁ କଶ୍ମୀର ଚିକେନ ତରକାରୀ ସ୍ୱାଦକୁ ଟିକିଏ କରିଥାଏ ଅଲଗା। କିନ୍ତୁ କିପରି ଏହାକୁ ପ୍ରସ୍ତୁତ କରିବେ, ତାହା ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ :

ଚିକେନ

୩ ଚାମଚ ଟମାଟୋ ପ୍ୟୁରୀ

୧ ଛୋଟ ଅଦା

୪ କୋଲା ରସୁଣ

୨ ଚାମଚ ଲେମ୍ବୁ ରସ

୨ ଚାମଚ କଶ୍ମୀର ଲଙ୍କା ଗୁଣ୍ଡ

୩/୪ କପ୍‌ ଫ୍ରେସ କ୍ରିମ୍‌

ଧନିଆପତ୍ର, ପୋଦିନା ପତ୍ର

chicken

୪ ଟେବୁଲସ୍ପୁନ ତେଲ, ୧ ଟେବୁଲସ୍ପୁନ ବଟର

ଛୋଟ କଟା ହୋଇଥିବା ପିଆଜ

ଲୁଣ ସ୍ୱାଦନୁସାରେ

ପାନ ମଧୁରୀ ଅଳ୍ପ କିଛି

ଅଧା ଚାମଚ ଜୀରା

୨ଟି ଲବଙ୍ଗ, ୨ଟି ଗୁଜୁରାତି, ୩ଟା ଗୋଲମରିଜ, ଅଳ୍ପ କଳାଜିରା, ୧ ଟା ଡାଳଚିନି, ୧/୮ ଜାଇଫଳ ପାଉଡର

ପ୍ରସ୍ତୁତି ପ୍ରଣାଳୀ :

ଗ୍ରାଇଣ୍ଡରରେ ଅଦା, ରସୁଣ, ସମସ୍ତ ଭଜା ହୋଇଥିବା ମସଲା ଏବଂ ୨ ଚାମଚ ତେଲ ମିଶାଇ ପେଷ୍ଟ କରିଦିଅନ୍ତୁ। ଏବେ ପ୍ୟାନରେ ତେଲ ଗରମ କରିବା ପରେ ଚିକେନ ଓ ଲୁଣ ପକାଇ ଭାଜନ୍ତୁ। ଚିକେନ ଭାଜି ହୋଇଗଲା ପରେ ସେଥିରୁ ଚିକେନ କାଢିବା ପରେ ବଟର, ପିଆଜ, କଶ୍ମୀର ଲଙ୍କାଗୁଣ୍ଡ ଏବଂ ପେଷ୍ଟ କରିଥିବା ମସଲା ପକାଇ ଭାଜି ଦିଅନ୍ତୁ। ଭଲଭାବେ ମସଲା ହେବା ପରେ ଟମାଟୋ ପ୍ୟୁରୀ, ଲୁଣ ଏବଂ ଏକ ଗ୍ଲାସ ପାଣି ଦେଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ଚିକେନ ପକାଇ ୧୫-୨୦ ମିନିଟ୍‌ ପରେ ଓହ୍ଲାଇ ଦିଅନ୍ତୁ। ଲେମ୍ବୁ ରସ, ଫ୍ରେଶ କ୍ରିମ, ଧନିଆପତ୍ର ଏବଂ ପୋଦିନା ପତ୍ର ପକାଇ ୫-୭ ମିନିଟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ପକାଇ ଗରମ ଗରମ ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button