ସ୍ୱାସ୍ଥ୍ୟ

ଡାଇବେଟିଜ ଠାରୁ ଆରମ୍ଭ କରି ବ୍ଲଡପ୍ରେସର ପର୍ଯ୍ୟନ୍ତ ସବୁକିଛିରୁ ମିଳିବ ମୁକ୍ତି, ଏମିତି କରନ୍ତୁ ମୟୂରାସନ

ଆଜିକାଲିର ଜୀବନଶୈଳୀ ପ୍ରତ୍ୟେକ ମଣିଷକୁ ରୋଗାକ୍ରାନ୍ତ କରୁଛି। ସୁଗାର, କୋଷ୍ଠକାଠିନ୍ୟ, ଯକ୍ଷ୍ମା ଏବଂ ସାଧାରଣ ରୋଗ ଯୋଗୁଁ ଆପଣ ଚିନ୍ତାରେ ରହୁଛନ୍ତି। କିନ୍ତୁ ଏବେ ଏହିସବୁ ରୋଗକୁ ଭୟକରିବାର ନାହିଁ। ଯେଉଁ ବ୍ୟକ୍ତିମାନଙ୍କର ଏହି ସବୁ ରୋଗ ରହିଛି, ସେମାନେ ମୟୂରାସନ କରିପାରିବେ। ଯେଉଁ ବ୍ୟକ୍ତି ନିୟମାନୁସାରେ ମୟୂରାସନ କରିଥାନ୍ତି, ସେମାନଙ୍କୁ ଜୀବନରେ କେବେ ବି ଡାଇବେଟିଜ ହୁଏ ନାହିଁ।

କେମିତି କରିବେ :

ମୟୂରାସନ କରିବା ପାଇଁ ପ୍ରଥମେ ଆଣ୍ଠୁମାଡି ବସି ମୁଣ୍ଡିଆ ମାରିଲା ପରି ମୁଦ୍ରାରେ ଆସିଯାଆନ୍ତୁ। ଏହାପରେ ଦୁଇ ହାତର କହୁଣୀକୁ ମୋଡି ନାଭି ପାଖକୁ ନେଇଯାଆନ୍ତୁ। ତା’ ପରେ ତଳେନିଜ ଗୋଡକୁ ଧୀରେ ଧୀରେ ନିୟନ୍ତ୍ରଣ କରି ଉଠାନ୍ତୁ। ଏମିତି କରିବା ସମୟରେ ଆପଣଙ୍କ ଶରୀର ସଠିକ ଦିଗରେ ରହିବା ଦରକାର। କେବଳ ଆପଣଙ୍କ ହାତ ତଳେ ରହିଥିବା ଦରକାର।

ବ୍ଲଡପ୍ରେସର, ଯକ୍ଷ୍ମା, ହୃଦରୋଗ, ଅଲସର ଭଳି ସମସ୍ୟା ଯାହାର ରହିଛି, ସେମାନେ ଏହି ଯୋଗାସନ ନ କରିବା ଉଚିତ।

mm

ଫାଇଦା :

ଏହି ଯୋଗାସନ କରିବା ଦ୍ୱାରା ଚେହେରାରେ ଚମକ ବଢିଥାଏ ଏବଂ ଗ୍ଲୋ ଆସିଥାଏ।
ବାହୁ ମଜବୁତ ହୋଇଥାଏ।
ସୁଗାର ସମସ୍ୟା ଦୂର କରିଥାଏ।
କୋଷ୍ଠକାଠିନ୍ୟ ଦୂର ହୁଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button