ସ୍ୱାସ୍ଥ୍ୟ

ପାଣି ପିଇବାର ସଠିକ୍‌ ଉପାୟ କରିବ ଓଜନ କମ୍‌, ଏହି ସମୟରେ ପିଅନ୍ତୁ ପାଣି

ବତ୍ତର୍ମାନ ସମୟରେ ପ୍ରାୟ ସମସ୍ତଙ୍କର ଏକମାତ୍ର ଚିନ୍ତାର କାରଣ ମୋଟାପଣ। ଆଜିକାଲିର ଅନିୟମିତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ମଣିଷର ଓଜନ ଏବଂ ମୋଟାପଣ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ନିଜର ମୋଟାପଣ କମାଇବା ପାଇଁ କଠିନ ପରିଶ୍ରମ କରିବା ସହିତ ବିଭିନ୍ନ ପ୍ରକାର ଉପାୟ ମଧ୍ୟ ଆପଣାଉଚନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପାଣି ପିଇବା ଦ୍ୱାରା ମଧ୍ୟ ମୋଟାପଣ କମିପାରେ। କିନ୍ତୁ ପାଣି ପିଇବାର ଉଚିତ ଉପାୟ ଦ୍ୱାରା ଏପରି ହୋଇପାରିବ ବୋଲି ଅଧ୍ୟୟନରୁ ଜଣାପଡିଛି।

ଅଧ୍ୟୟନ ଅନୁସାରେ, ଶରୀର ଉପରେ ପାଣିର ପଜିଟିଭ ପ୍ରଭାବ ପଡିଥାଏ। ପାଣିରେ କୌଣସି କ୍ୟାଲୋରୀ ମାତ୍ରା ନଥାଏ। ଏହା ଶରୀରକୁ ଆକ୍ଟିଭ ରଖିବା ସହିତ ବିଷାକ୍ତ ପଦାର୍ଥକୁ ବାହାରକୁ କାଢିଦିଏ। ଏହାସହିତ ପାଣି ଫ୍ୟାଟ୍‌ ବର୍ନ କରିବାରେ ସହାୟକ ହୋଇଥାଏ।

water

ଅଧିକ ଓଜନ ଥିବା ଆମେରିକୀୟ ପିଲାଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଥଣ୍ଡା ପାଣି ପିଇବା ଦ୍ୱାରା ୨୫ ପ୍ରତିଶତ ସ୍ପିଡରେ କ୍ୟାଲୋରୀ ବର୍ନ ହୋଇଥାଏ। ପ୍ରତ୍ୟେକ ୧୦ ମିନିଟ୍‌ରେ ଥରେ ଏକ କପ୍‌ ପାଣି ପିଇବା ଦ୍ୱାରା ଭୋକ ମଧ୍ୟ କମ୍‌ ଲାଗିଥାଏ। ପାଣି ପିଇବା ପରେ ଶରୀରର ସମସ୍ତ ସିଷ୍ଟମ ଖୁବ ଜୋରରେ କାମ କରିଥାଏ। ଏହି ସମୟରେ ଫ୍ୟାଟ୍‌ ବର୍ନ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଏହାଦ୍ୱାରା ଓଜନ କଣ୍ଟ୍ରୋଲ ହେବା ସହିତ ଅତିରିକ୍ତ ଚର୍ବି କମ୍‌ ହୋଇଯାଏ।

water 1

ଖାଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଭୋକ କମ୍‌ ଲାଗିଥାଏ। ଅନେକ ପ୍ରତିଯୋଗୀଙ୍କ ଉପରେ ଏହାର ରିସର୍ଚ୍ଚ କରାଯାଇଛି। ଖାଇବା ପୂର୍ବରୁ ପାଣି ପିଉଥିବା ୪୪ ପ୍ରତିଶତ ଲୋକଙ୍କ ଓଜନ କମ୍‌ ରହିଥାଏ। କିନ୍ତୁ ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଓଜନ ବଢିଥାଏ। ଏଥିପାଇଁ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିିଇବା ଅନୁଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button