ସ୍ୱାସ୍ଥ୍ୟ

ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଏ ଇମ୍ୟୁନିଟି ଡ୍ରିଙ୍କ୍ସର ଅତ୍ୟଧିକ ସେବନ, ପୂର୍ବରୁ ହୋଇଯାନ୍ତୁ ସାବଧାନ

ବଞ୍ଚିବା ପାଇଁ ମନୁଷ୍ୟ ଶରୀରର ଇମ୍ୟୁନିଟି ସିଷ୍ଟମ ମଜବୁତ ହେବା ନିତାନ୍ତ ଆବଶ୍ୟକ। ଯାହା ଦ୍ୱାରା ସଂକ୍ରମଣ ସହିତ ଲଢିବାର ଶକ୍ତି ମିଳିଥାଏ। ଇମ୍ୟୁନିଟି ସିଷ୍ଟମ ମଜୁବତ ହେଲେ ଶରୀରରୁ ଅନେକ ରୋଗ ଦୂରେଇ ରହିଥାଏ। ଇମ୍ୟୁନିଟି ସିଷ୍ଟମ ବଢାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଜିନିଷ ସେବନ କରିଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ଇମ୍ୟୁନିଟି ସିଷ୍ଟମ ବଢାଉଥିବା ଜିନିଷ ଆପଣଙ୍କ ଶରୀର ପ୍ରତି କ୍ଷତିକାରକ ମଧ୍ୟ ହୋଇପାରେ। ଏହିସବୁ ଜିନିଷର ଅଧିକ ସେବନ କରିବା ଶରୀର ପାଇଁ ହାନିକାରକ।

haldi

ହଳଦୀ କ୍ଷୀର :

ହଳଦୀ ମିଶା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା କ୍ଷତିକାରକ ହୋଇଥାଏ। ଆଜିକାଲି ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବା ପାଇଁ ବହୁତ ଲୋକ ରାତିରେ ହଳଦୀ କ୍ଷୀର ପିଇଥାନ୍ତି। ଯଦି ଆପଣ ପ୍ରତିଦିନ ରାତିରେ ହଳଦୀ କ୍ଷୀର ପିଉଥାନ୍ତି ତେବେ ଏଥିରେ ହଳଦୀମାତ୍ରା କମ୍‌ କରିଦିଅନ୍ତୁ। କ୍ଷୀରରେ ଅଧିକ ମାତ୍ରାର ହଳଦୀ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

lemon

ଲେମ୍ବୁ ପାଣି :

ଲେମ୍ବୁ ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଲେମ୍ବୁରେ ଥିବା ଭିଟାମିନ ସିର ପ୍ରଚୁର ମାତ୍ରା ରହିଥାଏ, ଯାହା ଇମ୍ୟୁନ ସିଷ୍ଟମକୁ ମଜବୁତ କରିବାରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ, ଆପଣ ପ୍ରତିଦିନ ଦୁଇଟି ଲେମ୍ବୁ ଜୁସ୍‌ ପ୍ରସ୍ତୁତ କରି ପିଇପାରିବେ। ଏହାଠାରୁ ଅଧିକ ମାତ୍ରାରେ ସେବନ କରିବା ଶରୀରର କ୍ଷାରୀୟତା କମ୍‌ ହୋଇଥାଏ। ଯେଉଁ ଲୋକଙ୍କର ଗ୍ୟାଷ୍ଟ୍ରିକ ଏବଂ ଏସିଡ ସମସ୍ୟା ରହିଥାଏ, ସେମାନେ ଲେମ୍ବୁ ପାଣି ପିଇବା ଉଚିତ ନୁହେଁ।

kadha

କାଢା :

କାଢା ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କାଢା ପିଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଧ୍ୟ ମଜବୁତ ହୋଇଥାଏ, କିନ୍ତୁ ଅଦିକ ମାତ୍ରାରେ କାଢା ପିଇବା ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇଥାଏ। ଅଧିକ ମାତ୍ରାରେ କାଢା ସେବନ କରିବା ପେଟ କିମ୍ବା ସ୍କିନ ସମ୍ବନ୍ଧୀୟ ଅନେକ ସମସ୍ୟା ଉତ୍ପନ୍ନ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button