ମନୋରଞ୍ଜନ

ଇଭନିଙ୍ଗରେ ଥରେ ବନାଇ ଖାଆନ୍ତୁ କ୍ରିସପି ପୋଟାଟୋ ଷ୍ଟିକ୍ସ, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ସନ୍ଧ୍ୟା ହେବା ମାତ୍ରକେ ପେଟରେ ମୂଷା ଦୌଡିଥାଏ। ପିଲାମାନେ ସବୁବେଳେ କିଛି ନା କିଛି ନୁଆ ସ୍ୱାଦ ଚାଖିବାକୁ ପସନ୍ଦ କରନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଏକଦମ୍‌ ନୁଆ ରେସିପି ନେଇ ଆସିଛୁ ଯାହାର ନାମ ହେଉଛି ପୋଟାଟୋ ଷ୍ଟିକ୍ସ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୪ଟି ଆଳୁ
-୧/୪ କପ୍‌ କର୍ଣ୍ଣଫ୍ଲୋର
-ଅଧା କପ୍‌ ମଇଦା
-ଅଧା କପ୍‌ ବ୍ରେଡ ଗୁଣ୍ଡ
-ଲୁଣ ସ୍ୱାଦାନୁସାରେ
-ଲାଲ ଲଙ୍କା ପାଉଡର ସ୍ୱାଦାନୁସାରେ
-ଗୋଲମରୀଚ ପାଉଡର ସ୍ୱାଦାନୁସାରେ
-ଅଦା ଚାମଚ ରସୁଣ ପେଷ୍ଟ
-ତେଲ ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପ୍ୟାନରେ ଆବଶ୍ୟକ ଅନୁସାରେ ପାଣି ଗରମ କରନ୍ତୁ।
  • ପାଣି ଫୁଟିଯିବା ପରେ ପଟାଟୋ ଷ୍ଟିକ୍ସ (ଆଳକୁ ଛୋଟ ଛୋଟ କରି କାଟିଥିବା)କୁ ୫ ମିନିଟ ପଯ୍ୟର୍ନ୍ତ ଘୋଡାଇ ରଖିଦିଅନ୍ତୁ।
  • ଏବେ ଏହି ପାଣିକୁ ଆଞ୍ଚରୁ ବାହାର କରି ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।
  • ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର, ରସୁଣ ପେଷ୍ଟ, ଲୁଣ, ଗୋଲମରୀଚ ପାଉଡର, ଲାଲ ଲଙ୍କା ପାଉଡର ଏବଂ ଆବଶ୍ୟକ ଅନୁସାରେ
  • ପାଣି ମିଶାଇ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ।
  • ଏବେ ପୋଟାଟୋ ଷ୍ଟିକ୍ସକୁ ଘୋଳରେ ବୁଡାଇ ବ୍ରେଡ ଗୁଣ୍ଡକୁ ଭଲଭାବେ ଲଗାଇ ଦିଅନ୍ତୁ।
  • କଡାରେ ତେଲ ଗରମ କରି ପୋଟାଟୋ ଷ୍ଟିକ୍ସକୁ ଧୀମା ଆଞ୍ଚରେ ସୁନେଲୀ ହେବା ପଯ୍ୟର୍ନ୍ତ ଛାଣନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପୋଟାଟୋ ଷ୍ଟିକ୍ସ।
  • ଆପଣ ଏହାକୁ ପ୍ଲେଟକୁ ବାହାର କରି ଟମାଟୋ ସସ୍‌ ସହିତ ସର୍ଭ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button