ସ୍ୱାସ୍ଥ୍ୟ

ବିନା ଡାକ୍ତର ଏବଂ ମେଡିସିନରେ ଦୂର କରନ୍ତୁ ଅନେକ ବଡ ବଡ ରୋଗ, ନିୟମିତ ବ୍ୟବହାର କରନ୍ତୁ କଦଳୀ ଗଛର ଚେର

କଦଳୀ ଖାଇବାକୁ ବହୁତ ଲୋକ ଭଲ ପାଆନ୍ତି ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। କଦଳୀରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ। କିନ୍ତୁ ଆପଣ ବୋଧ ହୁଏ ଜାଣିନଥିବେ କଦଳୀ ଭଳି କଦଳୀର ଚେର ମଧ୍ୟ ବହୁତ ଗୁଣକାରୀ ହୋଇଥାଏ। ଏଥିରେ ସେରୋଟୋନିନ, ଭିଟାମିନ୍ସ, ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ପାୟରେଟିକ ଗୁଣ ରହିଥାଏ। କଦଳୀ ଗଛର ଚେର ସାହାଯ୍ୟରେ ଅନେକ ରୋଗକୁ ମାତ୍‌ ଦେଇହେବ। ଅନେ ବଡ ବଡ ରୋଗ ଭଲ ହୋଇପାରିବ। ତେଣୁ ଆଜି ଆମେ ଆପଣଙ୍କୁ ଏହାର ଔଷଧୀୟ ଗୁଣର ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଅନେକ ବଡ ବଡ ରୋଗରୁ ମୁକ୍ତି ଦେଇପାରିବ।

ଆଖିକୁ ରଖନ୍ତୁ ସୁସ୍ଥ

ପ୍ରତିଦିନ କଦଳୀ ଗଛର ଚେରରେ ପ୍ରସ୍ତୁତ କାଢ଼ା ପିଅନ୍ତୁ। ଦେଖିବେ ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିପାରିବ। ଏଥିରେ ଥିବା ଭିଟାମିନ୍‌ ଏ, କ୍ୟାଲସିୟମ, ଆଇରନ, ଆଣ୍ଟି-ପାୟରେଟିକ, ଆଣ୍ଟି-ସେପ୍ଟିକ ଆଦି ଗୁଣ ଆଖିର ରଶ୍ମି ବଢ଼ାଇବା ସହିତ ଆଖିକୁ ସୁସ୍ଥ ରଖିଥାଏ।

ବ୍ଲଡ ପ୍ରେସରକୁ ରଖନ୍ତୁ କଣ୍ଟ୍ରୋଲ

ହାଇ ବ୍ଲଡ ପ୍ରେସର ସମସ୍ୟା ଭୋଗୁଥିବା ଲୋକ କଦଳୀ ଗଛର ଚେରରେ ପ୍ରସ୍ତୁତ ପାଣି ପିଇବା ନିହାତି ଆବଶ୍ୟକ। ଏହାର ଚେରକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ।

ଆସ୍ଥମାରେ ଫାଇଦାପୂର୍ଣ୍ଣ

କଦଳୀ ଗଛର ଚେର ବହୁତ ପୋଷକ ତତ୍ତ୍ୱ ରହିଥାଏ। ଶ୍ୱାସ ରୋଗୀ ଏଥିରେ ପ୍ରସ୍ତୁତ କାଢ଼ା ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ। ଏହା ଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ।

ଜ୍ୱରରୁ ମିଳିଥାଏ ଆରାମ

ଏଥିରେ ଥିବା ଆଣ୍ଟି-ପାୟରେଟିକ ଜ୍ୱରକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହାର ଚେରକୁ ପାଣିରେ ସିଝାଇ ୨-୩ ଥର ପିଇବା ଦ୍ୱାରା ଶରୀରରେ ରକ୍ତ ପ୍ରବାହିତ ଭଲ ଭାବରେ ହୋଇଥାଏ। ଏହାଦ୍ୱାରା ଶରୀରରୁ ଜ୍ୱର ମୁକ୍ତି ମିଳିଥାଏ।

ପେଟ ପାଇଁ ଫାଇଦାପୂର୍ଣ୍ଣ

ଏଥିରେ ଥିବା ଔଷଧୀୟ ଗୁଣ ପେଟରେ ଗ୍ୟାଷ୍ଟ୍ରିକ ଏସିଡ ଠାରୁ ମୁକ୍ତି ଦେଇଥାଏ। ନିୟମିତ ଭାବରେ ଏହାର କାଢ଼ା ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ, ଅଲସର ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button