ନୀତି

ଚାଣକ୍ୟ ନୀତି : ପ୍ରେମରେ କେବେ ବି ଅସଫଳ ହୁଅନ୍ତି ନାହିଁ ଏହି ପୁରୁଷ

ପ୍ରେମ ସମ୍ପର୍କ ସବୁଠାରୁ ସୁନ୍ଦର ସମ୍ପର୍କ। ଦୁନିଆର ଅନେକ ବୁଦ୍ଧିଜୀବୀ ପ୍ରେମ ବିଷୟରେ ନିଜର ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଲଭନୀତିକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି। ଏହି ନୀତିରେ ଚାଣକ୍ୟ କହିଛନ୍ତି, କେଉଁ ପୁରୁଷ ପ୍ରେମରେ କେବେ ବି ଅସଫଳ ହୁଅନ୍ତି ନାହିଁ।

– ଚାଣକ୍ୟଙ୍କ ଅନୁଯାୟୀ, ଯେଉଁ ପୁରୁଷ ନିଜର ମା, ଭଉଣୀ ଏବଂ ସ୍ତ୍ରୀକୁ ସମ୍ମାନ ଦୃଷ୍ଟିରେ ଦେଖିଥାଏ। ତାଙ୍କର ପ୍ରେମିକା ସୁବବେଳେ ତାଙ୍କୁ ସମ୍ମାନ କରିଥାଏ। ଏମାନଙ୍କ ସମ୍ପର୍କ କେବେ ବି ଭାଙ୍ଗେନାହିଁ। ଏମାନଙ୍କୁ ପ୍ରତିଟି ସ୍ଥାନରେ ସମ୍ମାନ ମିଳେ।

laughing-couple

– ଯେଉଁ ପୁରୁଷ ନିଜ ପାର୍ଟନର ପ୍ରତି ବିଶ୍ୱାସଯୋଗ୍ୟ ହୋଇଥାଏ, ଏବଂ ଅନ୍ୟର ସ୍ତ୍ରୀ ଉପରେ ଖରାପ ନଜର ପକାଏ ନାହିଁ, ସେମାନେ ଲଭ ଲାଇଫକୁ ବଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ଏମିତି ପୁରୁଷ ପ୍ରେମ ବନ୍ଧନକୁ କେବେ ବି ଭାଙ୍ଗିବାକୁ ଦିଏନ୍ତି ନାହିଁ। ଏମାନେ ନିଜ ପ୍ରେମିକା ଛଡା ଆଉ ଅନ୍ୟ କେଉଁ ସ୍ତ୍ରୀ କଥା ଚିନ୍ତା କରନ୍ତି ନାହିଁ।

– ଏମିତି ପୁରୁଷ ସବୁବେଳେ ନିଜ ପ୍ରେମିକା କିମ୍ବା ଜୀବନସାଥୀକୁ ସୁରକ୍ଷା ଦେଇଥାନ୍ତି। ଏମାନଙ୍କ ସମ୍ପର୍କ କେବେ ବି ଭାଙ୍ଗେ ନାହିଁ। ଏମିତିରେ ଯଦି ଆପଣ ନିଜ ପ୍ରେମକୁ ସୁରକ୍ଷିତ ବାତାବରଣ ଦେଇଥାନ୍ତି, ସେମାନେ ଆପଣଙ୍କ ଠାରୁ କେବେ ବି ଦୂରକୁ ଯାଆନ୍ତି ନାହିଁ।

couple

– ପ୍ରେମ ସମ୍ପର୍କରେ ଭୌତିକ ଏବଂ ଭାବନାତ୍ମକ ସୁଖ ସହିତ ଶାରୀରିକ ସନ୍ତୁଷ୍ଟି ମଧ୍ୟ ଆବଶ୍ୟକ ହୋଇଥାଏ। ଯେଉଁ ପୁରୁଷ ନିଜର ପ୍ରେମିକାକୁ ଏହି ସୁଖ ପ୍ରଦାନ କରିଥାଏ, ସେମାନଙ୍କ ସମ୍ପର୍କ କେବେ ବି ତୁଟେ ନାହିଁ। ସେମାନଙ୍କ ସମ୍ପର୍କ ସବୁବେଳେ ମଜବୁତ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button