ମନୋରଞ୍ଜନ

ଆଜି କିଛି ନୂଆ ଡିସ୍‌ ଟ୍ରାଏ କରନ୍ତୁ, ପ୍ରସ୍ତୁତ କରନ୍ତୁ ବେସନ ହାଲୁଆ

କଣ ଆପଣ କେବେ ବେସନ ହାଲୁଆର ସ୍ୱାଦ ଚାଖିଛନ୍ତି। ଯାହାକୁ ରାଜସ୍ଥାନରେ ବହୁତ ପସନ୍ଦ କରାଯାଏ। ଏହି ବେସନ ହାଲୁଆକୁ ରାଜସ୍ଥାନରେ ପାରମ୍ପରିକ ଢ଼ଙ୍ଗରେ ତିଆରି କରାଯାଏ। ଏହାର ସ୍ୱାଦ ଲୋକଙ୍କୁ ବହୁତ ପସନ୍ଦ ଆସିବା ସହିତ ଏହାକୁ ବନାଇବା ମଧ୍ୟ ବହୁତ ସହଜ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ବେସନ ହାଲୁଆ।

ଆବଶ୍ୟକ ସାମଗ୍ରୀ

ବେସନ-୧ କପ୍‌, କ୍ଷୀର- ୧ କପ୍‌, ଘିଅ-୧/୩ କପ୍‌, ଚିନି – ଏକ କପ୍‌, ଛୋଟ ଅଳେଇଚ – ୪ଟି, ପିସ୍ତା – ଏକ ଚାମଚ

ପ୍ରସ୍ତୁତ ପ୍ରଣାଳୀ

ବେସନକୁ କ୍ଷୀରରେ ପକାଇ ଘୋଳ ବନାନ୍ତୁ। ଏହାକୁ ଭଲ କରି ଗାଢ଼ ହେବା ପଯ୍ୟର୍ନ୍ତ ୫ ମିନିଟ୍‌ ପଯ୍ୟର୍ନ୍ତ ଘୋଡାଇ ରଖନ୍ତୁ। ପିସ୍ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ଅଳେଇଚକୁ ଗୁଣ୍ଡ କରିଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଘିଅ ଗରମ କରନ୍ତୁ। ପ୍ୟାନ ଯଦି ନନଷ୍ଟିକ ହେବ ତାହେଲେ ଆହୁରି ଭଲ ହେବ। ଏବେ ଘିଅକୁ ପ୍ୟାନରେ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପୂର୍ବରୁ କ୍ଷୀର ଏବଂ ବେସନରେ ପ୍ରସ୍ତୁତ କରିଥିବା ଘୋଳକୁ ପକାଇ ଦିଅନ୍ତୁ। ଏହାକୁ ୨ ମିନିଟ୍‌ ପଯ୍ୟର୍ନ୍ତ ଧୀମା ଆଞ୍ଚରେ ଫ୍ରାଏ କରନ୍ତୁ। ଏହା ସାମାନ୍ୟ ବ୍ରାଉନ ରଙ୍ଗ ହେଲା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ବେସନ ହାଲୁଆ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button