ସ୍ୱାସ୍ଥ୍ୟ

ଭୁଲ୍‌ରେ ମଧ୍ୟ କଞ୍ଚା ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଦେଖାଦେବ ସାଘାଂତିକ ପେଟ ସମସ୍ୟା

ସୁସ୍ଥ ଖାଦ୍ୟପେୟ ଯୋଗୁଁ ଶରୀର ସୁସ୍ଥ ରହିଥାଏ। ସଠିକ୍‌ ଆହାରକୁ ସଠିକ୍‌ ସମୟ ଏବଂ ସଠିକ ଉପାୟରେ ଖାଇଲେ ହିଁ ତାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଅଧାପନ୍ତରିଆ କଥା ଜାଣି କିଛି ଜିନିଷକୁ ଭୁଲ୍‌ରେ ଖାଇବା ଦ୍ୱାରା ଶରୀରକୁ ଫାଇଦା ପରିବର୍ତ୍ତେ କ୍ଷତି ପହଞ୍ଚିଥାଏ। ଏମିତି କିଛି ଜିନିଷ ରହିଛି ଯାହାକୁ ବିନା ରାନ୍ଧି ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ। ଏହାକୁ କଞ୍ଚା ଖାଇବା ଶରୀର ପାଇଁ କ୍ଷତିକାରକ।

ଆଳୁ : କେବେ ବି ଆପଣ କଞ୍ଚା ଆଳୁ ଖାଆନ୍ତୁ ନାହଁ। କଞ୍ଚା ଆଳୁ ଖାଇବା ଦ୍ୱାରା ଗ୍ୟାସ, ବାନ୍ତି, ମୁଣ୍ଡ ବିନ୍ଧା ଏବଂ ପାଚନ ସମ୍ବନ୍ଧିତ ସମସ୍ୟା ଦେଖାଦିଏ। ଆଳୁ ସେବନ କରିବା ପୂର୍ବରୁ ଭଲ ଭାବେ ରାନ୍ଧିବା ଉଚିତ।

alu

କୋବି ଏବଂ ବ୍ରୋକଲି : କୋବି ଏବଂ ବ୍ରୋକଲି ଖାଇବା ପୂର୍ବରୁ ଭଲ ଭାବେ ରାନ୍ଧିବା ଉଚିତ। ଏହି ସବୁ ପରିବାକୁ କଞ୍ଚା ଖାଇବା ଦ୍ୱାରା କ୍ଷତି ପହଞ୍ଚିଥାଏ। କୋବି ଏବଂ ବ୍ରୋକଲିକୁ କଂଚା ଖାଇଲେ ଗ୍ୟାସ ଏବଂ ଅପଚନ ସମସ୍ୟା ଦେଖାଦିଏ।

ରାଜମା, ବିନ୍ସ : ରାଜମା ଏବଂ ବିନ୍ସକୁ ଭଲ ଭାବେ ରାନ୍ଧି ଖାଆନ୍ତୁ। ଏହାକୁ କଞ୍ଚା ଖାଇଲେ ବାନ୍ତି, ଝାଡା ଭଳି ସମସ୍ୟା ଦେଖାଦିଏ। ରାଜମ୍‌ାକୁ ରାନ୍ଧିବା ପୂର୍ବରୁ ୫ ଘଣ୍ଟା ପାଣିରେ ଭିଜାଇ ଦିଅନ୍ତୁ।

baigana

ବାଇଗଣ : କଞ୍ଚା ବାଇଗଣ ଖାଇଲେ ମଧ୍ୟ ପେଟ ସମସ୍ୟା ଦେଖାଦିଏ। କଞ୍ଚା ବାଇଗଣ ଖାଇଲେ ମଧ୍ୟ ବାନ୍ତି, ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦିଏ। ତେଣୁ ସବୁବେଳେ ବାଇଗଣ ଖାଇବା ପୂର୍ବରୁ ଭଲଭାବେ ରାନ୍ଧି ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button