ମନୋରଞ୍ଜନ

ଆଜି ଘରେ ବନାଇ ଖାଆନ୍ତୁ ବୋଉ ହାତ ରନ୍ଧା ସ୍ୱାଦ ଭଳି ସ୍ୱାଦିଷ୍ଟ କଖାରୁ ଡଙ୍କ ରାଇ

ଘରେ ବନାନ୍ତୁ କଖାରୁ ଡଙ୍କ ରାଇ। ଏକଦମ୍‌ ଓଡିଆ ଷ୍ଟାଇଲରେ ବୋଉ ହାତ ରନ୍ଧା ଭଳି ବନାନ୍ତୁ କଖାରୁ ଡଙ୍କ ରାଇ। ଆପଣ ବାଡିରେ ଫଳୁଥିବା ସାମଗ୍ରୀରୁ ସହଜ ଉପାୟରେ ବହୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ବନାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କଖାରୁ ଡଙ୍କ ରାଇ। ତାହେଲେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କଖାରୁ ଡଙ୍କ, ଆଳୁ, ବାଇଗଣ, ଅଦା-ରସୁଣ ପେଷ୍ଟ, ସୁଖିଲା ଲଙ୍କା, ଲୁଣ-ହଳଦି, ପିଆଜ

kakharuପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଖାରୁ ଡଙ୍କକୁ ଆଣି ପତ୍ର ଆଉ ଡଙ୍କକୁ ଅଲକା କରିଦିଅନ୍ତୁ। ଏହାପରେ କଖାରୁ ପତ୍ରକୁ କାଟି ଦିଅନ୍ତୁ। ପତ୍ରକୁ କାଟି ସାରି ହାତରେ ଭଲ କରି ମଳି ଦିଅନ୍ତୁ। ଏହାପରେ କଖାରୁ ଡଙ୍କକୁ ଭଲକି ସଫା କରି କାଟି ଦିଅନ୍ତୁ। ଏହାପରେ ବାଇଗଣ, ଆଳୁ ଏବଂ ବୋଇତି କଥାରୁକୁ କାଟି ପକାନ୍ତୁ। ଏବେ ଏସବୁ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ ଅଦା,ରସୁଣ ଏବଂ ସୁଖିଲା ଲଙ୍କାକୁ ପକାଇ ବାଟି ଦିଅନ୍ତୁ। ଏହି ପେଷ୍ଟକୁ ଅଲଗା ରଖନ୍ତୁ।

ଏବେ ଗୋଟେ କଡେଇ ନେଇ ସେଥିରେ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଫୁଟଣ ଏବଂ ପିଆଜ ପକାଇ ଚଲାନ୍ତୁ। ଏବେ ଏଥିରେ କାଟି ରଖିଥିବା କଖାରୁ ଡଙ୍କ ଏବଂ ପରିବାକୁ ପକାନ୍ତୁ। ଏବେ ଏହା ଉପରେ ସୋରିଷ ରସୁଣ ପେଷ୍ଟକୁ ପକାଇ ଦିଅନ୍ତୁ। ଏଥିରେ ଲୁଣ ଏବଂ ହଳଦୀ ପକାନ୍ତୁ। ଏବେ ଏସବୁକୁ ଭଲଭାବେ ମିଶାଇ ଦିଅନ୍ତୁ। ଆଉ ସିଝିବା ପାଇଁ କିଛି ସମୟ ଘୋଡାଇ ଦିଅନ୍ତୁ। ଏଥିରେ ଆପଣ ଚାହିଁଲେ ଟମାଟୋ ବି ପକାଇପାରିବେ। ଏହାପରେ ଏଥିରେ ଆପଣ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ । ପାଣି ଫୁଟିଗଲା ପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଏକଦମ୍‌ ସ୍ୱାଦିଷ୍ଟ କଖାରୁ ଡଙ୍କ ରାଇ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button