ସ୍ୱାସ୍ଥ୍ୟ

ଗର୍ଭବତୀ ମହିଳା ଏବଂ ଛାତ୍ର-ଛାତ୍ରୀଙ୍କ ପାଇଁ ଲାଭକାରୀ ହୋଇଥାଏ କଦଳୀ, ମସ୍ତିଷ୍କ ବିକାଶ କରିବା ସହ ଦୂର ହୁଏ ଡିପ୍ରେସନ୍

ଆୟୁର୍ବେଦ ଅନୁଯାୟୀ ପାଚିଲା କଦଳୀରେ କ୍ଯାଲସିୟମ ବ୍ଯତୀତ ଅନ୍ଯ ଏକ ଗୁଣକାରୀ ତତ୍ତ୍ବ ଫସଫରସ୍ ମଧ୍ଯ ରହିଥାଏ। ଏହି ଗୁଣକାରୀ ତତ୍ତ୍ବ ମସ୍ତିଷ୍କର କ୍ଷମତା ବଢାଇବାରେ ସାହାଯ୍ଯ କରିଥାଏ। କଦଳୀ ଗର୍ଭାବସ୍ଥା ସମୟରେ କ୍ଯାଲସିୟମର ଅଭାବ ଦୂର କରିଥାଏ। ଏହା ମସ୍ତିଷ୍କର କ୍ଷମତା ବିକଶିତ କରିବା ସହ ଗର୍ଭରେ ଥିବା ଶିଶୁ ପାଇଁ ମଧ୍ଯ ଲାଭକାରୀ ହୋଇଥାଏ। ଏଥିରେ କାର୍ବୋହାଇଡ୍ରେଟ, ପ୍ରୋଟିନ୍, ଭିଟାମିନ ଏବଂ ଖଣିଜ ତତ୍ତ୍ବ, ଭିଟାମିନ ଏ, ଡି ଏବଂ ଆଇରନ, ପୋଟାସିୟମ, ମ୍ଯାଗ୍ନେସିୟମ, ସୋଡିୟମ ଆଦି ଖଣିଜ ଥିବାରୁ ଏହା ପୌଷ୍ଟିକ ଏବଂ ସନ୍ତୁଳିତ ଆହାର।

banana1ଏସବୁ ବ୍ଯତୀତ କଦଳୀ ଖାଇବା ଦ୍ବାରା ପାଚନ କ୍ରିୟା ସଠିକ୍ ହେବା ସହ ଶରୀରରେ ରକ୍ତ ବ୍ଦ୍ଧି ପାଇଥାଏ। ଏଥିସହ ଅଧ୍ଯୟନ କରୁଥିବା ଛାତ୍ର-ଛାତ୍ରୀମାନଙ୍କ ପାଇଁ ମଧ୍ଯ କଦଳୀ ଅତ୍ଯନ୍ତ ଶକ୍ତିବର୍ଦ୍ଦକ ହୋଇଥାଏ। କଦଳୀରେ ପ୍ରୋଟିନର ମାତ୍ରା ଖୁବ୍ କମ ରହିଥାଏ। ଏହି କାରଣରୁ କଦଳୀ ଖାଇବା ପରେ ନିଶ୍ଚୟ କ୍ଷୀର ପିଇବା ଉଚିତ।

banana2ଡିପ୍ରେସନ, ହୃଦଘାତ ଏବଂ କ୍ଯାନସର ଭଳି ରୋଗରେ କଦଳୀ ଖାଇବା ଲାଭକାରୀ ହୋଇଥାଏ। ଏଥିସହ କଦଳୀରେ ଥିବା ଫସଫରସ ମସ୍ତିଷ୍କର କ୍ଷମତାକୁ ବିକଶିତ କରିଥାଏ। ପାଚିଲା କଦଳୀ ଖାଇବା ଦ୍ବାରା ପାଚନକ୍ରିୟା ମଜବୁତ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button