ନୀତି

ସମୟରେ ଏମିତି କରନ୍ତୁ ଗଣପତିଙ୍କୁ ପ୍ରସନ୍ନ, ଜାଣନ୍ତୁ ପୂଜା ବିଦ୍ଧି

ଗଣେଶ ଚତୁର୍ଥୀ ଦିନ ଗଣେଶ ମହୋତ୍ସବର ଶୁଭାରମ୍ଭ ହୋଇଯାଏ। ଯାହା ୧୦ ଦିନ ପଯ୍ୟର୍ନ୍ତ ଚାଲିଥାଏ। ଚଳିତ ବର୍ଷ ଗଣେଶ ଚତୁର୍ଥୀ ଶନିବାରରେ ପଡୁଛି। ତେବେ ଏହି ସମୟରେ ଗଣପତି ସ୍ଥାପନା କରି ତାଙ୍କର ଆଶିର୍ବାଦ ପ୍ରାପ୍ତ କରିପାରିବେ। ପ୍ରତି ବର୍ଷ ଏହି ପବିତ୍ର ପର୍ବ ବହୁତ ଧୂମଧାମରେ ପାଳନ କରାଯାଏ କିନ୍ତୁ ଏଥର ମହାମାରୀ କରୋନାରେ ସାର୍ବଜନିକ ପ୍ୟାଣ୍ଡେଲରେ ଗଣେଶ ସ୍ଥାପନା କରାଯିବନାହିଁ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଗଣପତି ସ୍ଥାପନା ଏବଂ ପୂଜା ସହିତ ଜଡିତ ଉପାୟ ଜଣାଇବୁ। ଯାହାଦ୍ୱାରା ଆପଣ ଗଣପତିଙ୍କୁ ପ୍ରସନ୍ନ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଚନ୍ଦନ, ସୁଗନ୍ଧିତ ଫୁଲ, ଯଜ୍ଞପବିତ, ଦୁବ, ସିନ୍ଦୁର, ମୋଦକ, ନୈବେଦ୍ୟ, ପାନ, ସୁପାରୀ, ଲବଙ୍ଗ, ଅଳେଇଚ, ଖରା, ଶୁଦ୍ଧ ଘିଅର ଦୀପ ଲଗାଇ ଆରତୀ ଅବଶ୍ୟ କରନ୍ତୁ। ଏପରି କରିବା ଦ୍ୱାରା ଗଣପତି ବପ୍ପାଙ୍କର କୃପା ବର୍ଷସାରା ରହିଥାଏ। ଧ୍ୟାନ ରଖନ୍ତୁ ତୁଳସୀ ପତ୍ର ଯେପରି ଗଣେଶଙ୍କୁ ନଚଢ଼ାନ୍ତି। ରାତିରେ ଚନ୍ଦ୍ର ଦର୍ଶନ ଭୁଲରେ ମଧ୍ୟ କରନ୍ତୁନାହିଁ।

ganesh-chaturthiଗଣେଶଙ୍କ ପୂଜା ସିଦ୍ଧି ଏବଂ ବିଦ୍ଧି ସହିତ କରନ୍ତୁ। ପୂଜା ସ୍ଥଳ ଶୁଦ୍ଧ ଏବଂ ପବିତ୍ର ରହିବା ଆବଶ୍ୟକ। ଐଶାନ୍ୟ କୋଣରେ ପ୍ରତିମା ସ୍ଥାପନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଘରେ ତିନୋଟି ଗଣେଶ ପ୍ରତିମାକୁ ଏକାସ୍ଥାନରେ ରଖନ୍ତୁନାହିଁ। ପ୍ରତିଦିନ ପୂଜା ସହିତ ମୋଦକ ଭୋଗ ନିଶ୍ଚୟ ଲଗାନ୍ତୁ। ଏହିଭଳି ଭାବେ ଗଣେଶଙ୍କ ପୂଜା ଅର୍ଚ୍ଚନା କଲେ ବିଘ୍ନ ହୋଇନଥାଏ। ଏହିବର୍ଷ ଭଗବାନ ଗଣେଶଙ୍କ ପୂଜା କରିବା ସମୟରେ କରୋନା ମହାମାରୀର ସର୍ବନାଶ ପାଇଁ ପ୍ରାର୍ଥନା ନିଶ୍ଚୟ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button