ମନୋରଞ୍ଜନ

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ପାଲକ ଶାଗ ମଟନ’, ଜାଣନ୍ତୁ କିପରି ବନାଇବେ

ମାଂସ ଆପଣ ସମସ୍ତେ ରାନ୍ଧି ଖାଇଥିବେ କିନ୍ତୁ କେବେ ଶାଗ ସହିତ ମାଂସ ରାନ୍ଧି ଖାଇଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବ୍ୟଞ୍ଜନ ବିଷୟରେ ବତାଇବୁ ଯାହା ଆପଣ ସ୍ୱାଦିଷ୍ଟ ଲାଗିବା ସହିତ ଶରୀର ପାଇଁ ଲାଭକାରୀ ମଧ୍ୟ। ତେବେ ଆସନ୍ତୁ ଜାଣିବା କିପରି କରିବେ ଶାଗ ମଟନ।

ଆବଶ୍ୟକ ସାମଗ୍ରୀ :

ଅଧା କିଲୋ ମଟନ, ୨ ଚାମଚ ସୋରିଷ ତେଲ, ଲଙ୍କା ପାଉଡର, ରସୁଣ, ଅଦା, କଞ୍ଚାଳଙ୍କା, ପାଳକ ପ୍ୟୁରୀ, ଲୁଣ ସ୍ୱାଦୁନସାରେ, ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା, କ୍ରିମ, ଭଜା ପିଆଜ ଅଳ୍ପ , ଲହୁଣୀ, କସୁରୀ ମେଥି।

ପ୍ରସ୍ତୁତି ପ୍ରଣାଳୀ : କେଢଇରେ ଅଳ୍ପ ତେଲ ଗରମ କରି ସେଥିରେ ମଟନ, ଲୁଣ ଏବଂ ଏକ କପ ପାଣି ଦେଇ ମିଡିଅମ ଆଞ୍ଚରେ ବସାଇଦିଅନ୍ତୁ। ୧୫ରୁ ୨୦ ମିନିଟ୍‌ ସିଝିବା ପରେ ତାକୁ ଛାଣି ଦିଅନ୍ତୁ। ଏହି ପାଣିକୁ ନ ଫୋପାଡି ରଖିଥାନ୍ତୁ।

recipe

ଏବେ ପୁଣି ଏକ କଢେଇ ଗରମ କରି ତେଲରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ଲଙ୍କା ଗୁଣ୍ଡ, ରସୁଣ, ଦା ଏବଂ କଞ୍ଚାଲଙ୍କା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ସେ ଟିକେ ଭାଜି ହୋଇଗଲା ପରେ ପାଳକ ପ୍ୟୁରୀ ପକାଇ ଦିଅନ୍ତୁ। ତା’ ପରେ ସେଥିରେ ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା ପକାଇ ଦିଅନ୍ତୁ। ପାଳକ ହୋଇଗଲା ପରେ ସେଥିରେ ମଟନ ଏବଂ କ୍ରିମ ପକାି ୨୦ରୁ ୨୫ ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ବସାଇ ଦିଅନ୍ତୁ। ଏହା ହୋଇଗଲା ପରେ ଏବେ ଫ୍ରାଏ ହୋଇଥିବା ପିଆଜ ପକାଇ ଦିଅନ୍ତୁ। ୫ରୁ ୬ ମିନିଟ୍‌ ହେବା ପରେ ସେଥିରେ କ୍ରିମ ଏବଂ ଲହୁଣୀ ପକାଇ ୩ ମିନିଟ ପର୍ଯ୍ୟନ୍ତ ପୁଣି ବସାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପାଳକ ଶାଗ ମଟନ। ଏହାକୁ ଆପଣ ଭାତ କିମ୍ବା ନାନ୍‌ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button