ସ୍ୱାସ୍ଥ୍ୟ

ଏସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ନାହିଁ ତ!

ଏବେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇ ସାରିଲାଣି। ଦୁନିଆରେ ଏବେ ଯାଏଁ କରୋନା କବଳରେ ୨ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲକ୍ଷ ଲୋକ ପଡ଼ିସାରିଛନ୍ତି। ସେହିପରି ୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ତେବେ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥିବା ଲୋକମାନେ ସହଜରେ କରୋନାର ଶିକାର ହୋଇଥାନ୍ତି। ଡାକ୍ତରଙ୍କ କହିବାନୁସାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକମାନଙ୍କ ଠାରେ ସହଜରେ କରୋନା ଲକ୍ଷଣ ପ୍ରକାଶ ପାଉଛି। ଏଣୁ ଲୋକମାନେ ନିଜ ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବା ଉପରେ ଦୃଷ୍ଟି ଦେବା ଉଚିତ୍‌। ତେବେ ଆସନ୍ତୁ ଜାଣିବା ସେଭଳି କିଛି ଲକ୍ଷଣ ଯେଉଁଥିରୁ ଆପଣ ଜାଣିପାରିବେ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଅଛି କି ନାହିଁ…

immunity2

  • ସବୁବେଳେ ଥକାପଣ ଅନୁଭବ ହେଉଥିଲେ ଜାଣନ୍ତୁ ଯେ ଆପଣଙ୍କ ଇମ୍ୟୁନଟି ସିଷ୍ଟମ୍‌ ଦୁର୍ବଳ ଅଛି।
  • ବାରମ୍ବାର ଥଣ୍ଡା ସର୍ଦ୍ଦି ହେଉଥିଲେ ଏହାର ଅର୍ଥ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ।
  • ବାରମ୍ବାର ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଉଥିଲେ ବା ପାଚନ ସହ ଜଡ଼ିତ ସମସ୍ୟା ଦେଖାଯାଉଥିଲେ ତାହା ମଧ୍ୟ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥିବାର ଏକ ଲକ୍ଷଣ।
  • କିଛି ଲୋକଙ୍କ ଠାରେ ଆଲର୍ଜି ସମସ୍ୟା ଦେଖାଯାଏ। ଏହି କାରଣରୁ ବେଳେ ବେଳେ ଜ୍ୱର ମଧ୍ୟ ଆସେ। ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାର ଏକ ଲକ୍ଷଣ।
  • ଶରୀରରେ ହେଉଥିବା ଘା’ ଯଦି ନ ଶୁଖେ ତେବେ ତାହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାର ଏକ ଲକ୍ଷଣ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button