ସ୍ୱାସ୍ଥ୍ୟ

ଗୋଟିଏ ଦିନରେ ଆମେ କେତେ ଥର ନିଶ୍ୱାସ ନେଉଛନ୍ତି ଆଉ ଛାଡୁଛନ୍ତି ? ଜାଣନ୍ତୁ ଶ୍ୱାସକ୍ରୀୟାକୁ ନେଇ ଏହି ତଥ୍ୟ

ଜୀବନ ବଞ୍ଚିବାକୁ ହେଲେ ମଣିଷକୁ ଭୋଜନ ଓ ପାଣି ସହିତ ପବନର ମଧ୍ୟ ଆବଶ୍ୟକତା ହୋଇଥାଏ । ନିଶ୍ୱାସ ନେବା ସମୟରେ ଅମ୍ଳଜାନକୁ ଆମେ ଶରୀର ଭିତରକୁ ନେଇଥାଉ ଯାହାକୁ ପ୍ରାଣବାୟୁ କୁହାଯାଏ , ଓ ଏହା ବିନା ଜୀବନ ବଞ୍ଚିବା ଅସମ୍ଭବ ହୋଇପଡେ । ଆଜିକାଲିର ପ୍ରଦୁଷଣ ଭରା ବାତାବରଣରେ ଶୁଦ୍ଧ ପବନ ମିଳିବା ଅସମ୍ଭବ ହୋଇପଡିଛି ଯାହା ଫଳରେ ଅନେକ ଦୂଷିତ ବାୟୁ ନିଶ୍ୱାସ ଦ୍ୱାରା ଆମ ଶରୀର ଭିତରକୁ ଯାଇଥାଏ । ଆଜି ଆମେ ଆପଣଙ୍କୁ ଏହି ଶ୍ୱାସ ପ୍ରକିୟାରେ ଉପୁଜୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଜଣାଇବୁ ।

• ଆପଣ ଜାଣିଛନ୍ତି କି ନିଶ୍ୱାସ ନେବା ସମୟରେ ଆମେ ଆମ ଫୁସଫୁସର କେବଳ ୨୫ ପ୍ରତିଶତ ହିଁ ଉପଯୋଗ କରିଥାଉ ।
• ଆମେରିକନ ଲଙ୍ଗ ଏସୋସିଏସନ ଅନୁସାରେ ,ମଣିଷର ଦୁଇଟି ଯାକ ଫୁସଫୁସର ଓଜନ ପାଖପାଖି ୬୫୦ ଗ୍ରାମ ହୋଇଥାଏ ।
• ମଣିଷର ଫୁସଫୁସ ୨୦ ରୁ ୨୫ ବର୍ଷ ବୟସ ମଧ୍ୟରେ ପରିପକ୍କା ହୁଏ ।
• ଏହାର ୧୦ ବର୍ଷ ପର୍ଯ୍ୟନ୍ତ ଫୁସଫୁସ ସମ୍ପୂର୍ଣ୍ଣ ଭାବରେ କାମ କରିଥାଏ ଏବଂ ୩୫ ବର୍ଷର ବୟସ ପରେ ଫୁସଫୁସର କାର୍ଯ୍ୟ କ୍ଷମତା ହ୍ରାସ ହେବାକୁ ଲାଗିଥାଏ ।
ନିଶ୍ୱାସ ନେବା ସମୟରେ ଆମେ ୨୧ ପ୍ରତିଶତ ପବନ ଶରୀର ଭିତରକୁ ନେଇଥାଉ । ଯେହେତୁ ଆମ ଶରୀରକୁ ୫ ପ୍ରତିଶତ ଅମ୍ଳଜାନ ଆବଶ୍ୟକ ହୋଇଥାଏ ତେଣୁ ବାକି ୧୬ ପ୍ରତିଶତ ପବନ ବାହାରକୁ ଛାଡିଥାଉ ।
• ଆମର ନିଶ୍ୱାସ ନେବାର ସମ୍ପୂର୍ଣ୍ଣ କ୍ଷମତା ମଧ୍ୟରୁ ୦.୨ ଲିଟର କ୍ଷମତା ପ୍ରତି ଦଶନ୍ଧିରେ କମି କମି ଯାଇଥାଏ ।
• ଆପଣ ଜାଣିଛନ୍ତି କି ଜଣେ ବୟସ୍କ ମଣିଷ ଗୋଟିଏ ସମ୍ପୂର୍ଣ୍ଣ ଦିନ ମଧ୍ୟରେ ୧୭୫୦୦ ଥର ନିଶ୍ୱାସ ନେଇଥାନ୍ତି ।

ସ୍ୱାଶ ପ୍ରକ୍ରିୟାକୁ ବୁଝିବାର ପ୍ରଣାଳୀ

ନିଶ୍ୱାସ ନେବା ସମୟରେ ପବନରେ ଥିବା ଅମ୍ଳଜାନ ଆମ ଶରୀର ପର୍ଯ୍ୟନ୍ତ ପହଞ୍ଚି ରକ୍ତର ସମ୍ପର୍କରେ ଆସିଥାଏ । ଏହା ପରେ ରକ୍ତ ତାକୁ ଅବଶୋଷିତ କରି ଶରୀରର ବିଭିନ୍ନ ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚାଇଥାଏ । ଏହି ପ୍ରକିୟା ଯୋଗୁଁ ଆମ ଶରୀରର ଅନ୍ୟ କେତେକ ଅଙ୍ଗ ମଧ୍ୟ ସୁସ୍ଥ ରହିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ , ଆମ ଫୁସଫୁସ ଥରେ ନିଶ୍ୱାସ ନେବା ସମୟରେ ୪ ଲିଟର ପବନ ଶରୀର ଭିତରକୁ ନେବା ଆଣିବାରେ ସକ୍ଷମ ହୋଇଥାଏ ।

ଆମେ କେତେ ଥର ନିଶ୍ୱାସ ନେଉ ଏବଂ ଛାଡିଥାଉ

• ଜଣେ ସୁସ୍ଥ ବ୍ୟକ୍ତି ୧ମିନିଟ ମଧ୍ୟରେ ହାରାହାରି ୧୫ ଥର ନିଶ୍ୱାସ ନେଇଥିବା ବେଳେ ଦିନକୁ ହାରାହାରି ୨୧୬୦୦ ଥର ନିଶ୍ୱାସ ନେଇଥାଏ ଓ ଛାଡିଥାଏ ।
• ସେହିପରି ମଣିଷ ତୁଳନାରେ ପଶଙ୍କର ନିଶ୍ୱାସ ନେବା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଗୋଟିଏ କୁକୁର ୧ ମିନିଟ ମଧ୍ୟରେ ୬୦ ଥର ନିଶ୍ୱାସ ନେଇଥିବା ବେଳେ ଗୋଟିଏ ହାତୀ ସେହି ୧ ମିନିଟରେ କେବଳ ୨ ରୁ ୩ ଥର ନିଶ୍ୱାସ ନେଇଥାଏ ।
• ନିଶ୍ୱାସ ନେବା ସମୟରେ ଆମ ଛାତି ଭିତରେ ପବନ ଭର୍ତ୍ତି ହୋଇଯାଇଥାଏ । ଚାପମୁକ୍ତ ଫୁସଫୁସ ଯଥା ସମ୍ଭବ ଫୁଲିବା ପାଇଁ ଗଭୀର ନିଶ୍ୱାସ ନିଅନ୍ତୁ । ଏହା କରିବା ଦ୍ୱାରା ଆମ ଶରୀରର ପଟି, ବେକ ଏବଂ କଲର ବୋନ ଉପରକୁ ଉଠିଥାଏ କିନ୍ତୁ ପେଟ ଏବଂ ଡାଏଫ୍ରାମ ଏହା ଦ୍ୱାରା ପ୍ରଭାବିତ ହୁଏ ନାହିଁ । ବର୍ତ୍ତମାନ ନିଶ୍ୱାସ ବାହାରକୁ ଛାଡିବା ସମୟରେ ଛାତି ଏବଂ ପଟିକୁ ସାମାନ୍ୟ କରିନିଅନ୍ତୁ । ଏହି ପ୍ରକାର ନିଶ୍ୱାସ ନେବା ଦ୍ୱାରା ଆମ ଶରୀର ସୁସ୍ଥ ହୋଇଥାଏ ଏବଂ ଏହା ଲମ୍ବା ଆୟୁଷ ପାଇଁ ମଧ୍ୟ ବେଶ ଲାଭବାନ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button