ନୀତି

ରୋଷେଇ ଘରେ ଏହି ଛୋଟ ଭୁଲ୍ କରିବା ଦ୍ବାରା ଚାଲିଯାଏ ସୁଖ-ଶାନ୍ତି, ଜାଣନ୍ତୁ କ’ଣ?

ଜ୍ଯୋତିଷ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ପରିବାରର ସମସ୍ତ ସୁଖ-ଶାନ୍ତି ଏବଂ ସମୃଦ୍ଧିର ସବୁଠାରୁ ବଡ ସ୍ରୋତ ହେଉଛି ଘରର ରୋଷେଇ। ଏହିକାରଣରୁ କୁହାଯାଇଥାଏ ଘରେ ରୋଷେଇ ଘର ଅଲଗା ହେବା ଉଚିତ ଏବଂ ଏହା ସମ୍ପୂଣର୍ଣ ରୂପେ ସଫା-ସୁତୁରା ରହିବା ଉଚିତ। କାରଣ ରୋଷେଇ ଘର ପରିବାର ସଦସ୍ଯଙ୍କ ସ୍ବାସ୍ଥ୍ଯ ଏବଂ ଆର୍ଥିକ ସ୍ଥିତି ଉପରେ ଅଧିକ ପ୍ରଭାବ ପକାଇଥାଏ। ଏହିକାରଣରୁ ରୋଷେଇ ଘରେ ଏହି ଛୋଟ ଚୋଟ ଭୁଲକୁ ଅଣଦେଖା କରିବା ଦ୍ବାରା ଜୀବନରେ ଅନେକ ପ୍ରକାର ସମସ୍ଯା ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁସବୁ କଥା ଉପରେ ଧ୍ଯାନ ଦେବା ଜରୁରୀ।

kitchen-ବାସ୍ତୁ ଅନୁଯାୟୀ ରୋଷେଇ ଘରେ କେବେ ବି ପଶ୍ଚିମ ଦିଗକୁ ମୁହଁ କରି ଖାଇବା ଅନୁଚିତ। ଏପରି କରିବା ଦ୍ବାରା ପରିବାର ସଦସ୍ଯଙ୍କର ତ୍ବଚା ଏବଂ ହାଡ ସମ୍ବନ୍ଧିୟ ସମସ୍ଯା ଦେଖାଯାଇଥାଏ।

-ସେହିଭଳି ରୋଷେଇ ଘରେ ଉତ୍ତର ଦିଗକୁ ମଧ୍ଯ ମୁହଁକରି ଖାଇବା ଅନୁଚିତ। କାରଣ ଏପରି କରିବା ଦ୍ବାରା ବ୍ଯବସାୟ କିମ୍ବା ଧନ ହାନି ହୋଇଥାଏ।

-ଯଦି ଆପଣଙ୍କ ରୋଷେଇ ଘରର ଝରକା ପୂର୍ବ ଦିଗରେ ରହିଥାଏ ତେବେ ଏହା ସବୁଠାରୁ ଶୁଭ ହୋଇଥାଏ। ଏଥିସହ ଘରେ କେବେ ବି ଅନ୍ନର ଅଭାବ ଦେଖାଯାଇନଥାଏ।

kitchen1-ବାସ୍ତୁଶାସ୍ତ୍ର ଅନୁଯାୟୀ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଖାଇବା ଉଚିତ।

-ଧ୍ଯାନ ରଖନ୍ତୁ ରୋଷେଇ ଘର କଳରୁ କେବେ ବି ପାଣି ପଡିବା ଅନୁଚିତ। ଯେଉଁ ଘରେ ଏପରି ହୋଇଥାଏ ସେଠାରେ ଧନ ହାନି ହୋଇଥାଏ। ଏହିକାରଣରୁ ରୋଷେଇ ଘରେ ଥିବା କଳ ଖରାପ ହେଲେ ତୁରନ୍ତ ବଦଳାଇ ଦିଅନ୍ତୁ।

-ଧ୍ଯାନ ରଖନ୍ତୁ ସର୍ବଦା ସ୍ନାନ ସାରି ଖାଦ୍ଯ ପ୍ରସ୍ତୁତ କରିବା ଉଚିତ। ଏଥିସହ ରୋଷେଇ ଘରେ ବ୍ରସ କରିବା ଅନୁଚିତ। କାରଣ ଏପରି କରିବା ଦ୍ବାରା ରୋଗ ବ୍ଯାପିବାର ଭୟ ସୃଷ୍ଟି ହେବା ସହ ଧନହାନୀ ମଧ୍ଯ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button