ମନୋରଞ୍ଜନ

ପରଟାରୁ ଫ୍ରୁଟ୍‌ ଜୁସ୍‌, ନିଜକୁ ଫିଟ୍‌ ରଖିବାକୁ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀଙ୍କ କ’ଣ ରହିଛି ବ୍ରେକ୍‌ଫାଷ୍ଟ

ସାରା ଦିନ ମଧ୍ୟରେ ଶରୀର ପାଇଁ ବ୍ରେକ୍‌ ଫାଷ୍ଟ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ । ଯଦି ଆପଣ କୈାଣସି କାରଣରୁ ବ୍ରେକ୍‌ଫାଷ୍ଟ ଭୁଲି ଯାଉଛନ୍ତି କିମ୍ବା ବ୍ୟସ୍ତତା ଭିତରେ ଖାଇ ପାରୁନାହାଁନ୍ତି । ତେବେ ଶରୀର ବିକାଶ ପାଇଁ ଆବଶ୍ୟକ ହେଉଥିବା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ଆପଣ ହରାଇଲେ ବୋଲି ବୁଝିବାକୁ ହେବ । ଯାହାକି ଶରୀର ପାଇଁ ଏକ ବଡ଼ କ୍ଷତି ପହଞ୍ଚାଇବ । ସେଥିପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ନିଜକୁ ଫିଟ୍‌ ରଖିବାକୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଆସନ୍ତୁ ଜାଣିବା ବଲିଉଡ୍‌ର ଏହି ଅଭିନେତ୍ରୀମାନଙ୍କ ସକାଳ ଖାଇବା ଅଭ୍ୟାସ ।

breakfast.JPG-alia

୧. ଆଲିଆ ଭଟ୍ଟ : ଆଲିଆ ଖାଇବାକୁ ବହୁତ ଭଲ ପାଆନ୍ତି । ହେଲେ ଖାଦ୍ୟ ନେବା ବେଳେ ସେ ବହୁତ ଜଗି ରଖି ନେଇଥାନ୍ତି । ତାଙ୍କର ସକାଳ ଖାଇବାରେ ବେରି, ଅମୃତଭଣ୍ଡା ଓ ବିଭିନ୍ନ ପ୍ରକାର ଫଳ ପରି ଆଣ୍ଟି ଅକ୍ସିଡାଣ୍ଟ୍‌ ପୂର୍ଣ୍ଣ ଖାଦ୍ୟ ଥାଏ । ସକାଳୁ ସେ ଚା’ କିମ୍ବା କଫି ସହ ଦିନ ଆରମ୍ଭ କରିଥାନ୍ତି । ପରେ ସେ ଗୋଟିଏ ବାଉଲ୍‌ ପୋହା କିମ୍ବା ଅଣ୍ଡା ସ୍ୟାଣ୍ଡ୍‌ ଓ୍ଵିଚ୍‌ ଖାଇଥାନ୍ତି ।

breakfast.JPG-silpa

୨. ଶିଳ୍ପା ସେଟ୍ଟି : ଶିଳ୍ପା ଯୋଗ ଆସନ କରିବା ସହ ସେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ସେ ତାଙ୍କର ଦିନ ଚର୍ଯ୍ୟା ନୋନି ଜୁସ୍‌ରୁ ଆରମ୍ଭ କରିଥାନ୍ତି । ପରେ ସେ ତାଙ୍କ ଦେହରେ ୭ରୁ ୧୦ ମିନିଟ୍‌ ନଡ଼ିଆ ତେଲ୍‌ ମାଲିସ୍‌ କରିଥାନ୍ତି । ସେ ତାଙ୍କର ବ୍ରେକ୍‌ଫାଷ୍ଟକୁ ଦୁଇ ଭାଗରେ ଖାଇଥାନ୍ତି । ପ୍ରଥମରେ କଦଳୀ, ଆପେଲ୍‌ ଓ ବ୍ଲୁ ବେରୀ ଭଳି ଫଳ ଓ ପରେ ଆଲ୍‌ମଣ୍ଡ କ୍ଷୀର ଓ ଓଟ୍‌ସ୍‌ ନେଇଥାନ୍ତି । ଦିନ ୧୦ରୁ ୧୧ଟା ମଧ୍ୟରେ ଦୁଇଟି ଅଣ୍ଡା ସହ ଟୋଷ୍ଟ ନେଇଥାନ୍ତି ।

 

breakfast.JPG-shradha

୩. ଶ୍ରଦ୍ଧା କପୁର : ଶ୍ରଦ୍ଧା ସକାଳେ ରନ୍ଧା ହୁଆ ଖାଦ୍ୟ ଖାଇଥାନ୍ତି । ସେ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ପ୍ଲେଟ୍‌ ଫୁଲ୍‌ ଖାଦ୍ୟ ନେବାକୁ ସେ ଭୁଲି ନଥାନ୍ତି । ଏଥି ସହ ସେ ସକାଳେ ଫଳ, ଅଣ୍ଡା ଓ ଫ୍ରେସ୍‌ ଜୁସ୍‌ ନେଇଥାନ୍ତି ।

breakfast.JPG-kareenaPG

୪. କରୀନା କପୁର : କରୀନା ଘର ତିଆରି ଦେଶୀ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । କରୀନା ତାଙ୍କର ଦିନ କଦଳୀ ଖାଇବାରୁ ଆରମ୍ଭ କରିଥାନ୍ତି । ପରେ ଦେଶୀ ଘିଅରେ ପରଟା ଓ ପୋହା ଖାଇଥାନ୍ତି ।

breakfast.JPG-malaikaJPG

୫. ମଲାଇକା ଆରୋରା : କରୀନାଙ୍କ ପରି ମଲାଇକା ମଧ୍ୟ ଘର ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ସକାଳେ ଲେମ୍ବୁ ପାଣିରେ ଗରମ ମହୂ ତାଙ୍କର ପ୍ରଥମ ପାନୀୟ ହୋଇଥାଏ । ପରେ ବ୍ରେକ୍‌ଫାଷ୍ଟରେ ଇଡିଲ୍‌, ପୋହା, ଉପମା ଓ ଅଣ୍ଡା ଟୋଷ୍ଟ ସହ ଗୋଟିଏ ବାଉଲ୍‌ ଫଳ ନେଇଥାନ୍ତି । ଦିନର ଅନ୍ୟ ସମୟରେ ସେ ପରିବା ସୁପ୍‌ ଖାଇବାକୁ ଭଲ ପାଇଥାନ୍ତି ।

breakfast.JPG-deepika

୬.ଦୀପିକା ପାଦୁକନ୍‌ : ଦୀପିକା ଘର ତିଆରି ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ବିଶେଷ କରି ଉପମା, ଇଡ୍‌ଲି, ସମ୍ବର, ଦୋଷା ଓ ପୋହା ଭଳି ସାଉଥ ଇଣ୍ଡିଆନ୍‌ ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ସେ ମଝିରେ ଆମ୍‌ଲେଟ୍‌ରେ ଅଣ୍ଡାର ଧଳା ଅଂଶ ଖାଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button