ସ୍ୱାସ୍ଥ୍ୟ

ଆୟୁର୍ବେଦ ଅନୁସାରେ ହେୟାର ମସାଜର ବି ରହିଛି ଅନେକ ଫାଇଦା, ଜାଣନ୍ତୁ ତେଲ ମାଲିସ କରିବାର ସଠିକ୍‌ ଉପାୟ

ଆୟୁର୍ବେଦରେ କେବଳ ଜଡ଼ିବୁଟି ନୁହେଁ ଖାଦ୍ୟପେୟ ସମ୍ପର୍କରେ ମଧ୍ୟ ଅନେକ କିଛି ବର୍ଣ୍ଣନା କରାଯାଇଛି। ଏମିତିକି ମୁଣ୍ଡରେ କିଭଳି ତେଲ ମାଲିସ କରିବା କଥା ତାହା ବି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଆୟୁର୍ବେଦରେ ବର୍ଣ୍ଣିତ ଉପାୟରେ ତେଲ ଲଗାଇଲେ କେଶ ଉପୁଡ଼ିବା ସମସ୍ୟା ସମେତ ଅନ୍ୟାନ୍ୟ କେଶ ସମସ୍ୟା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ତେଲ ମାଲିସ କରିବାର ଫାଇଦା ଓ ସଠିକ୍‌ ସମୟ ସମ୍ପର୍କରେ…

massage

  • ତେଲ ମାଲିସ କରିବା ଦ୍ୱାରା ସମୟ ପୂର୍ବରୁ କେଶ ଧଳା ହେବା ସମସ୍ୟା ଦୂର ହୋଇଥାଏ। ଏଥିସହ କେଶ ମୂଳ ମଧ୍ୟ ମଜଭୁତ ହୋଇଥାଏ। ପ୍ରେସର ପଏଣ୍ଟରେ ମାଲିସ କରିବା ଦ୍ୱାରା ଚିନ୍ତା କମେ।
  • କେଶ ସାମ୍ପୁ କରିବା ପୂର୍ବରୁ ସପ୍ତାହରେ ଥରେ କିମ୍ବା ଦୁଇ ଥର ତେଲ ଲଗାଇବା ଉଚିତ। ଚୁଟି ସଫା କରିସାରିବା ପରେ ଆଦୌ ତେଲ ଲଗାନ୍ତୁ ନାହିଁ। କେଶ ମୂଳରେ ମଇଳା ଜମିପାରେ।
  • ନିୟମିତ ତେଲ ମର୍ଦ୍ଦନ କରିବା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ। ତେଲରେ ଲିମ୍ବ ପତ୍ର ମିଶାଇ ଲଗାଇଲେ ଉକୁଣି ସମସ୍ୟା ଦୂର ହୁଏ।
  • ଆୟୁର୍ବେଦ ଅନୁସାରେ ସନ୍ଧ୍ୟା ପୂର୍ବରୁ ତେଲ ମାଲିସ କଲେ ବାତ ରୋଗ ଦୂର ହୁଏ।
  • ରାତିରେ ଶୋଇବା ପୂର୍ବରୁ ମୁଣ୍ଡରେ ଭଲ ଭାବେ ତେଲ ମାଲିସ କରି ସକାଳେ ଉଷୁମ ପାଣି ଧୋଇ ଦିଅନ୍ତୁ। ଚୁଟି ସିଲ୍କି ରହିବ।
  • ନିଦ ହେଉନଥିଲେ ଶୋଇବାର ଅଧ ଘଣ୍ଟା ପୂର୍ବରୁ କେଶରେ ତେଲ ଲଗାଇ ହାଲକା ମସାଜ୍‌ କରନ୍ତୁ। ଭଲ ନିଦ ହେବ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button