ସ୍ୱାସ୍ଥ୍ୟ

ଜାଣନ୍ତିକି ସ୍ତନ କର୍କଟ ପରି ମାରାତ୍ମକ ରୋଗକୁ ମାତ ଦେବ “ରକ୍ତ ଚନ୍ଦନ”

ବର୍ତମାନ ସମୟରେ ପ୍ରତି ୧୦ ଜଣରେ ଜଣେ ମହିଳା ସ୍ତନ କର୍କଟର ଶିକାର ହେଉଛନ୍ତି । ଯଦିବା ସମୟ ଥାଉ ଥାଉ ଏବାବଦରେ ଜଣାପଡ଼ିଲେ ଜୀବନ ରକ୍ଷା ସମ୍ଭବ ହୋଇପାରେ ତେବେ ବି ଭାରତରେ ବ୍ରେଷ୍ଟ କ୍ୟାନ୍ସର ମାମଲା ଦିନ କୁ ଦିନ ବଢ଼ିବାରେ ଲାଗିଛି । କେବଳ ମହିଳାଯେ ତାହା ନୁହେଁ, ପୁରୁଷ ମାନେ ବି ସ୍ତନ କର୍କଟ ରୋଗର ଶିକାର ହେଉଛନ୍ତି । ୨୦୧୮ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୩.୪୫ ପ୍ରତିଶତ ମହିଳାଙ୍କ ମୃତ୍ୟୁ କ୍ୟାନ୍ସର କାରଣରୁ ହେଉଥିବା ବେଳେ ସେମଧ୍ୟରୁ ୨୭.୭ ପ୍ରତିଶତଙ୍କ ଜୀବନ ବ୍ରେଷ୍ଟ କ୍ୟାନ୍ସରରେ ହିଁ ଯାଇଥାଏ । ଏହି କାରଣରୁ ବୈଜ୍ଞାନିକ ମାନେ ଅଧିକରୁ ଅଧିକ ଗବେଷଣା ଜାରି ରଖି ନୂଆ ନୂଆ ଔଷଧ ମାନ ଆବିଷ୍କାର କରିବାରେ ଲାଗିପଡିଛନ୍ତି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛିକି, ରକ୍ତ ଚନ୍ଦନ ବା ଲାଲ ଚନ୍ଦନ ଏହି ମାରାତ୍ମକ ରୋଗକୁ ଭଲ କରିବାରେ ସହାୟକ ହୋଇପାରିବ ।

ଆଉ ମଧ୍ୟ ଜଣାଯାଇଛିକି, ଲାଲ ଚନ୍ଦନ ମଞ୍ଜିରେ ଆଣ୍ଟି ଇନ ଫ୍ଲେମେଟେରି, କ୍ୟାନ୍ସର ରୋଧି, ଆଣ୍ଟି ବ୍ୟାକ୍ଟେରିୟଲ ଗୁଣ ଭରପୁର ମାତ୍ରାରେ ଅଛି । ଯାହା ସ୍ତନ କର୍କଟ ପରି ମାରାତ୍ମକ ରୋଗର ଚିକିତ୍ସାରେ ବିଶେଷ ସହାୟକ ହୋଇପାରିବ ।

rakta chandan

କେଉଁ କାରଣରୁ ହୁଏ ବ୍ରେଷ୍ଟ କ୍ୟାନ୍ସର:

ଶରୀରର କୋଷିକା ଗୁଡିକ ଅସାମାନ୍ୟ ଭାବରେ ଶରୀରର କୌଣସି ଭାଗରେ ବଢିବାକୁ ଲାଗିଲେ ଧୀରେ ଧୀରେ ତାହା କ୍ୟାନ୍ସରର ରୂପ ନେଇଥାଏ ।ସ୍ତନରେ ଛୋଟ ଛୋଟ ଟିସୁ ବା କୋଷିକା ଜମା ହେବା କାରଣରୁ ହିଁ ସ୍ତନ କର୍କଟ ହେବାର ସମ୍ଭାବନା ବଢିଯାଏ ।

କେମିତି କରିବେ ରକ୍ତଚନ୍ଦନ ବ୍ୟବହାର:

ରକ୍ତ ଚନ୍ଦନର ୩ ରୁ ୫ ଗ୍ରାମ ଚୁର୍ଣ୍ଣ ସହ ୨୦ ରୁ ୪୦ ମିଲି କାଢ଼ା ନିଅନ୍ତୁ । ଦିନକୁ ଥରେ କିମ୍ବା ଅତି ବେଶୀରେ ଦୁଇ ଥର ଏହାର ବ୍ୟବହାର କରନ୍ତୁ । ଏହାର ଅନ୍ତକାଷ୍ଠା, ପତ୍ର , ଛାଲ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ ।

BEYOND LOCAL: Blaming women for breast cancer ignores environmental risk  factors, expert says - TimminsToday.com

କେଉଁ ମାନଙ୍କର ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ଥାଏ:

– ଗର୍ଭନିରୋଧକ ବଟିକା ବ୍ୟବହାର ଅଧିକ କରୁଥିଲେ
– ମନୋପୋଜ ପରେ ହର୍ମୋନ ରିପ୍ଲେସମେଣ୍ଟ ହେଲେ
– ୧୨ ବର୍ଷ ପୂର୍ବରୁ ପିରିୟ୍ଡ଼ସ ଆରମ୍ଭ ହୋଇଥିଲେ
– ୩୦ ବର୍ଷ ପରେ ପ୍ରେଗନେଣ୍ଟ ହୋଇଥିଲେ
– ବର୍ଥ କଣ୍ଟ୍ରୋଲ ଔଷଧର ମାତ୍ରାଧିକ ବ୍ୟବହାର
– ୫୫ ବର୍ଷ ପରେ ପରେ ପିରିୟ୍ଡ଼ସ ବନ୍ଦ ହୋଇଗଲେ
– ଶରୀରରେ ଆନୁବଂଶିକ ପରିବର୍ତ୍ତନ ଦେଖାଦେଲେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button