ମନୋରଞ୍ଜନ

ଜାଣନ୍ତୁ କେମିତି ଘରେ ବନାଇବେ ବଜାର ଭଳି ଟେଷ୍ଟୀ ତେନ୍ତୁଳି ଚଟଣୀ

ବର୍ଷା ଋତୁରେ ଘରେ ଅନେକ ସ୍ନାକ୍ସ ପ୍ରକାର ସ୍ନାକ୍ସ ପ୍ରସ୍ତୁତ କରାଯାଏ। ଯାହାର ସ୍ୱାଦ ବର୍ଷା ଋତୁର ଥଣ୍ଡା ପାଗକୁ ଏକଦମ୍‌ ମଜାଦାର କରିଦେବ। ଆଜି ଆମେ ଆପଣଙ୍କ ପାଇଁ ‘ତେନ୍ତୁଳି ଚଟଣୀ’ ନେଇ ଆସିଛୁ। ଏହି ଚଟଣୀ ଖାଦ୍ୟର ସ୍ୱାଦକୁ ଆହୁରି ଟେଷ୍ଟୀ କରାଇଦିଏ। ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

ତେନ୍ତୁଳି – ୧୦୦ ଗ୍ରାମ, ଲୁଣ – ସ୍ୱାଦାନୁସାରେ, କଳା ଲୁଣ – ସ୍ୱାଦାନୁସାରେ, ଜୀରା ପାଉଡର – ୧ ଟେବୁଲ ଚାମଚ, ପଞ୍ଚଫୁଟଣ – ଅଧା ଚାମଚ, ସୁଖିଲା ଲାଲ ଲଙ୍କା, ଗୁଡ କିମ୍ବା ଚିନି -୨୦୦ ଗ୍ରାମ।, ତେଲ – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ତେନ୍ତୁଳୀକୁ ୨ ଘଣ୍ଟା ପାଇଁ ଗରମ ପାଣିରେ ଭିଜାଇ ରଖିଦିଅନ୍ତୁ। ୨ ଘଣ୍ଟା ପରେ ତେନ୍ତୁଳିକୁ ଚକଟି ଦିଅନ୍ତୁ ଆଉ ମଞ୍ଜିକୁ ବାହାର କରିଦିଅନ୍ତୁ। ଏବେ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ଏଥିରେ ପଞ୍ଚଫୁଟଣ ପକାଇ ଦିଅନ୍ତୁ। ଯେତେବେଳେ ପଞ୍ଚଫୁଟଣ ତେଲରେ ଗରମ ହୋଇଯିବ ସେତେବେଳେ ସୁଖିଲା ଲଙ୍କା, ତେନ୍ତୁଳି, ଗୁଡ, କଳା ଲୁଣ ଏବଂ ଜୀରା ପାଉଡର ପକାଇ ମିକ୍ସ କରିଦିଅନ୍ତୁ। ଏହାପରେ ଏହାକୁ ୫ ମିନିଟ ପଯ୍ୟର୍ନ୍ତ ଧୀମା ଆଞ୍ଚରେ ରାନ୍ଧନ୍ତୁ। ମଝିରେ ମିଝିରେ ଏହାକୁ ଚଲାନ୍ତୁ। ୫ ମିନିଟ୍‌ ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ତେନ୍ତୁଳି ଚଟଣୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button