ମନୋରଞ୍ଜନ

ଆଜି ଘରେ ବନାଇ ଖାଆନ୍ତୁ ଟେଷ୍ଟୀ ମସଲା ଇଡଲୀ, ସ୍ୱାଦ ଏକଦମ୍‌ ଜବରଦସ୍ତ

ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ସଂଧ୍ୟାର ଟିଫିନ ପୂରା ଦିନକୁ ସୁନ୍ଦର କରିବା ପାଇଁ ଏହା ଯଥେଷ୍ଟ ହୋଇଥାଏ। ଆଜି ଆମେ ଆପଣଙ୍କ ପାଇଁ ସାଉଥ୍‌ ଇଣ୍ଡିଆନ ଷ୍ଟାଇଲର ସ୍ପେଶାଲ କାଞ୍ଚିପୁରମ ମସଲା ଇଡଲୀ ବନାଇବା ରେସିପି ନେଇ ଆସିଛୁ। ଯାହା ସ୍ୱାଦରେ ଏକଦମ ଜବରଦସ୍ତ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ହେଲଦି ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୧୦-୧୨ଟି ଇଡଲୀ, ଏକ କପ୍‌ ମିକ୍ସ ଭେଜିଟେବୁଲ( ବନ୍ଧା କୋବି, ପିଆଜ, ସିମଲା ଲଙ୍କା, ଟମାଟୋ ଏବଂ ଧନିଆ ପତ୍ର), ୨ ଟେବୁଲ ଚାମଚ ଅଦା, ୧ ଟେବୁଲ ଚାମଚ ପାଓଭାଜି ମସଲା, ୧ ଟେବୁଲ ଚାମଚ କଞ୍ଚା ଲଙ୍କା ରସୁଣ ପେଷ୍ଟ, ୧ ଟେବୁଲ ଚାମଚ ଲାଲ ଲଙ୍କା ପାଉଡର, ୨ ଟେବୁଲ ଚାମଚ ବଟର, ଲୁଣ ସ୍ୱାଦନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ପ୍ୟାନରେ ବଟର ପକାଇ ଗରମ କରନ୍ତୁ। ଏହାପରେ ପ୍ୟାନରେ ସୋରିଷ ଏବଂ ବନ୍ଧା କୋବି ପକାଇ ୧-୨ ମିନିଟ ପଯ୍ୟର୍ନ୍ତ ଆଞ୍ଚରେ ଭାଜି ଦିଅନ୍ତୁ। ଏବେ ସିମଲା ଲଙ୍କା ଏବଂ ପିଆଜ ପକାଇ ଆଞ୍ଚରେ ଭାଜନ୍ତୁ। ଅଦା ଏବଂ କଞ୍ଚା ଲଙ୍କା ରସୁଣ ପେଷ୍ଟ ପକାଇ ଭାଜି ଦିଅନ୍ତୁ। ଲୁଣ ଏବଂ ଟମାଟୋ ପକାଇ ୩-୪ ମିନିଟ୍‌ ପଯ୍ୟର୍ନ୍ତ ଭାଜନ୍ତୁ। ବଳକା ଥିବା ସବୁ ସାମଗ୍ରୀକୁ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏବେ ଧନିଆ ପତ୍ରରେ ସଜାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହେଇଯାଇଛି ଆପଣଙ୍କର ମସଲା ଇଡଲୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button