ମନୋରଞ୍ଜନ

ପିତୃପକ୍ଷରେ ଶ୍ରାଦ୍ଧ କାର୍ଯ୍ୟରେ ପ୍ରସ୍ତୁତ କରନ୍ତୁ କେସର ଖିରି, ପ୍ରାପ୍ତି ହେବ ପୂର୍ବ-ପୁରୁଷଙ୍କ ଆଶୀର୍ବାଦ

ଶାସ୍ତ୍ର ଅନୁଯାୟୀ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଶ୍ରାଦ୍ଧ ଦିନ ବିଶେଷରୂପେ ପଣ୍ଡିତମାନଙ୍କୁ ଭୋଜନ କରାଯାଇଥାଏ। ଏହିଦିନ ପଣ୍ଡିତମାନଙ୍କୁ ବିନା ପିଆଜ-ରସୁଣର ସାତ୍ତ୍ୱିକ ଭୋଜନ ପ୍ରସ୍ତୁତ କରି ଦିଆଯାଇଥାଏ। ଏସମସ୍ତ ଖାଦ୍ୟ ମଧ୍ୟରେ ଖିରି ପ୍ରସାଦ ସବୁଠାରୁ ଅଧିକ ମହତ୍ତ୍ୱ ରଖିଥାଏ। ତେବେ ଯଦି ଆପଣ ପିତ-ପୁରୁଷଙ୍କୁ ଖୁସି କରି ତାଙ୍କ ଆଶୀର୍ବାଦ ପାଇବା ପାଇଁ ଚାହୁଁଛନ୍ତି ତେବେ ପ୍ରସ୍ତୁତ କରନ୍ତୁ କେସର ଖିରି। ଜାଣନ୍ତୁ କିପରି ପ୍ରସ୍ତୁତ କରିବେ କେସର ଖିରି

2-kesar-kheerଆବଶ୍ୟକୀୟ ସାମଗ୍ରୀ:

ଚାଉଳ- ୧/୪ କପ
କ୍ଷୀର- ୧ଲିଟର
କେସର- ୧ ଚାମଚ
ଚିନି- ୧/୪ ଚାମଚ
ଗୁଜୁରାତି ପାଉଡର- ୧ ଚାମଚ
ଅଳ୍ପ କିଛି ଡ୍ରାଏ ଫ୍ରୁଟ୍ସ

kesarପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ ଚାଉଳକୁ ଧୋଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏକ ପାତ୍ରରେ ଭିଜାଇ ରଖନ୍ତୁ। ବର୍ତ୍ତମାନ ଏକ ପ୍ୟାନରେ ୨ ଚାମଚ କ୍ଷୀର ଏବଂ କେସର ପକାଇ ଫୁଟାନ୍ତୁ। ଅନ୍ୟଏକ ପ୍ୟାନରେ ବାକି ସମସ୍ତ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ସେଥିରେ ଭିଜା ଯାଇଥିବା ଚାଉଳକୁ ପକାଇ ମିକ୍ସ କରନ୍ତୁ। ଚାଉଳ ଭଲଭାବେ ମିଶ୍ରଣ ହେବା ପରେ ସେଥିରେ ଚିନି ପକାନ୍ତୁ। ଯେତେବେଳେ ଚିନି ଭଲଭାବେ ମିଶିଯିବ ତା’ପରେ କେସର ମିଶିଥିବା କ୍ଷୀର ପକାନ୍ତୁ। ଏହାପରେ ଯେତେବେଳେ କ୍ଷୀର ଗାଢ ରଙ୍ଗର ହୋଇଆସିବ ସେହି ସମୟରେ ଗୁଜୁରାତି ପାଉଡର ପକାଇ ଭଲଭାବେ ମିକ୍ସ କରି ଗ୍ୟାସ ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ କେସର ଖିରି। ଏହା ଉପରେ ଆପଣ କିଛି କାଜୁ ଏବଂ କିସମିସ୍‌ ମଧ୍ୟ ପକାଇ ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button