ମନୋରଞ୍ଜନ

ପିଲାଠୁ ବୟସ୍କ ସମସ୍ତଙ୍କୁ ଆସିବ ପସନ୍ଦ ବ୍ରେଡ ପିଜ୍ଜା, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ସଂଧ୍ୟାର ଟିଫିନ ପୂରା ଦିନକୁ ସୁନ୍ଦର କରିବା ପାଇଁ ଏହା ଯଥେଷ୍ଟ ହୋଇଥାଏ। ଆଜି ଆମେ ଆପଣଙ୍କ ପାଇଁ ସାଉଥ୍‌ ଇଣ୍ଡିଆନ ଷ୍ଟାଇଲର ସ୍ପେଶାଲବ୍ରେଡ ପିଜ୍ଜା ବନାଇବା ରେସିପି ନେଇ ଆସିଛୁ। ଯାହା ସ୍ୱାଦରେ ଏକଦମ ଜବରଦସ୍ତ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ହେଲଦି ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବ୍ରେଡ ସ୍ଲାଇସ – ୦୬, ସ୍ୱିଟ କର୍ଣ୍ଣ – ୧/୨ କପ୍‌, ସିମଲା ଲଙ୍କା – ୦୧, ପିଆଜ – ୦୧, ଟମାଟୋ – ୦୧, ବଟର – ୦୫ ଛୋଟ ଚାମଚ, ମୋଜ୍ରେଲା ଚିଜ୍‌ – ୧ କପ୍‌, ଗୋଲ ମରୀଚ – ୧/୪ ଛୋଟ ଚାମଚ, ଟମାଟୋ/ପିଜ୍ଜା ସସ୍‌ – ୬ ବଡ ଚାମଚ, ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ ପିଜ୍ଜା ବନାଇବା ପାଇଁ ସର୍ବ ପ୍ରଥମେ ଆପଣ ବ୍ରେଡ ସ୍ଳାଇସ ଉପରେ ଲହୁଣୀ ଲଗାନ୍ତୁ। ଏହାପରେ ଏଥିରେ ଟମାଟୋ/ପିଜ୍ଜା ସସ୍‌ ଲଗାଇ ଦିଅନ୍ତୁ। ଏହାପରେ ସିମଲା ଲଙ୍କା, ଟମାଟୋ, ପିଆଜ ରଖି ଗୋଟେ ପରସ୍ତ ରଖିଦିଅନ୍ତୁ।

ଏବେ ସିଝା ସ୍ୱିଟ କର୍ଣ୍ଣ କିମ୍ବା ବେବି କର୍ନର ଏକ ଛୋଟ ପରସ୍ତ ବିଛାଇ ଦିଅନ୍ତୁ। ଏହାଉପରେ ଗୋଲ ମରୀଚ ପାଉଡର ଏବଂ ଲୁଣ ପକାଇ ଦିଅନ୍ତୁ। ଏହାପରେ କଦ୍ଦୁକସ୍‌ କରାଯାଇଥିବା ଚିଜକୁ ଏକ ଲିଟର ବ୍ରେଡରେ ବିଛାଇ ଦିଅନ୍ତୁ।

ଏହା କରିବା ପରେ ଏକ ନନଷ୍ଟିକ ତାଓ୍ଵାରେ ହାଲକା ଗରମ କରି ଏକରୁ ଦେଢ଼ ଚାମଚ ବଟର ପକାଇ ତାଓ୍ଵାରେ ରଖନ୍ତୁ। ଯେତେବେଳେ ବଟର ଗରମ ହୋଇଯିବ ସେତେବେଳେ ଆଞ୍ଚକୁ ଧୀମା କରିଦିଅନ୍ତୁ।

ଏହାପରେ ତାଓ୍ଵାକୁ ଢ଼ାଙ୍କି ଦିଅନ୍ତୁ ଏବଂ ପ୍ରାୟ ୫ ମିନିଟ ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ। ମଝିରେ ମଝିରେ ଢ଼ାଙ୍କଣା ଖୋଲି ଦେଖନ୍ତୁ। ଯେତେବେଳେ ସିମଲା ଲଙ୍କା ଗରମ ହୋଇଯିବ ଅଥବା ବ୍ରେଡ କୁରକୁରା ହୋଇଯିବ, ସେତେବେଳେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ବ୍ରେଡ ପିଜ୍ଜା ପ୍ରସ୍ତୁତ ହୋଇଯାଇଛି। ଏହାକୁ ସସ୍‌ ସହିତ ଆପଣ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button