ସ୍ୱାସ୍ଥ୍ୟ

ଏହି ୧୦ଟି ଜିନିଷ ସେବନ କଲେ ବଢ଼ିବ ଇମ୍ୟୁନିଟି ସିଷ୍ଟମ୍‌, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭାରତରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦେଶରେ ପ୍ରତିଦିନ ୮୦ରୁ ୯୫ ହଜାର ନୂଆ କେସ୍‌ ସାମ୍ନାକୁ ଆସୁଛି। ଏବେ ଯାଏଁ ଏହି ଭାଇରସ୍‌ରୁ ୪୭ ଲକ୍ଷ ୫୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହେଲେଣି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୭୮ ହଜାର ପାର କରିସାରିଲାଣି। କରୋନାରୁ ବର୍ତ୍ତିବାକୁ ଡାକ୍ତର ଓ ବୈଜ୍ଞାନିକମାନେ ନାନା ଉପାୟ କହୁଥିଲେ ମଧ୍ୟ ଥମିବାର ନାଁ ନେଉନି ଏହି ମହାମାରୀ। ତେବେ ଇତି ମଧ୍ୟରେ ଆୟୁଷ ମନ୍ତ୍ରାଳୟ ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ କରିବାକୁ କେତେକ ଜିନିଷ ସେବନ କରିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଜାଣିବା କେଉଁ ସବୁ ଦ୍ରବ୍ୟ ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରିବାରେ ସହାୟକ ହୋଇଥାଏ…

immunity

୧. ଆୟୁଷ କ୍ୱାଥ୍‌:

ପ୍ରତିଦିନ ୧୫୦ ଏମ୍‌ଏଲ୍‌ ବା କପେ ଆୟୁଷ କ୍ୱାଥ୍‌ ସେବନ କରନ୍ତୁ। ଏଥିରେ ତୁଳସୀ ପତ୍ର ଓ ଡାଲଚିନି ଭଳି ଘରୋଇ ଜିନିଷ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

୨.ସମଶାମନି ବଟି:

ଯେକୌଣସି ଆୟୁର୍ବେଦିକ ମେଡିସିନ୍‌ ଷ୍ଟୋରରେ ଆପଣଙ୍କୁ ସମଶାମନି ବଟି ମିଳିଯିବ। ଏହାକୁ ଦିନକ ଦୁଇଥର ସେବନ କରନ୍ତୁ।

୩. ଗିଲୋଏ ପାଉଡର:

ଗିଲୋଏ ପାଉଡରରେ ଇମ୍ୟୁନିଟି ବୁଷ୍ଟର ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହାକୁ ୧୫ ଦିନ ପାଇଁ ଗରମ ପାଣିରେ ୧-୩ ଗ୍ରାମ୍‌ ସେବନ କରନ୍ତୁ।

୪. ଅଶ୍ୱଗନ୍ଧା:

ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବାରେ ଅଶ୍ୱଗନ୍ଧା ସାହାଯ୍ୟ କରେ। ଏହାକୁ ଦିନକୁ ଦୁଇଥର ବା ୫୦୦ ମିଲିଗ୍ରାମ୍‌ ସେବନ କରନ୍ତୁ।

୫. ଅଶ୍ୱଗନ୍ଧା ପାଉଡର:

ଅଶ୍ୱଗନ୍ଧା ପାଉଡର ଖାଉଥିଲେ ୧୫ ଦିନ ପାଇଁ ଦିନକୁ ଦୁଇଥର ୧-୩ ଗ୍ରାମ୍‌ ଲେଖାଏଁ ଗରମ ପାଣି ସହ ନିଅନ୍ତୁ।

immunity2

୬. ଅଁଳା:

ଅଁଳାରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ରହିଥାଏ। ପ୍ରତିଦିନ ୧-୩ ଗ୍ରାମ୍‌ ଅଁଳା ଚୂର୍ଣ୍ଣ ସେବନ କଲେ ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ରହିବ।

୭.ମୁଲେଠି ପାଉଡର:

ଶୁଖିଲା କାଶ ହେଉଥିଲେ ମୁଲେଠି ପାଉଡର ସେବନ କରନ୍ତୁ। ଦିନକୁ ଦୁଇ ଥର ଗରମ ପାଣିରେ ୧-୩ ଗ୍ରାମ୍‌ ସେବନ କରନ୍ତୁ।

୮.ହଳଦୀ ମିଶା କ୍ଷୀର:

କରୋନାର ଲକ୍ଷଣ ପ୍ରକାଶ ପାଉ ନ ଥିଲେ ମଧ୍ୟ ଦିନକୁ ଦୁଇ ଥର ହଳଦୀ ମିଶା କ୍ଷୀର ପିଇବାକୁ ଆୟୁଷ ମନ୍ତ୍ରାଳୟ ତରଫରୁ ପରାମର୍ଶ ଦିଆଯାଇଛି। ଏହା ଦ୍ୱାରା କରୋନା ସହ ଲଢ଼ିବାକୁ ଶକ୍ତି ମିଳିବ।

୯. ହଳଦୀ ଓ ଲୁଣ ପାଣିରେ ଗଳ ଗଳ କରନ୍ତୁ:

ତଣ୍ଟି କୁଣ୍ଡାଇ ହେଉଥିଲେ କିମ୍ବା କାଶ ହେଉଥିଲେ ହଳଦୀ ଓ ଲୁଣ ମିଶା ଗରମ ପାଣିରେ ଗଳ ଗଳ କରନ୍ତୁ। ଦିନକୁ ୫-୬ ଥର ଏଭଳି କରନ୍ତୁ ଆରାମ ମିଳିବ।

୧୦. ଚ୍ୟବନ୍‌ପ୍ରାସ:

ନିକଟରେ ହୋଇଥିବା ରିସର୍ଚ୍ଚରେ ଜଣାପଡ଼ିଛି ଯେ ନିୟମିତ ଚ୍ୟବନ୍‌ପ୍ରାସ ଖାଉଥିବା ଲୋକ କମ୍‌ ବେମାର ପଡ଼ିଥାନ୍ତି। ଏହାକୁ ଇମ୍ୟୁନିଟି ବଢ଼ାଉଥିବା ଖାଦ୍ୟ କୁହାଯାଏ। ଏଣୁ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ପ୍ରତିଦିନ ଏକ ଚାମଚ ଲେଖାଏଁ ଚ୍ୟବନପ୍ରାସ୍‌ ଖାଇବାକୁ ଆୟୁଷ ମନ୍ତ୍ରାଳୟ ତରଫରୁ କୁହାଯାଇଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button