ମନୋରଞ୍ଜନ

ପାଚନରେ ବେଶ୍‌ ସହାୟକ ହୋଇଥାଏ ସପୁରୀ ଜୁସ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଶରୀରର ପାଚନକ୍ରୀୟା ପାଇଁ ବେଶ୍‌ ସହାୟକ ହୋଇଥାଏ ସପୁରୀ ଜୁସ୍‌। ପିଲା ଠାରୁ ବୟଷ୍କ ପଯ୍ୟର୍ନ୍ତ ସମସ୍ତେ ଜୁସ୍‌ ପିଇବାକୁ ପସନ୍ଦ କରିଥାନ୍ତି। ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ବେଶ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସପୁରୀ – ୧, କଳା ଲୁଣ – ୧୨ ଛୋଟ ଚାମଚ, ଭଜା ଜୀରା – ୧୨ ଛୋଟ ଚାମଚ, ଆଇସ୍‌ କ୍ୟୁବ୍‌ – ୫।

ପ୍ରସ୍ତୁତି ପ୍ରଣାଳୀ

ସପୁରୀର ଉପର ଭାଗକୁ କାଟି ଦିଅନ୍ତୁ। ଏହାପରେ ଚୋପା ଛଡାଇ ଦିଅନ୍ତୁ। ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏହାପରେ ଏହି ସପୁରୀରେ ଚିନି ଏବଂ ପାଣି ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଆପଣଙ୍କୁ ଯେତିକି ଗାଢ଼ା ଦରକାର ସେତିକି ହିସାବନରେ ପାଣି ଦିଅନ୍ତୁ। ଏହାପରେ ଏଥିରେ ଭଜା ଜୀରା ପାଉଡର, କଳା ଲୁଣ ମିଶାନ୍ତୁ। ଏହାପରେ ଗ୍ଲାସରେ ରଖି ସଜାଇ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button