ସ୍ୱାସ୍ଥ୍ୟ

ଏହି ବ୍ଲଡଗ୍ରୁପର ଲୋକଙ୍କୁ ଅଧିକ କାମୁଡନ୍ତି ମଶା, ବ୍ଲଡଗ୍ରୁପ ସହିତ ମଶା କାମୁଡିବାର କ’ଣ ରହିଛି କନେକସନ

ମଶା, ଯାହା ଆପଣଙ୍କ ରାତିର ନିଦକୁ ଖରାପ କରିପାରେ । ବର୍ଷାଦିନରେ ଏମାନଙ୍କୁ ପାଦ୍ରୁଭାବ ଅଧିକ ଦେଖିବାକୁ ମିଳିଥାଏ। ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଇତ୍ୟାଦି ଅନେକ ରୋଗ ହୋଇଥାଏ। ମଶାରୁ ବଞ୍ଚିବା ପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି। କିଏ ମଶାରୀ ଟାଙ୍ଗି ଶୁଏ ତ ଆଉ କିଏ ମଶାବତୀ ଲଗାଏ। ଆଉ କିଏ ଆଜିକାଲି ବଜାରରେ ମିଳୁଥିବା ଲିକ୍ୱିଡ ମଶାବତୀ ବ୍ୟବହାର କରିଥାଉ।ଆଉ କିଛି ଲୋକ ଏମିତି କହିବାର ବି ଆପଣ ଶୁଣିଥିବେ, ମୋତେ ସବୁଠୁ ଅଧିକା ମଶା କାମୁଡନ୍ତି। କିନ୍ତୁ ଆପଣ ଏହି କଥା ଜାଣନ୍ତି କି ଏହି କଥା ସତ ବୋଲି। ମଶା କିଛି ଲୋକଙ୍କୁ ଅଧିକ କାମୁଡ଼ିଥାନ୍ତି। ଜାଣନ୍ତୁ ଏହାର କାରଣ କଣ ?

ଏହା କଥା ଶୁଣିଲେ ଅଜବ ଲାଗେ କିନ୍ତୁ ବୈଜ୍ଞାନିକଙ୍କ ଅନୁଯାୟୀ ମଣିଷଙ୍କୁ ପୁରୁଷ ମଶା ନୁହଁନ୍ତି କେବଳ ମହିଳା ମଶା କାମୁଡ଼ନ୍ତି। ମହିଳା ମଶାକୁ ପ୍ରଜନନ ପାଇଁ କିଛି ପୋଷକ ତତ୍ତ୍ବର ଆବଶ୍ୟକ ହୋଇଥାଏ। ମହିଳା ମଶା ମଣିଷ ରକ୍ତରୁ ପୋଷକ ତତ୍ତ୍ବ ନେବା ପରେ ପ୍ରଜନନ କରିଥାନ୍ତି। ମହିଳା ମଶା ନିଜର ଅନୁଭବ କରିବାର କ୍ଷମତାରୁ ଗନ୍ଧକୁ ଚିହ୍ନିଥାଏ । ନିଶ୍ୱାସ ନେବା ସମୟରେ ନିର୍ଗତ କାର୍ବନ ଡାଇଅକ୍ସାଇଡ୍ (CO2) ଗ୍ୟାସ୍ ଦ୍ୱାରା ମଶା ଶୀଘ୍ର ଆକର୍ଷିତ ହୁଅନ୍ତି । ତେଣୁ, ନିଶ୍ୱାସ ନେବାବେଳେ ମଶା ମଣିଷକୁ ଅଧିକ କାମୁଡ଼ନ୍ତି ।

hand

ବୈଜ୍ଞାନିକଙ୍କ କହିବାନୁଯାୟୀ, କିଛି ଗନ୍ଧ ଦ୍ବାରା ମଶା ଶୀଘ୍ର ଆକର୍ଷିତ ହୋଇଥାନ୍ତି। ମଣିଷ ଶରୀରର ତାପମାତ୍ରା ବୃଦ୍ଧି ହେବା ଦ୍ବାରା ଜୀବାଣୁ ଉତ୍ପନ୍ନ ହୁଏ, ସେତେବେଳେ ଶରୀରରେ ଦୁର୍ଗନ୍ଧ ଆସିବାକୁ ଲାଗେ। ତେଣୁ କିଛି ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତି । ଯେତେବେଳେ ଶରୀରରେ ଝାଳ ବାହାରେ ସେତେବେଳେ ୟୁରିକ୍ ଏସିଡ୍, ଲାକ୍ଟିକ୍ ଏସିଡ୍ ଏବଂ ଆମୋନିୟା ପରି ତତ୍ତ୍ବ ବାହାରିଥାଏ, ସେହି ଗନ୍ଧ ଶୀଘ୍ର ମଶାମାନଙ୍କ ପାଖକୁ ଆସିଥାଏ।

child

ଜାପାନର ବୈଜ୍ଞାନିକଙ୍କ ଦ୍ବାରା କରାଯାଇଥିବା ଗବେଷଣା ଅନୁଯାୟୀ, ମଶାମାନେ ‘O’ ବ୍ଲଡ୍ ଗ୍ରୁପ ବ୍ୟକ୍ତିମାନଙ୍କୁ ଅଧିକା କାମୁଡ଼ନ୍ତି। ଯେଉଁମାନଙ୍କର ବ୍ଲଡ୍ ଗ୍ରୁପ ‘A’ ଥାଏ, ସେମାନଙ୍କୁ ମଶା ‘O’ ତୁଳନାରେ କମ୍ କାମୁଡ଼ନ୍ତି। ସେହିଭଳି ‘B’ ଗ୍ରୁପ୍ ଥିବା ବ୍ୟକ୍ତିମାନଙ୍କୁ ସାଧାରଣତଃ ଭାବେ କାମୁଡିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button