ସ୍ୱାସ୍ଥ୍ୟ

ପୋକ କାମୁଡିବା ହୋଇପାରେ ବିପଦପୂର୍ଣ୍ଣ, ଏହି ଉପାୟରେ ମିଳିବ ଆରାମ

ପୋକ କାମୁଡିବା ଯୋଗୁଁ ସାଧାରଣତଃ କୁଣ୍ଡାଇ ହେବା, ଜଳାପୋଡା କିମ୍ବା ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ। ବେଳେ ବେଳେ ଏପରି ବିଷାକ୍ତ ପୋକ କାମୁଡିବା କିମ୍ବା ଡଙ୍କ ମାରିବା ମଧ୍ୟ ମଣିଷର ଜୀବନ ନେଇପାରେ। ତେଣୁ ଏପରି ସମସ୍ୟାର ଜଲଦି ସମାଧାନ କରିବା ନିତାନ୍ତ ଜରୁରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପୋକ କାମୁଡିଲେ କ’ଣ ଉପଚାର

ସାବୁନ ପାଣିରେ ସଫା କରନ୍ତୁ : ବିଷାକ୍ତ ପୋକ କାମୁଡିବା ଦ୍ୱାରା ବହୁତ ଜ୍ୱଳନ ହେବାକୁ ଲାଗିଥାଏ। ପୋକ କାମୁଡିଥିବା ଜାଗାକୁ ପ୍ରଥମେ ପାଣି ଏବଂ ସାବୁନରେ ଭଲ ଭାବେ ଧୋଇଦିଅନ୍ତୁ। ଏମିତି କଲେ ଜ୍ୱଳନ କମିଯାଇଥାଏ। ଏହା ପରେ କେଲାମାଇନ ଲୋସନ କିମ୍ବା ଜ୍ୱଳନ କମ୍‌ କରୁଥିବା କ୍ରମି ଲଗାଇଦିଅନ୍ତୁ, ଆରାମ ମିଳିବ।

ice

ବରଫ ଲଗାନ୍ତୁ : ପୋକ କାଟିବା ଜାଗାରେ ବରଫ ଲଗାନ୍ତୁ। ଏମିତି କଲେ ସ୍କିନକୁ ଥଣ୍ଡା ଲାଗିବା ସହିତ ଜ୍ୱଳନ କମ୍‌ ହେବ। ଏହାସହିତ ପୋକ କାମୁଡିଥିବା ଜାଗା ଫୁଲା ମଧ୍ୟ କମିଯିବ।

ଆଲୋଭେରା ଏବଂ ମହୁ : ପୋକ କାମୁଡିବା ସ୍ଥାନରେ ଆଣ୍ଟି ଇନଫ୍ଲାମେଣ୍ଟାରୀ ଜିନିଷ ଲଗାଇବା ଦ୍ୱାରା ତୁରନ୍ତ ଲାଭ ମିଳିଥାଏ। ଆଲୋଭେରା ତୁରନ୍ତ ଜ୍ୱଳନକୁ କମ୍‌ କରିଥାଏ ଏବଂ ସଂକ୍ରମଣରୁ ବଞ୍ଚାଏ। ଏହା ସହି ମହୁ ଲଗାଇବା ବିନ୍ଧା ହେବାରୁ ତୁରନ୍ତ ଆରାମ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button