ମନୋରଞ୍ଜନ

କେବେ ଚାଖିଛନ୍ତି ଏମିତି ସ୍ୱାଦର ବାଇଗଣ ଚଟଣୀ, ଆଙ୍ଗୁଳି ଚାଟି ଖାଇବେ ଆପଣ

ଭାରତୀୟ ଭୋଜନରେ ଚଟଣୀର ବହୁତ ବଡ ମହତ୍ତ୍ୱ ରହିଛି। ଦେଶରେ ବହୁତ ପ୍ରକାରର ଚଟଣୀ ରହିଛି। ଟମାଟୋ, ଧନିଆ, ଲଙ୍କା, ପୋଦିନା, ଆମ୍ବ ଭଳି ଅନେକ ଚଟଣୀ ଖାଦ୍ୟର ସ୍ୱାଦକୁ ବଢ଼ାଇବା କାମ କରିଥାଏ। କିନ୍ତୁ କଣ ଆପଣ କେବେ ବାଇଗଣ ଚଟଣୀର ସ୍ୱାଦ ନେଇଛନ୍ତି। ଏହିସବୁ ଚଟଣୀର ସ୍ୱାଦ ଆଗରେ ଆପଣ ସବୁକିଛି ଭୁଲିଯିବେ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୫ ଛୋଟ ବାଇଗଣ, ୧ ବଡ ଚାମଚ ବାଦାମ, ୧ ଚିମୁଟାଏ ହେଙ୍ଗୁ, ୧/୨ ଛୋଟ ଚାମଚ ଜୀରା, ୪-୫ କୋଲା ରସୁଣ, ୧/୨ ଛୋଟ ଚାମଚ ଅଦା, ୨ଟି କଞ୍ଚା ଲଙ୍କା, ୧ ଛୋଟ ଚାମଚ ତେନ୍ତୁଳି ରସ, ୧ ଛୋଟ ଚାମଚ ଟମାଟୋ, ୨ ଛୋଟ ଚାମଚ ତେଲ, ୧/୨ ଛୋଟ ଚାମଚ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ବାଇଗଣୀ ଚଟଣୀ ବନାଇବା ପାଇଁ ସର୍ବପ୍ରଥମେ ବାଇଗଣକୁ ଧୋଇ କାଟି ଦିଅନ୍ତୁ। ଏହାପରେ କଟା ବାଇଗଣକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ପ୍ୟାନ ଉପରେ ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ଏଥିରେ ହେଙ୍ଗୁ, ଜୀରା, ଭୃଷଙ୍ଗ ପତ୍ର, ରସୁଣ, ଅଦା, କଞ୍ଚା ଲଙ୍କା, ବାଦାମ ଏବଂ ତେନ୍ତୁଳୀ ପକାଇ ଧୀମା ଆଞ୍ଚରେ ଚଲାନ୍ତୁ। ଯେତେବେଳେ ମସଲା ହୋଇଯିବ ଏଥିରେ ବାଇଗଣ ମିକ୍ସ କରନ୍ତୁ। ପ୍ୟାନକୁ ଢ଼ାଙ୍କି ୩ ରୁ ୫ ମିନିଟ୍‌ ଫ୍ରାଏ କରନ୍ତୁ ଯେମିତି ବାଇଗଣ ଗରମ ହୋଇଯିବ। ଏହାପରେ ଏଥିରେ ଟମାଟୋ, ଲୁଣ ପକାଇ ମିଶାନ୍ତୁ ଯେପଯ୍ୟର୍ନ୍ତ ଟମାଟୋ ପ୍ୟୁରୀ ନ ହୋଇଛି। ଏହାପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ଏହାପରେ ଏହାକୁ ଗ୍ରାଇଡିଂ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବାଇଗଣ ଚଟଣୀ। ଆପଣ ଏହାକୁ ଭାତ କିମ୍ବା ପରାଟା ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button