ମନୋରଞ୍ଜନ

ଆଜି ବନାନ୍ତୁ କିଛି ନୂଆ ପ୍ରସ୍ତୁତ କରନ୍ତୁ ପୋଟାଟୋ ଚିଜ୍‌ କେକ୍‌, ସ୍ୱାଦ ପୂରା ଲାଜବାବ

ପ୍ରାୟ ସମୟରେ ଦେଖାଯାଏ ଯେ ଘରେ କୌଣସି ଟିଫିନ କିମ୍ବା ବ୍ରେକଫାଷ୍ଟ ସମୟରେ କିଛି ନୂଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଏମିତିରେ କିଛି ଅଲଗା ଖାଇବାକୁ ଇଚ୍ଛା ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ରେସିପି ବିଷୟରେ ଜଣାଇବୁ ଯାହାର ସ୍ୱାଦ ଚାଖିଲେ ସବୁକିଛି ଭୁଲିଯିବେ। ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୧ କପ୍‌ ସିଝା ଆଳୁ, ୧/୪ କପ୍‌ କଟା ପିଆଜ, ୧/୨ କପ୍‌ ଚିଜ୍‌, ୧ ଚାମଚ ଘିଅ, ୨ ଚାମଚ କଟା ପରିବା, ୧-ଅଣ୍ଡା, ୨ ଚାମଚ ମଇଦା, ୧- ଛୋଟ ଚାମଚ ଗୋଲ ମରୀଚ ପାଉଡର, ୧ ଛୋଟ ଚାମଚ ଲୁଣ, ୧ ଛୋଟ ଚାମଚ ଚିଲ୍ଲୀ ଫ୍ଲେକ୍ସ, ୨-ଚାମଚ ସିମଲା ଲଙ୍କା, ଗାଜର, ୧ ଚାମଚ ମେୟୋନିଜ ଏବଂ ଟମାଟୋ ସସ୍‌।

ପ୍ରସ୍ତୁତି ପ୍ରଣାଳୀ

ପୋଟାଟୋ ଚିଜ୍‌ କେକ୍‌ ବନାଇବା ପାଇଁ ଏକ ବଡ ପାତ୍ରରେ ଚକଟା ହୋଇଥିବା ଆଳୁ, କଟା ପିଆଜ, ଅଣ୍ଡା ଏବଂ ଚିଜ୍‌ ପକାଇ ମିକ୍ସ କରନ୍ତୁ। ଏହାପରେ ଏଥିରେ ସବୁ ମସଲାକୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଗ୍ୟାସ ଉପରେ ପ୍ୟାନକୁ ଚଢ଼ାନ୍ତୁ। ଆଞ୍ଚକୁ ଧୀମା ରଖି ସେଥିରେ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ପକାନ୍ତୁ। ଯେତେବେଳେ ମିଶ୍ରଣ ମିଶିଯିବ ସେତେବେଳେ ଏହାଉପରେ ସବୁ ମସଲା ରଖି ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଭଲଭାବେ ଫେଣ୍ଟି ଦିଅନ୍ତୁ।

ଗ୍ୟାସ୍‌ ଉପରେ ପ୍ୟାନ ବସାନ୍ତୁ। ଆଞ୍ଚକୁ ହାଲକା ରଖନ୍ତୁ। ଯେତେବେଳେ ମିଣ୍ରଣ ମିଶିଯିବ ସେତେବେଳେ ମିଶ୍ରଣକୁ ମୋଟା କରି ବସାନ୍ତୁ। ଏହା ଧ୍ୟାନ ରଖନ୍ତୁ ମିଶ୍ରଣ ଅଧିକ ପତଳା ନ ହୁଏ। ଏହାକୁ ଅତିକମରେ ୧ ରୁ ୨ ମିନିଟ୍‌ ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ। ଏହାପରେ ଅନ୍ୟ ପାଖକୁ ମଧ୍ୟ ଓଲଟାଇ ସେକି ଦିଅନ୍ତୁ।

ଯେତେବେଳେ ଏହା ହାଲକା ଗୋଲଡେନ ବ୍ରାଉନ ହୋଇଯିବ ସେତେବେଳେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପୋଟାଟୋ ଚିଜ୍‌ କେକ୍‌। ଏହାକୁ ଆପଣ ଚିଲ୍ଲୀ ସସ୍‌, ଟମାଟୋ ସସ୍‌ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button