ସ୍ୱାସ୍ଥ୍ୟ

କ’ଣ ଆପଣଙ୍କ ଶିଶୁର ମୁଣ୍ଡବିନ୍ଧା ହେଉଛି କି ? ଏହିସବୁ ଲକ୍ଷଣକୁ କେବେ ବି କରନ୍ତୁ ନାହିଁ ଅଣଦେଖା

ବଡ ଲୋକଙ୍କ ଭଳି ପିଲାଙ୍କର ମଧ୍ୟ ମୁଣ୍ଡବନ୍ଧା ସମସ୍ୟା ଦେଖାଦେଇଥାଏ। ରିସର୍ଚ୍ଚ ମୁତାବକ, ସ୍କୁଲ ଯାଉଥିବା ୭୫ ପ୍ରତିଶତ ପିଲା ମୁଣ୍ଡ ବିନ୍ଧା ହେଉଥିବା ଅଭିଯୋଗ କରିଥାନ୍ତି। ଏହି ମୁଣ୍ଡବିନ୍ଧା ଅନେକ କାରଣ ଯୋଗୁଁ ହୋଇଥାଏ। ଅଧ୍ୟୟନ ମୁତାବକ, ସ୍କୁଲ ଯାଉଥିବା ୫୮.୪ ପ୍ରତିଶତ ପିଲା ଚିନ୍ତା ଏବଂ ଷ୍ଟ୍ରେସ ଯୋଗୁଁ ମୁଣ୍ଡବିନ୍ଧା ହୋଇଥାଏ। ସେହିପରି ଅନେକ ପିଲାଙ୍କ ମଣ୍ଡବିନ୍ଧା ଶରୀରର କୌଣସି ରୋଗ ଯୋଗୁଁ ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବ, ପିଲାଙ୍କୁ କେଉଁ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ ଏବଂ ଏହା କେତେ ପ୍ରକାରର..

ପିଲାଙ୍କ ମୁଣ୍ଡବିନ୍ଧା କାହିଁକି ହୋଇଥାଏ ?

ଭଲ ପାଠ ନପଢିବା, ଭଲ ପ୍ରଦର୍ଶନ କରିବାର ପ୍ରଭାବ, ଶାରୀରିକ ଗତିବିଧି କମ୍‌ ହେବା ପିଲାଙ୍କ ମୁଣ୍ଡବିନ୍ଧାର ମୁଖ୍ୟ କାରଣ ହୋଇଥାଏ। ପିଲାଙ୍କ ସ୍ୱାସ୍ଥ୍ୟ କିପରି ରହିଛି, ସେମାନଙ୍କୁ ପୂର୍ବରୁ କିଛି ରୋଗ ହୋଇନାହିଁ ତ ? ଏହିସବୁ କଥାକୁ ଅନୁମାନ କରି ମୁଣ୍ଡବିନ୍ଧାର କାରଣ ପତ୍ତା ଲଗାଇପାରିବେ। ଏହାପରେ ଡାକ୍ତରଙ୍କ ପରାମର୍ଶକ୍ରମେ ମେଡିସିନ ମଧ୍ୟ ଖାଇବାକୁ ଦେଇପାରିବେ।

migrain

କିଛି ପିଲାଙ୍କ ମୁଣ୍ଡବିନ୍ଧା ରହି ରହି ହୋଇଥାଏ। ଏହା ଥରେ ଆରମ୍ଭ ହେବା ପରେ ୧୫ ମିନିଟ ପର୍ଯ୍ୟନ୍ତ ରହିଥାଏ। ତା’ପରେ ଭଲ ହୋଇଯାଏ ପୁଣି କିଛି ସମୟ ପରେ ଖୁବ୍‌ ଜୋରରେ ମୁଣ୍ଡ ବିନ୍ଧା ହୁଏ। ଏପରି ମୁଣ୍ଡବିନ୍ଧା ଆଖିରେ ପାଣି ଜମିବା, ନାକ ବନ୍ଦ ହେବା ଯୋଗୁଁ ହୋଇଥାଏ।

ମାଇଗ୍ରେନ: କିଛି ପିଲାଙ୍କୁ ମାଇଗ୍ରେନଜନିତ ମୁଣ୍ଡବିନ୍ଧା ମଧ୍ୟ ହୁଏ। ମାଇଗ୍ରେନ ଯୋଗୁଁ ମୁଣ୍ଡରେ ଜୋରରେ ଯନ୍ତ୍ରଣା ହୋଇଥାଏ। ଏହାଫଳରେ ମାଂସପେଶୀ ସଂକୋଚନ ହେବା ସହିତ ବାନ୍ତି, ମନ ବିଚଳିତ ହେବା ଭଳି ସମସ୍ୟା ଆସିଥାଏ।

sleep

ଠିକ୍‌ ନ ଶୋଇବା: ଷ୍ଟ୍ରେସ, ନିଦ ନ ହେବା ଏବଂ ଥକ୍କାପଣ ଯୋଗୁଁ ପିଲାଙ୍କର ମୁଣ୍ଡବିନ୍ଧା ହୋଇଥାଏ। ଦରକାର ଠାରୁ ଅଧିକ ଶାରୀରିକ ଗତିବିଧି, ଆଖି ପୋଡିବା, ଫ୍ଲୁ କିମ୍ବା ଭାଇରସ ଇନଫେକସନ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ। ତେବେ ଯଦି ଶିଶୁର ମୁଣ୍ଡବିନ୍ଧା ଅଧିକ ହୁଏ, ତେବେ ଡାକ୍ତରଙ୍କ ସହିତ ନିଶ୍ଚିତ ପରାମର୍ଶ କରିଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button