ସ୍ୱାସ୍ଥ୍ୟ

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅମୃତ ସମାନ କ୍ଷୀର, ସେବନ ମାତ୍ରକେ କଣ୍ଟ୍ରୋଲରେ ରହିବ ରୋଗ

ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ପାଇଁ ସର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିବା ବହୁତ ବଡ ଚ୍ୟାଲେଞ୍ଚ ଠାରୁ କମ୍‌ ନୁହେଁ। ଏଥିପାଇଁ ଅଧିକାଂଶ ଲୋକ ନିଜ ଡାଏଟ ଉପରେ ପୂରା ଧ୍ୟାନ ରଖନ୍ତି ଏବଂ ସମୟ ବ୍ୟବଧାନରେ ବ୍ଲଡ ସୁଗାର ଯାଞ୍ଚ କରିଥାନ୍ତି। ଏହାସହିତ ଓ୍ଵାର୍କଆଉଟ୍‌ ମଧ୍ୟ କରନ୍ତି। ଡାକ୍ତରଙ୍କ କହିବାନୁଯାୟୀ ଡାଇବେଟିସ୍‌ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ। ମଧୁମେହ ଦୁଇ ପ୍ରକାରର ଥାଏ, ଗୋଟିଏ ହେଉଛି ଟାଇପ୍‌ ୧ ଡାଇବେଟସ୍‌ ଏବଂ ଅନ୍ୟଟି ହେଉଛି ଟାଇପ୍‌ ୨ ଡାଇବେଟିସ୍‌। ଟାଇପ୍‌ ୧ ଡାଇବେଟିସ ତୁଳନାରେ ଟାଇପ ୨ ଡାଇବେଟିସ ଅଧିକ କ୍ଷତିକାରକ।

ଏଥିପାଇଁ ରୋଗୀଙ୍କୁ ବିଲକୁଲ ବି ଅଣଦେଖା କରିବା ମୁର୍ଖାମୀ। ସେହିପରି ରକ୍ତଚାପର ନିୟମିତ ଯାଞ୍ଚ ବି ବହୁତ ଜରୁରୀ। ଯଦି ଆପଣ ବି ଟାଇପ ୨ ଡାଇବେଟିସ୍‌ ରୋଗୀ ଏବଂ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତାହେଲେ ପ୍ରତିଦିନ ଟିଫିନରେ କ୍ଷୀରକୁ ନିଶ୍ଚୟ ସାମିଲ କରନ୍ତୁ। କ୍ଷୀର ପିଇବା ଦ୍ୱାରା ଡାଇବେଟିସରେ ଆରାମ ମିଳିଥାଏ।

diabetsଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଜଣାପଡିଛି ଯେ କ୍ଷୀର ସାରାଦିନ ରକ୍ତରେ ସର୍କରାର ସ୍ତରକୁ ନିୟନ୍ତ୍ରିତ ଅଥବା କମ୍‌ କରିବାର କ୍ଷମତା ରଖିବାରେ ସକ୍ଷମ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା କିପରି କ୍ଷୀର ଦ୍ୱାରା ଡାଇବେଟିସକୁ ନିୟନ୍ତ୍ରଣରେ ରଖିହେବ।

ସକାଳର ଟିଫିନରେ କ୍ଷୀର ପିଇବା ଦ୍ୱାରା ବ୍ଲଡ ସୁଗାର ଦିନସାରା କମ୍‌ ଏବଂ ନିୟନ୍ତ୍ରଣରେ ରହିଥାଏ। ରିସର୍ଚ୍ଚରୁ ଏହା ମଧ୍ୟ ଜଣାଯାଇଛି ଯେ ସକାଳ ଟିଫିନରେ ହାଇ ପ୍ରୋଟୀନ ଯୁକ୍ତ କ୍ଷୀର ପିଇବା ଏବଂ ଟିଫିନ କରିବା ଦ୍ୱାରା ବ୍ଲଡ ସୁଗାର କେତେ ସମୟ ପଯ୍ୟର୍ନ୍ତ କଣ୍ଟ୍ରୋଲ ହୋଇ ରହିଥାଏ।

milkkଏହି ରିସର୍ଚ୍ଚରୁ ଏହା ମଧ୍ୟ ଜଣାଯାଇଛି ଯେ ସାବୁଦାନା ସହିତ କ୍ଷୀର ପିଇବା ଦ୍ୱାରା ପାଣି ତୁଳନାରେ ବ୍ଲଡ ସୁଗାର ସ୍ତର କମ୍‌ ହୋଇଥାଏ। ସେହିପରି ସାମାନ୍ୟ କ୍ଷୀରଜାତୀୟ ଉତ୍ପାଦ ତୁଳନାରେ ହାଇ ପ୍ରୋଟୀନ ଯୁକ୍ତ କ୍ଷୀର ପିଇବା ଦ୍ୱାରା ବ୍ଲଡ ସୁଗାର ଅଧିକ ନିୟନ୍ତ୍ରଣରେ ରହିଥାଏ। ସେହିପରି ନାସ୍ତାରେ ହାଇ ପ୍ରୋଟୀନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବ୍ଲଡ ସୁଗାର କମ୍‌ ହୋଇଥାଏ।

ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଡାଇବେଟିସ୍‌ ରୋଗୀଙ୍କ ପାଇଁ କ୍ଷୀର କୌଣସି ମେଡିସିନ ଠାରୁ ବି କମ୍‌ ନୁହେଁ। ଏହା କାର୍ବୋହାଇଡ୍ରେଟ୍ସ ପାଚନ କ୍ରୀୟାକୁ ଧୀରେ ଧୀରେ ସଫଳ କରିଥାଏ, ଯାହାଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ। ଏଥିପାଇଁ ଡାଇବେଟିସ ରୋଗୀଙ୍କ ପାଇଁ ପ୍ରତିଦିନ ସକାଳ ସମୟରେ ଟିଫିନରେ କ୍ଷୀର ପିଇବା ବହୁତ ଜରୁରୀ।

diabetଦ୍ରଷ୍ଟବ୍ୟ : ଏହି ପାଠ୍ୟକ୍ରମର ସମସ୍ତ ଟିପ୍ସ ଏବଂ ପରାମର୍ଶ ଆପଣଙ୍କ ସାମାନ୍ୟ ସୂଚନା ପାଇଁ। ଏହାକୁ କୌଣସି ଡାକ୍ତର କିମ୍ବା ମେଡିକାଲ ପ୍ରୋଫେସନାଲଙ୍କ ପରାମର୍ଶ ଭାବରେ ନିଅନ୍ତୁ ନାହିଁ। ରୋଗ ଏବଂ ସଂକ୍ରମଣ ଲକ୍ଷଣ ଦେଖାଯିବା ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button