ମନୋରଞ୍ଜନ

ଆଜି ସ୍ନାକ୍ସରେ ପ୍ରସ୍ତୁତ କରନ୍ତ ମେଥି ପୋହା ଟିକ୍କି, ଜାଣନ୍ତୁ କେମିତି

ମେଥି ପୋହା ଟିକ୍କି କେବେ ଖାଇଛନ୍ତି କି ? ଏହାକୁ ଆଜି ସନ୍ଧ୍ୟାରେ ବନାଇ ଘରେ ନିଶ୍ଚିତ ଖାଆନ୍ତୁ ଏବଂ ଖୁଆନ୍ତୁ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକ ସାମଗ୍ରୀ :  ୧୦୦ ଗ୍ରାମ ଚୁଡା, ଗୋଟେ କଞ୍ଚା ଆଳୁ, ୧ ଟେବୁଲସ୍ପୁନ କଞ୍ଚା ମଟର, ୧ ଟେବୁଏଲସ୍ପୁନ କସୁରୀ ମେଥି, ୨ କଞ୍ଚାଲଙ୍କା, ୧ ଚାମଚ ଧନିଆ ପାଉଡର, ୧/୪ ନାଲି ଲଙ୍କା ପାଉଡର, ଧନିଆପତ୍ର କଟା ହୋଇଥିବା, ଲୁଣ ସ୍ୱାଦନୁସାରେ, ତେଲ ଆବଶ୍ୟକ ଅନୁଯାୟୀ।

tikki

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଡାକୁ ଭଳ ଭାବେ ଧୋଇ ଛାଣିଦିଅନ୍ତୁ। ଏବେ ଏଥିରେ କଞ୍ଚାଆଳୁ ଘଷି ପକାଇ ଦିଅନ୍ତୁ। ଏକ ଅଲଗା ପ୍ଲେଟରେ କାଢି ପାଣି ଭଲଭାବେ ଚିପୁଡିଦିଅନ୍ତୁ। ଚୁଡାରେ କଞ୍ଚାଲଙ୍କା, ମଟର, କସୁରୀ ମେଥି, ଧନିଆପତ୍ର, ମସଲା ପକାଇ ଭଲଭାବେ ଚକଟି ଦିଅନ୍ତୁ। ଏବେ ମିଡିଅମ ଆଞ୍ଚରେ ଏକ ପ୍ୟାନରେ ତେଲ ପକାଇ ଏହାକୁ ଗରମ କରନ୍ତୁ। ଏହା ମଧ୍ୟରେ ଏହି ମିଶ୍ରଣରେ ଛୋଟ ଛୋଟ ଟିକ୍କି କରି ତେଲରେ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମେଥି ପୋହା ଟିକ୍କି। ଟମାଟୋ ସସ୍‌ ସହିତ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button