ସ୍ୱାସ୍ଥ୍ୟ

ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ୍‌ରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକସନ୍‌ ଏକ ସାଧାରଣ ସମସ୍ୟା। ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ଏହି ରୋଗର ଶିକାର ହୋଇଥାନ୍ତି। ଏକ ରିପୋର୍ଟ ମୁତାବକ ଅପରିଷ୍କାର ବାଥ୍‌ରୁମ୍‌ ବ୍ୟବହାର କରିବା ଯୋଗୁ ୫୦ ପ୍ରତିଶତ ମହିଳାଙ୍କୁ ୟୁରିନ୍‌ ଇନ୍‌ଫେକସନ୍‌ ହୋଇଥାଏ। ଆସନ୍ତୁ ଜାଣିବା ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକସନ୍‌ ଦୂର କରିବାର କେତେକ ଘରୋଇ ଉପାୟ…

ଅଳେଇଚ:

ୟୁରିନ୍‌ ଇନ୍‌ଫେକସନ୍‌ରୁ ମୁକ୍ତି ପାଇବା ପାଇଁ ଅଳେଇଚ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏଥିପାଇଁ ୫-୬ଟି ଅଳେଇଚର ମଞ୍ଜି ବାହାର କରି ଗୁଣ୍ଡ କରି ଦିଅନ୍ତୁ। ଏହାକୁ ସୈନ୍ଧବ ଲୁଣ ଓ ଡାଳିମ୍ବ ରସ ସହ ଉଷୁମ ପାଣିରେ ପିଅନ୍ତୁ। ଆରାମ ଲାଗିବ।

ପଇଡ଼ ପାଣି:

ପେଟକୁ ଥଣ୍ଡା ରଖିବାରେ ପଇଡ଼ ପାଣି ସାହାଯ୍ୟ କରେ। ଏହା ୟୁରିନ୍‌ ଇନ୍‌ଫେକସନ୍‌ ବେଳେ ହେଉଥିବା ପରିସ୍ରା ପୋଡ଼ାରୁ ବି ମୁକ୍ତି ହୋଇଥାଏ।

ଅଁଳା:

ଏକ ଚାମଚ ଅଁଳା ପାଉଡରରେ ୪-୫ଟି ଅଳେଇଚ ମଞ୍ଜି ମିଶାଇ ଗୁଣ୍ଡ କରିଦିଅନ୍ତୁ। ଏହାକୁ ସେବନ କରି ଇନ୍‌ଫେକସନ୍‌ ଦୂର ହେବ।

UTI

ଚାଉଳଧୁଆ ପାଣି:

ଚାଉଳଧୁଆ ପାଣିରେ ଅଳ୍ପ ଚିନି ପକାଇ ପିଇ ଦିଅନ୍ତୁ। ଆରାମ ଲାଗିବ।

ହଳଦୀ:

କଳା ରାଶିକୁ ଅଦା ସହ ବାଟି ସେଥିରେ ଏକ-ଚତୁର୍ଥାଂଶ ହଳଦୀ ଓ ଅଳ୍ପ ପାଣି ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ଦିନକୁ ୩-୪ ଥର ଖାଇଲେ ଆରାମ ମିଳିବ।

ଆପଲ ଭିନେଗାର:

ୟୁରିନ୍‌ ଇନ୍‌ଫେକସନ୍‌ ସମସ୍ୟା ଦୂର କରିବା ପାଇଁ ଆପଣ ଆପଲ ଭିନେଗାର ବି ସେବନ କରିପାରିବେ। ଏଥିପାଇଁ ଏକ ଗ୍ଲାସ ଉଷୁମ ପାଣିରେ ୨ ଚାମଚ ଆପଲ ଭିନେଗାର ଓ ୧ ଚାମଚ ମହୁ ପକାଇ ଭଲ ଭାବେ ଗୋଳାଇ ପିଇଦିଅନ୍ତୁ।

ଦହି:

ଦହିରେ ଥିବା ବ୍ୟାକ୍ଟେରିଆ ଶରୀରରୁ ଖରାପ ବ୍ୟାକ୍ଟେରିଆକୁ ବାହାର କରିଦିଅନ୍ତି। ଫଳରେ ଆପଣ ୟୁରିନ୍‌ ଇନ୍‌ଫେକସନ୍‌ରୁ ମୁକ୍ତି ପାଇପାରିବେ। ଦହି ସମେତ ଆପଣ ଘୋଳ ଦହି ଓ କ୍ଷୀର ବି ସେବନ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button