ମନୋରଞ୍ଜନ

ଏପରି ବନାନ୍ତୁ ସ୍ୱାଦିଷ୍ଟ କଷ୍ଟାର୍ଡ, ଆଉ ଦିନକୁ କରନ୍ତୁ ଏକଦମ୍‌ ସ୍ପେଶାଲ

କେବେକେବେ ଆମେ ଏକା ଭଳି ଖାଦ୍ୟ ଖାଇ ବୋର୍‌ ହୋଇଯାନ୍ତି। ଏମିତିରେ କିଛି ନୂଆ ସ୍ୱାଦ ଚାଖିବାକୁ ବହୁତ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଆମେ ଆପଣଙ୍କୁ ଆଜି ଏକ ନୂଆ ଷ୍ଟାଇଲର ସ୍ୱାଦିଷ୍ଟ କଷ୍ଟାର୍ଡ ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କ୍ଷୀର-୧ ଲିଟର, କଷ୍ଟାର୍ଡ ପାଉଡର-୪ ବଡ ଚାମଚ, ଚିନି – ୬ ବଡ ଚାମଚ, କଟା ଫଳ- ଅଙ୍ଗୁର, ଆପଲ, କଦଳୀ ଏବଂ ଡାଳିମ୍ବ, ଡ୍ରାଏ ଫୃଟ୍ସ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନରେ କ୍ଷୀର ଫୁଟାନ୍ତୁ। ଏହାପରେ ଏଥିରେ ଚିନି ମିଶାଇ ଦିଅନ୍ତୁ। ଏବେ ଏକ ଅଲଗା ପାତ୍ର ନେଇ ସେଥିରେ ଅଳ୍ପ କ୍ଷୀର ଏବଂ କଷ୍ଟାର୍ଡ ପାଉଡର ମିକ୍ସ କରନ୍ତୁ। ଏବେ ପ୍ରସ୍ତୁତ କଷ୍ଟାର୍ଡ ମିଶ୍ରଣକୁ ଫୁଟାଇ ରଖିଥିବା କ୍ଷୀରରେ ମିକ୍ସ କରନ୍ତୁ। ଏହାକୁ ଗ୍ୟାସର ଲୋ ଫ୍ଲେମରେ ଗାଢ଼ା ହେବା ପାଇଁ ରଖନ୍ତୁ। ଏବେ ଆପଣଙ୍କର ଫୃଟ କଷ୍ଟାର୍ଡ ପ୍ରସ୍ତୁତ ହୋଇଯାଇଛି। ଏହାପରେ ଫଳକୁ ପକାଇ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button