ସ୍ୱାସ୍ଥ୍ୟ

ମଶା ବି ଜଣାଇ ଦିଅନ୍ତି ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ!

ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ଏହି କଥା କେବଳ ଆମେ ନୁହେଁ, ମଶାମାନେ ବି ଜଣାଇ ଦିଅନ୍ତି। ଯଦି ଆପଣ ନିଜ ପରିବାର ସହିତ ଶୋଇଥିବେ ଏବଂ ମଶା ଆପଣଙ୍କୁ ହିଁ ବେଶି କାମୁଡୁଥିବ, ତା’ହେଲେ ଆପଣ ବିରକ୍ତ ହୋଇଯାଆନ୍ତି। କିନ୍ତୁ ଏହା ପଛରେ ଏକ କାରଣ ରହିଛି, ଯାହା ଆପଣଙ୍କୁ ହୁଏତ ଜଣା ନ ଥିବ। ଏହାର ବଡ଼ କାରଣ ହେଉଛି ମଦ୍ୟପାନ କରିବା।

vv

ମଦ୍ୟପାନ କରିଥିବା ଲୋକ ପ୍ରତି ମଶାମାନେ ଚୁମ୍ବକ ଭଳି ଆକର୍ଷିତ ହୋଇଥାନ୍ତି। ଏହାଛଡ଼ା ଏହା ପଛରେ ଜେନେଟିକ କାରଣ ମଧ୍ୟ ହୋଇଥାଇପାରେ। ମଶା ମଦ୍ୟପାନ କରିଥିବା ଲୋକଙ୍କ ଡିଏନଏ ପ୍ରତି ଆକର୍ଷିତ ହୋଇଥାନ୍ତି।

lk

ତେବେ ମଦ୍ୟପାନ କଲେ ବ୍ୟକ୍ତିର ତ୍ୱଚାରେ ଥିବା କେମିକାଲ ମଶାମାନଙ୍କୁ ଆକର୍ଷିତ କରିଥାଏ। ବ୍ୟକ୍ତିର ଶରୀରରେ ଥିବା କୋଲୋଷ୍ଟ୍ରଲ ଏବଂ ଷ୍ଟିରେଏଡ ବ୍ୟକ୍ତିକୁ କାମୁଡିବା ପାଇଁ ମଶାଙ୍କୁ ଉସୁକାଇଥାଏ। ମଦ୍ୟପାନ କରିବା ଦ୍ୱାରା ଏହାର ପ୍ରଭାବ ବ୍ୟକ୍ତିର ପୂରା ଶରୀରରେ ଥାଏ, ଯାହାଫଳରେ ମଶାମାନେ ଶିକାର କରିବାକୁ ପଛାନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button